Plus Two Result: ମେ' ଶେଷ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷାଫଳ

ମେ' ଶେଷ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷାଫଳ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଫଳ ଏକ ସାଙ୍ଗରେ ବାହାରିବ । ପୂର୍ବରୁ ମେ' ୧୫ ସୁଦ୍ଧା ଫଳ ପ୍ରକାଶ କରିବାକୁ ପରିଷଦ ଯୋଜନା କରିଥିଲେ ମଧ୍ୟ ତାହା ସଫଳ ହୋଇପାରି ନାହିଁ ।

ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ଉତ୍ତରଖାତା ମୂଲ୍ୟାୟନରେ ବିଳମ୍ବ ସାଙ୍ଗକୁ ସାଧାରଣ ନିର୍ବାଚନ ଯୋଗୁଁ ପରୀକ୍ଷାଫଳ ପ୍ରସ୍ତୁତି ପ୍ରଭାବିତ ହୋଇଥିବା ପରିଷଦର ଜଣେ ଅଧିକାରୀ କହିଛନ୍ତି । କେଉଁ ଦିନ ବାହାରିବ ସେନେଇ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଜୁନ୍‌ ପୂର୍ବରୁ ଫଳ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ପଦକ୍ଷେପ ନିଆଯାଇଛି।

Plus Two exam

କେବେ ପରୀକ୍ଷାଫଳ ବାହାରିବ ତାହାକୁ ନେଇ ଦ୍ବନ୍ଦ୍ବ‌ରେ ଥିବା ବେଳେ ପରିଷଦର ଅଧିକାରୀ ଜଣକ କହିଛନ୍ତି ଯେ ଖାତା ମୂଲ୍ୟାୟନ ଠିକ୍‌ ଭାବେ ହୋଇଛି। କୌଣସି ପ୍ରକାର ତ୍ରୁଟି କିମ୍ବା ବିଭ୍ରାଟ ହୋଇନି। ଅବଶ୍ୟ ଏଥର ଖାତା ଦେଖା ସରିବାରେ ଟିକିଏ ବିଳମ୍ବ ହୋଇଛି। ତଥାପି ଗତବର୍ଷଗୁଡ଼ିକ ‌ଅପେକ୍ଷା ଏଥର ଶୀଘ୍ର ଫଳ ବାହାରିବ। କୌଣସି ପରିସ୍ଥିତିରେ ଜୁନ୍‌ ମାସ ହେବ ନାହିଁ। ପୂର୍ବରୁ ମେ' ଶେଷ ସପ୍ତାହରେ ବିଜ୍ଞାନ ବିଭାଗର ପରୀକ୍ଷାଫଳ ଏବଂ ଜୁନ୍‌ ପ୍ରଥମ ସପ୍ତାହରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ଫଳ ପ୍ରକାଶ ପାଉଥିଲା। ଏଥର କିନ୍ତୁ ଗୋଟିଏ ସମୟରେ ସମସ୍ତ ବିଭାଗ ପରୀକ୍ଷାର୍ଥୀଙ୍କ ଫଳ ବାହାରିବ

ଇତିମଧ୍ୟରେ ସିବିଏସ୍‌ଇ ଓ ସିଆଇଏସ୍‌ସିଇ ବୋର୍ଡ ଅଧୀନ ବିଦ୍ୟାଳୟର ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇସାରିଥିବାରୁ ସିଏଚ୍‌ଏସ୍‌ଇ ଅଧୀନ ପରୀକ୍ଷାର୍ଥୀ ଏବେ ଚିନ୍ତାରେ ପଡ଼ିଛନ୍ତି। କୌଣସି ପରିସ୍ଥିତିରେ ଜୁନ୍‌ ମାସ ହେବ ନାହିଁ। ପୂର୍ବରୁ ମେ' ଶେଷ ସପ୍ତାହରେ ବିଜ୍ଞାନ ବିଭାଗର ପରୀକ୍ଷାଫଳ ଏବଂ ଜୁନ୍‌ ପ୍ରଥମ ସପ୍ତାହରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ଫଳ ପ୍ରକାଶ ପାଉଥିଲା।

ଏଥର କିନ୍ତୁ ଗୋଟିଏ ସମୟରେ ସମସ୍ତ ବିଭାଗ ପରୀକ୍ଷାର୍ଥୀଙ୍କ ଫଳ ବାହାରିବ। କୌଣସି ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଯେପରି ପ୍ରଭାବିତ ନ ‌ହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ମୂଲ୍ୟାୟନ ଶେଷ ହେବା ପରେ ଏବେ ଟାବୁଲେସନ ଚାଲିଛି। ତେଣୁ ଛାତ୍ରଛାତ୍ରୀ ବ୍ୟସ୍ତବିବ୍ରତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+