ବଦଳିବ ଯୁକ୍ତ ଦୁଇ ମୂଲ୍ୟାୟନ ଢାଞ୍ଚ, ଏଥର ୨୪ ମାର୍କ ରଖିଲେ ପାସ୍
Odisha Plus Two Exam: ବଦଳିବ ଯୁକ୍ତ ଦୁଇ ମୂଲ୍ୟାୟନ ଢାଞ୍ଚ । ଏଣିକି ଉଭୟ ଆସେସମେଣ୍ଟ ଓ ଥିଓରୀ ପରୀକ୍ଷାକୁ ମିଶାଇ ୧୦୦ ମାର୍କର ପରୀକ୍ଷା କରାଯିବ । ଯେଉଁଥିରୁ ୧୦୦ ରୁ ୨୪ ରନ୍ ରଖିଲେ ପରୀକ୍ଷାର୍ଥୀ ପାସ୍ ହେବେ । ସେହିପରି ୮୦ ମାର୍କର ଥିଓରୀ ଓ ୨୦ ମାର୍କର ଆସେସମେଣ୍ଟ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ତେବେ ପ୍ରଥମ ଥର ଯୁକ୍ତ ଦୁଇ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷାରେ ଆସେସମେଣ୍ଟ ପରୀକ୍ଷା ଦେବାକୁ ଯାଉଛନ୍ତି ।
ତେବେ ପିଲାଙ୍କୁ ବୋର୍ଡ ପରୀକ୍ଷାରେ ଚାପ କମାଇବା ଏବଂ ଭଲ ନମ୍ବର ରଖିବା ପାଇଁ ପ୍ରୋତ୍ସାହନ ଦେବା ପାଇଁ ନ୍ୟାସନାସ ଢାଞ୍ଚାରେ ପରୀକ୍ଷା କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏପରି ନିଷ୍ପତ୍ତି ନେଇଛି ।

ଏହି ପରିବର୍ତ୍ତନକୁ ନେଇ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା କହିଛନ୍ତି, ପୂର୍ବରୁ ମାର୍କିଙ୍ଗ୍ ଢାଞ୍ଚା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ପିଲାମାନେ ବୋର୍ଡରେ ଭଲ ନମ୍ବର ରଖି ପାରୁ ନଥିଲେ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ନୂଆ ଢାଞ୍ଚାରେ ଚଳିତ ଥର ମାର୍କ ଦିଆଯିବ ।












Click it and Unblock the Notifications