ବାଇକକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଚାଲିଗଲା ୩ ବାଇକ୍ ଚାଳକଙ୍କ ଜୀବନ
ପିକଅପ୍ ଭ୍ୟାନ୍ ଧକ୍କାରେ ଚାଲିଗଲା ୩ ବାଇକ୍ ଚାଳକଙ୍କ ଜୀବନ । ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ୫୫ନମ୍ବର ଜାତୀୟ ରାଜପଥ ସାନ୍ତରାପୁର ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ଅନୁଗୁଳ: ପିକଅପ୍ ଭ୍ୟାନ୍ ଧକ୍କାରେ ଚାଲିଗଲା ୩ ବାଇକ୍ ଚାଳକଙ୍କ ଜୀବନ । ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ୫୫ନମ୍ବର ଜାତୀୟ ରାଜପଥ ସାନ୍ତରାପୁର ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ୩ ମୃତକ ନିକଟସ୍ଥ କୁଲେଇ ଗାଁର ବୋଲି ଜଣାପଡ଼ିଛି । ଦୁର୍ଘଟଣା ପରେ ପିକଅପ୍ ଭ୍ୟାନ୍ ଛାଡ଼ି ଡ୍ରାଇଭର ଚମ୍ପଟ ମାରିଛି ।
ମିଳିଥିବା ସୂଚନାନୁସାରେ, ବାଇକରେ ୩ ଜଣ ଜରପଡ଼ା ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ ଭ୍ୟାନ୍ ସେମାନଙ୍କୁ ଧକ୍କା ଦେଇଛି । ପିକଅପ୍ ଭ୍ୟାନଟି ବାଇକକୁ ମୁହାଁମୁହିଁ ଧକ୍କା ଦେବା ଫଳରେ ବାଇକରେ ଥିବା ୩ଜଣଙ୍କ ମଧ୍ୟରୁ ଦୁର୍ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟଜଣେ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତରଖାନାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି ।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ଯୁବକଙ୍କ ପରିବାର ଲୋକେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ତେବେ ପିକଅପ ଚାଳକକୁ ଧରିବାକୁ ପୋଲିସ ଉଦ୍ୟମ କରୁଛି । ଦୁର୍ଘଟଣା କିପରି ଘଟିଲା ସେନେଇ ତଦନ୍ତ ତଦନ୍ତ ଚଳାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।












Click it and Unblock the Notifications