ରାଜ୍ୟବାସୀଙ୍କ ପାଇଁ ଖୁସି ଖବର : ମାର୍ଚ୍ଚ 1ରୁ ନେବେ କୋଭିଡ୍ ଟୀକା
ମାର୍ଚ୍ଚ 1 ରୁ 50 ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ଓଡ଼ିଶା ସରକାର କୋଭିଡ -19 ଟୀକାକରଣ ଡ୍ରାଇଭ ଆରମ୍ଭ କରିବେ।
ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ସରକାର ଖୁବ୍ ଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ଟୀକାକରଣ । ଆଗଧାଡିର କୋଭିଡ୍ ଯୋଦ୍ଧାଙ୍କ ସହ ଏବେ ରାଜ୍ୟବାସୀଙ୍କୁ ମଧ୍ୟ ଦିଆଯିବ କରୋନା ଟିକା । ମାର୍ଚ୍ଚ 1 ରୁ 50 ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ଓଡ଼ିଶା ସରକାର କୋଭିଡ -19 ଟୀକାକରଣ ଡ୍ରାଇଭ ଆରମ୍ଭ କରିବେ। ଏସମ୍ପର୍କରେ ସୋମବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି । ଶ୍ରୀ ପଣ୍ଡା କହିଛନ୍ତି ଯେ "ରାଜ୍ୟ ସରକାର ମାର୍ଚ୍ଚ 1 ରୁ 50 ବର୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଉକ୍ତ ନାଗରିକମାନେ ପଞ୍ଜୀକରଣ ପରେ ଟୀକାକରଣ ଡ୍ରାଇଭ ଆରମ୍ଭ ହେବ । ଏଠାରେ ସୂଚନାଥାଉକି, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ (HCWs)ଙ୍କର ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଆଜି ଓଡିଶାର ଅନେକ ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟକେନ୍ଦ୍ରରେ ଆରମ୍ଭ ହୋଇଛି । ଏହି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଡ୍ରାଇଭ୍ ମାର୍ଚ୍ଚ 15 ପର୍ଯ୍ୟନ୍ତ ଚାଲିବ ।

ପ୍ରଥମ ପର୍ଯ୍ୟାୟରେ ଟିକା ନେଇଥିବା ବ୍ୟକ୍ତିମାନଙ୍କୁ ଏହି ଦ୍ୱିତୀୟ ପର୍ଯ୍ୟାୟ ଟିକା ଦିଆଯାଉଛି । ଅପରପକ୍ଷରେ ସୋମବାର ଦିନ ଭୁବନେଶ୍ୱରର CRPF ଗ୍ରୁପ୍ ସେଣ୍ଟରରେ ପ୍ରାୟ 200 CRPF ଯବାନ କୋଭାକ୍ସିନ୍ ଟୀକା ନେଇଛନ୍ତି । ଏହି ଟିକାକରଣ ଡ୍ରାଇଭକୁ CRPFର ଆଇଜି ସଂଗ୍ରାମ କେଶରୀ ମହାନ୍ତି ଉଦଘାଟନ କରିଥିଲେ । CRPF କ୍ୟାମ୍ପସରେ 4 ଦିନିଆ ଟୀକାକରଣ ଡ୍ରାଇଭ୍ ସମୟରେ ସମୁଦାୟ 800 CRPF ଯବାନଙ୍କୁ ଟୀକା ଦିଆଯିବ ବୋଲି ଏହି ଅବସରରେ ସେ କହିଛନ୍ତି ।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅବଶିଷ୍ଟ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପାଇଁ ପ୍ରଥମ ଡୋଜ୍ ଟୀକାକରଣର ସମୟ ସୀମାକୁ ଫେବୃଆରୀ 25 ପର୍ଯ୍ୟନ୍ତ ବୃଦ୍ଧି କରିଛି । ଶନିବାର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଓଡିଶା 85 ପ୍ରତିଶତ ଟୀକାକରଣ ସଫଳତାର ସହ ଶେଷ କରିଥିବା ରାଜ୍ୟ ସରକାର କହିଛନ୍ତି । ଏଥିରେ ଚାରି ଲକ୍ଷରୁ ଅଧିକ ହିତାଧିକାରୀ ପ୍ରଥମ ପର୍ଯ୍ୟନ୍ତ ଟିକା ନେଇଛନ୍ତି ।












Click it and Unblock the Notifications