Get Updates
Get notified of breaking news, exclusive insights, and must-see stories!

ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା ପାଭିଲିଅନ୍, ପ୍ରଦର୍ଶିତ ହେଲା ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ

ପ୍ରଗତୀ ମୈଦାନରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳାରେ ଆଜି ଉଦଘାଟିତ ହୋଇଛି ଓଡିଶା ପାଭିଲିଅନ୍। ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାର ଉଦଘାଟନ କରିଛନ୍ତି।

ନୂଆଦିଲ୍ଲୀ: ସ୍ଥାନୀୟ ପ୍ରଗତୀ ମୈଦାନରେ ଆୟୋଜିତ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆଜି ଉଦଘାଟିତ ହୋଇଛି ଓଡିଶା ପାଭିଲିଅନ୍। ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାର ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଓଡିଶାର ନୂଆଦିଲ୍ଲୀ ସ୍ଥିତ ରେସିଡେଣ୍ଟ କମିଶନର ରବିକାନ୍ତ , ସ୍ପେଶାଲ ରେସିଡେଣ୍ଟ କମିଶନର ଦେବଯାନି ଚକ୍ରବର୍ତ୍ତୀ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରୀପାଠୀ ଓ ଅନ୍ୟାନ୍ୟ ଅଧିକାରୀମାନେ ।

International Trade Fair

ଓଡିଶାର ବିଭିନ୍ନ ଉତ୍ପାଦନ ତଥା କାରୁକାର୍ଯ୍ଯର ଝଲକ ଏଥିରେ ଦେଖିବାକୁ ମିଳିଛି । ଏଥିରେ ଓଡିଶାର ମିଲେଟ୍ ମିଶନ୍, କୋରାପୁଟ କଫି, ବୟନିକା ଓ ଉତ୍କଳିକା, ଓର୍‌ମାସ୍‌ର ବିଭିନ୍ନ ଷ୍ଟଲ୍ ସହିତ ଷ୍ଟାର୍ଟ ଅପ୍ ଓଡ଼ିଶାର ଷ୍ଟଲ୍ ଗୁଡିକ ସ୍ଥାନିତ ହୋଇଛି । ଆଇଆଇଟିଏଫ୍ ମେଳା ନଭେମ୍ବର ୧୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୪ ନଭେମ୍ବରରେ ପାଳନ ହେବ ଓଡିଶାର ସ୍ବତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ। ଉକ୍ତ ଦିନ ରାଜ୍ୟର ବିଭିନ୍ନ ସାଂସ୍କୃତିକ ଦଳ ପକ୍ଷରୁ କାର୍ଯ୍ୟକ୍ରମ ପରିବେଷଣ ହେବ। ମେଳାରେ ଓଡିଶା ପାଭିଲିଅନ୍‌ରେ ସମୁଦାୟ ୨୪ଟି ଷ୍ଟଲ ।

New Delhi International Trade Fair

ଏହି ମେଳାରେ ଭାରତର ପ୍ରାୟ ସମସ୍ତ ରାଜ୍ଯ ସେମାନଙ୍କ ଉତ୍ପାଦ ସହିତ ଅଂଶଗ୍ରହଣ କରିଛନ୍ତି। ସେହିପରି ଆଫଗାନିସ୍ତାନ, ବାଙ୍ଗଲାଦେଶ, ଶ୍ରୀଲଙ୍କା, ଇଣ୍ଡୋନେସିଆ ସମେତ ବିଭିନ୍ନ ଦେଶର ଲୋକପ୍ରୀୟ ସାମଗ୍ରୀ ଏଠାରେ ବିକ୍ରି ପାଇଁ ସ୍ଥାନିତ ହୋଇଛି।

New Delhi International Trade Fair
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+