ଭୁବନେଶ୍ୱର ଏମ୍ସ ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ
ଭୁବନେଶ୍ୱର ଏମ୍ସ ଛାତରୁ ଡେଇଁପଡି ରୋଗୀ ମୃତ । ଛାତରେ ହ୍ୱିଲ ଚେୟାରରେ ବୁଲୁଥିବା ବେଳେ ଡେଇଁ ପଡିଲେ । ମୃତ ରୋଗୀ ଜଣକ ହେଲେ ପୁରୀ ଜିଲ୍ଲାର ମହେନ୍ଦ୍ର ସ୍ୱାଇଁ । ସେ ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଚିକିତ୍ସାଧିନ ଥିଲେ ।
ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ଛାତରୁ ଡେଇଁପଡି ରୋଗୀ ମୃତ । ଛାତରେ ହ୍ୱିଲ ଚେୟାରରେ ବୁଲୁଥିବା ବେଳେ ଡେଇଁ ପଡିଲେ । ମୃତ ରୋଗୀ ଜଣକ ହେଲେ ପୁରୀ ଜିଲ୍ଲାର ମହେନ୍ଦ୍ର ସ୍ୱାଇଁ । ସେ ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଚିକିତ୍ସାଧିନ ଥିଲେ । ସ୍ତ୍ରୀ ହ୍ୱିଲ ଚେୟାରରେ ବୁଲାଉଥିବା ବେଳେ ସେ ଛାତରୁ ଡେଇଁ ପଡିଲେ । ରୋଗୀ ଜଣକ କାହିଁକି ୫ ମହଲାରୁ ଡେଇଁଲେ ଜଣାପଡିନାହିଁ ।

ପୁରୀ ଅଞ୍ଚଳର ମହେନ୍ଦ୍ର ସ୍ୱାଇଁ ଗତ କିଛି ଦିନ ଧରି ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ। ସେ ଏମ୍ସ ସର୍ଜରୀ ବିଭାଗର ପଞ୍ଚମ ମହଲାରେ ଚିକିତ୍ସିତ ହେଉଥିଲେ। ସାଙ୍ଗରେ ଥିଲେ ତାଙ୍କ ପତ୍ନୀ। କୌଣସି କାରଣରୁ ମହେନ୍ଦ୍ରଙ୍କ ପଦ କଟାଇ ଯାଇ ସର୍ଜରୀ କରାଯାଇଥିଲା। ଯାହାକୁ ନେଇ ଚିନ୍ତିତ ଥିଲେ। ଆଜି ଅପରାହ୍ନରେ ସେ ଝରକା ଦେଇ ପଞ୍ଚମ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ।
ମହେନ୍ଦ୍ରଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କ ଜୀବନ ବଞ୍ଚାଇବା ସମ୍ଭବପର ହୋଇନଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ କାରଣ ପାଇଁ ଛାତରୁ ଡେଇଁ ପଡ଼ିଲେ ମହେନ୍ଦ୍ର, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଏନେଇ ମୃତ ମହେନ୍ଦ୍ରଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।












Click it and Unblock the Notifications