ଆମ୍ବୁଲାନ୍ସ ଭିତରେ ମଦ ପିଇଲେ ରୋଗୀ ଓ ଡ୍ରାଇଭର
ମଦ ପିଇଲେ ଯିବ, ନ ହେଲେ ଯିବନି ବୋଲି ଜିଦ୍ କରୁଛି । ତେଣୁ ତାକୁ ମଦ ଦେଇ, ନିଜେ ବି ଟିକେ ପିଉଛି । ଆଜି ଭାଇରାଲ ହୋଇଥିବା ଭିଡିଓରେ ଏମିତି କିଛି କହୁଛନ୍ତି ଜଣେ ଆମ୍ବୁଲାନ୍ସ ଡ୍ରାଇଭର । ଭିଡିଓଟିରେ ଦେଖିବାକୁ ମିଳୁଛି ଯେ, ଆମ୍ବୁଲାନ୍ସ ଭିତରେ ରୋଗୀଙ୍କୁ ମଦ ପିଆଇବ
ଜଗତସିଂହପୁର: ମଦ ପିଇଲେ ଯିବ, ନ ହେଲେ ଯିବନି ବୋଲି ଜିଦ୍ କରୁଛି । ତେଣୁ ତାକୁ ମଦ ଦେଇ, ନିଜେ ବି ଟିକେ ପିଉଛି । ଆଜି ଭାଇରାଲ ହୋଇଥିବା ଭିଡିଓରେ ଏମିତି କିଛି କହୁଛନ୍ତି ଜଣେ ଆମ୍ବୁଲାନ୍ସ ଡ୍ରାଇଭର । ଭିଡିଓଟିରେ ଦେଖିବାକୁ ମିଳୁଛି ଯେ, ଆମ୍ବୁଲାନ୍ସ ଭିତରେ ରୋଗୀଙ୍କୁ ମଦ ପିଆଇବା ସହ ନିଜେ ବି ମଦ ପିଇଉଛନ୍ତି ଡ୍ରାଇଭର। ପରେ ରୋଗୀଙ୍କୁ ନେଇ ଡାକ୍ତରଖାନା ଯାଉଛନ୍ତି । ଗତକାଲି ଜଗତସିଂହପୁର ଜିଲ୍ଲାର କଟକ-ପାରାଦ୍ୱୀପ ରାସ୍ତାର ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାରଳା ଛକ ନିକଟରେ ଏହି ଘଟଣା ଘଟିଛି ।

ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ଏକ ଘରୋଇ ଆମ୍ବୁଲାନ୍ସ ସାରଳା ଛକ ନିକଟରେ ଅଟକିଥିଲା । ଏହି ଆମ୍ବୁଲାନ୍ସରେ ଜଣେ ରୋଗୀ ତାଙ୍କ ପତ୍ନୀ ଓ ପୁଅ ସହ ପାରାଦୀପରୁ କଟକ ଯାଉଥିଲେ। ଆମ୍ବୁଲାନ୍ସରେ ଥିବା ରୋଗୀଙ୍କ ଗୋଡ ଭାଙ୍ଗି ଯିବା ଯୋଗୁ ପ୍ଲାଷ୍ଟର ହୋଇଥିଲା। ରାସ୍ତା ପାର୍ଶ୍ୱରେ ଡ୍ରାଇଭର ଆମ୍ବୁଲାନ୍ସ ରଖି ନିଜେ ମଦ ପିଇବା ସହିତ ରୋଗୀକୁ ମଧ୍ୟ ମଦ ପିଇବାକୁ ଦେଉଥିଲେ । ଏହା ଦେଖୁଥିବା ଲୋକେ ଘଟଣାର ଭିଡିଓ ରେକର୍ଡ କରିଥିଲେ ।
ତେବେ ଆମ୍ବୁଲାନ୍ସ ଡ୍ରାଇଭର ଦିଲୀପ ରଥ କହିଛନ୍ତି ଯେ କୈଳାସ ଦେହୁରୀ ନାମକ ଜଣେ ଯୁବକ ଜଣକ ଗଛ ଉପରେ ଚଢି ଡାଳ ହାଣୁଥିଲେ। କିନ୍ତୁ ଆଶ୍ଚର୍ଯ୍ୟକର କଥା, ସିଏ ଯେଉଁ ଡାଳରେ ଠିଆ ହୋଇଥିଲେ, ସିଏ ସେଇ ଡାଳକୁ ହାଣୁଥିଲେ। ସେ ଡାଳ ଭାଙ୍ଗିଗଲା । ଗଛରୁ ପଡ଼ିଯିବାରୁ ସେ ଗୁରୁତର ହୋଇଥିଲେ। ତାଙ୍କୁ ମାଗଣାରେ ଆମ୍ବୁଲାନ୍ସରେ ହସ୍ପିଟାଲ ନେବାବେଳେ ବାଟରେ ଆରମ୍ଭ ହୋଇଯାଇଥିଲା ରୋଗୀର ଅଜବ କାରନାମା। ମଦ ନପିଇଲେ ଯନ୍ତ୍ରଣା କମିବନି ବୋଲି ରୋଗୀ ଜଣକ କହିବା ସହ ମଦ ଦେବା ପାଇଁ ବାରମ୍ବାର ନେହୁରା ହେଉଥିଲେ। ଗାଡି ମୁଁ ଚଲାଉଥିଲି। ବାଧ୍ୟହୋଇ ଶାରଳା ରୋଡ୍ ନିକଟରେ ତାକୁ ମଦ ପିଇବାକୁ ଦେଇଥିଲେ ବୋଲି ସଂପୃକ୍ତ ଡ୍ରାଇଭର କହିଛନ୍ତି।
ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସେପଟେ ଏନେଇ ଜଣାପଡ଼ିବା ପରେ ଡ୍ରାଇଭର ଦିଲୀପ ରଥ କହିଛନ୍ତି ଯେ, ଆଗକୁ ଏଭଳି ଭୁଲ ହେବନି ବୋଲି ସେ କହିଛନ୍ତି ।












Click it and Unblock the Notifications