ଆଜିଠୁ ବସ ଚଳଚଳକୁ ଅନୁମତି ସତ୍ତ୍ବେ ବରମୁଣ୍ଡାରୁ ଗଡ଼ିଲାନି ଗୋଟିଏ ବି ବସ
ଆଜିଠୁ ଯାତ୍ରୀବାହୀ ବସ ଚଳାଚଳକୁ ଅନୁମତି ମିଳିଛି । ମାତ୍ର ଅନୁମତି ମିଳିବା ସତ୍ତ୍ବେ ବି ଆଜି ସ୍ଥାନୀୟ ବରମୁଣ୍ଡା ବସ ଷ୍ଟାଣ୍ଡରୁ ଗୋଟିଏ ହେଲେ ବସ ଗଡିନାହିଁ । ଫଳରେ ଯାତ୍ରୀ ନିରାଶ ହୋଇଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଜାରି ହୋଇଛି ନୂଆ ଆଶିଂକ ଲକଡାଉନ ଗାଇଡଲାଇନ । ଗତକାଲି ମୁଖ୍ୟଶାସନ ସଚିବ ଘୋଷଣା କରିଥିବା ନୂଆ ଗାଇଡଲାଇନ ଅନୁଯାଇ ରାଜ୍ୟରେ ଆଜିଠୁ ଯାତ୍ରୀବାହୀ ବସ ଚଳାଚଳକୁ ଅନୁମତି ମିଳିଛି । ମାତ୍ର ଅନୁମତି ମିଳିବା ସତ୍ତ୍ବେ ବି ଆଜି ସ୍ଥାନୀୟ ବରମୁଣ୍ଡା ବସ ଷ୍ଟାଣ୍ଡରୁ ଗୋଟିଏ ହେଲେ ବସ ଗଡିନାହିଁ । ଫଳରେ ଯାତ୍ରୀ ନିରାଶ ହୋଇଛନ୍ତି ।

ସେପଟେ ଆଜିଠୁ ମଧ୍ୟ ବିୟୁଟି ପାର୍ଲର, ସ୍ପା ଓ ଜିମ୍ ସେଣ୍ଟର ଖୋଲିବା ନେଇ ଅନୁମତି ମିଳିଛି । ସେହପିରି ବିନା ଦର୍ଶକରେ ଆୟୋଜିତ ହୋଇପାରିବ କ୍ରୀଡା ପ୍ରତିଯୋଗିତା । ଆଉଟ୍ ଡୋର ଓ ଇନ୍ ଡୋର ସୁଟିଂକୁ ମଧ୍ୟ ଅନୁମତି ମିଳିଛି । କୃଷି, ଶିଳ୍ପ ପ୍ରତିଷ୍ଠାନ ସହିତ ପୂର୍ବରୁ ଅନୁମତି ଦିଆଯାଇଥିବା କାମ ଜାରି ରହିବ । ହେଲେ ପାର୍କ, ସିନେମା ହଲ୍, ମେଳା, ଯାତ୍ରା, ମଲ୍ ଖୋଲିବ ନାହିଁ । ବିବାହ, ଅନ୍ତ୍ୟେଷ୍ଟିରେ ପୂର୍ବଭଳି କଟକଣା ବଳବତ୍ତର ରହିଛି ।
ତେବେ କଟକଣା କୋହଳ ସହ ବସ୍ରେ ଯେତିକି ସିଟ ସେତିକି ଯାତ୍ରୀଙ୍କୁ ନେଇ ବସ ଚଳାଚଳକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ହେଲେ ବସ୍ ମାଲିକ ସଂଘ ବିଭିନ୍ନ ଦାବିକୁ ନେଇ ବସ ଚଳାଚଳ ନ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ଆଜି ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ କୌଣସି ବସ ଗଡ଼ିନାହିଁ । ଭୁବନେଶ୍ୱର ଘରୋଇ ବସ ମାଲିକ ସଙ୍ଘର ଆଜି ଜରୁରୀ ବୈଠକ ଅନୁଷ୍ଠିତ ହେବ । ବୈଠକରେ ଆଲୋଚନା ସହ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।
ଅନ୍ୟପଟେ ବସ୍ ଚଳାଚଳ ନେଇ ପ୍ରତିକ୍ରିୟା ରଖଛନ୍ତି ପରିବହନ ମନ୍ତ୍ରୀ । ବସ ମାଲିକଙ୍କ କିଛି ଦାବି ରହିଛି । ସେ ସମ୍ପର୍କରେ ସରକାର ଓ ପରିବହନ ବିଭାଗ ଅବଗତ ରହିଛି । ଆସନ୍ତାକାଲି ଘରୋଇ ବସ ମାଲିକ ସଙ୍ଘର କର୍ମକର୍ତ୍ତାଙ୍କ ସହ ଆଲୋଚନା ପାଇଁ ଦିନ ଧାର୍ଯ୍ୟ ହୋଇଛି । ଆଲୋଚନା ପରେ ବସ ଚଳାଚଳ ସ୍ୱାଭାବିକ ହେବ ବୋଲି ଆଶା ଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।












Click it and Unblock the Notifications