ବଢିଲା ଆଂଶିକ ଲକଡାଉନ: ଜାଣନ୍ତୁ, କେଉଁ କାଟାଗୋରୀରେ ଆପଣଙ୍କ ଜିଲ୍ଲା, କଣ ଖୋଲା କଣ ବନ୍ଦ ?
କାଟେଗୋରୀ ବି’ରେ ନାଇଟ କର୍ଫ୍ୟୁ କିନ୍ତୁ ବଳବତ୍ତର ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ଏତିକି ନୁହେଁ ବରଂ କାଟେଗୋରୀ ବିରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ।
ଭୁବନେଶ୍ୱର: ରାଜ୍ୟରେ ନୂଆ କରୋନା ଗାଇଡଲାଇନ୍ ଘୋଷଣା କଲେ ମୁଖ୍ୟ ସଚିବ । ଅଗଷ୍ଟ ୧ ସକାଳ ୬ଟା ଯାଏଁ ରାଜ୍ୟରେ ବଢିଲା ଆଂଶିକ ଲକଡାଉନ୍ । ତେବେ କାଟେଗୋରୀ ଏରେ ୨୦ ଓ ବି ରେ ୧୦ ଜିଲ୍ଲା ପୂର୍ବ ପରି ରହିଛି । କାଟେଗୋରୀ ବି'ରେ ନାଇଟ କର୍ଫ୍ୟୁ କିନ୍ତୁ ବଳବତ୍ତର ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ଏତିକି ନୁହେଁ ବରଂ କାଟେଗୋରୀ ବିରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଣିକି ସମଗ୍ର ରାଜ୍ୟରେ ବସ୍ ସେବା ପୁଣି ଥରେ ଆରମ୍ଭ ହେବ। ବସରେ ଯେତିକି ସିଟ୍ ସେତିକି ଲୋକ ଯିବାକୁ ଅନୁମତି ମିଳିବ ବୋଲି ସୂଚନା ମିଳିଛି। ଏହାସହ କେବଳ ପୁରୀରେ ଜୁଲାଇ ୨୫ ପର୍ଯ୍ୟନ୍ତ ବସ୍ ଚଳାଚଳକୁ ବାରଣ କରାଯାଇଛି। ତେବେ ଦୋକାନ ବଜାର ଯେତିକି ସମୟ ଖୋଲିବ, ସେତିକି ସମୟ ଚାଲିବ ଟ୍ୟାକ୍ସି, ଅଟୋ । ସେହିପରି ସାରା ରାଜ୍ୟରେ ପାର୍ଲର, ସ୍ପା, ଜିମ, ସେଲୁନ କାଲିଠାରୁ ଖୋଲିବକୁ ଅନୁମତି ଦିଆଯାଇଛି । ବିନା ଦର୍ଶକରେ ଆଉଟଡୋର ସ୍ପୋର୍ଟସକୁ ସରକାରଙ୍କ ଅନୁମତି ମିଳିଛି । ସାରା ରାଜ୍ୟରେ ଇନଡୋର ଓ ଆଉଟଡୋର ଫିଲ୍ମ ସୁଟିଂକୁ ଅନୁମତି ମିଳିଛି ।
ତେବେ ପାର୍କ, ମଲ୍, ସିନେମା ହଲ, ମେଳା, ପ୍ରଦର୍ଶନୀ, ଯାତ୍ରା ବନ୍ଦ ରହିବ । ବାହାଘର, ଶୁଦ୍ଧିକ୍ରିୟା ପାଇଁ ଥିବା କଟକଣା ପୂର୍ବପରି ଜାରି ରହିବ । ସ୍କୁଲ, କଲେଜ, କୋଚିଂ ସେଣ୍ଟର ପୂର୍ବପରି ବନ୍ଦ ରହିବ । ବାର୍ ବନ୍ଦ ରହିବ, ରେଷ୍ଟୁରାଣ୍ଟ ଖାଦ୍ୟ ପାର୍ସଲ ଦେଇପାରିବେ ।
କାଟାଗୋରୀ ଏ
- ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା
- କାଟେଗୋରୀ ଏରେ ୨୦ ଜିଲ୍ଲା
- କାଟେଗୋରୀ ଏ ରେ ରାତି ୮ଟା ଯାଏଁ ଖୋଲିବ ଦୋକାନ ବଜାର
କାଟାଗୋରୀ ବି
- ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ
- କାଟେଗୋରୀ ବି ରେ ପୂର୍ବ ପରି ୧୦ ଜିଲ୍ଲା
- କାଟେଗୋରୀ ବିରେ ସଂଧ୍ୟା ୫ଟା ଯାଏ ଖୋଲିବ ଦୋକାନ ବଜାର
- କାଟେଗୋରୀ ବି'ରେ ନାଇଟ କର୍ଫ୍ୟୁ ବଳବତ୍ତର ରହିବ
- କାଟେଗୋରୀ ବି'ରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ












Click it and Unblock the Notifications