Get Updates
Get notified of breaking news, exclusive insights, and must-see stories!

ଓଡ଼ିଶା : ସ୍ତ୍ରୀ ଓ ଝିଅ ପାଇଁ ଜହ୍ନ ରାଇଜରେ ଜାଗା କିଣିଲେ ସ୍ୱାମୀ

ଜଗତସିଂହପୁର କୁଜଙ୍ଗ ବ୍ଲକ ବଡଙ୍ଗ ଅଞ୍ଚଳର ପ୍ରବୀର ପ୍ରଧାନ ନାମକ ସମାଜସେବୀ ତାଙ୍କ ପତ୍ନୀ ଓ ଝିଅକୁ ଚନ୍ଦ୍ରରେ ଦୁଇଟି ଜାଗା କିଣି ଭେଟି ଦେଇଛନ୍ତି

ଭୁବନେଶ୍ୱର : "ଜହ୍ନ ରାଇଜରେ ଜାଗାଟେ କିଣିଛି...ତାରା ଫୁଲରେ ଘରଟେ କରିଛି ।" ସୁପରହିଟ୍ ଆଲବମର ଏହି ଗୀତ ଏବେ ବାସ୍ତବରେ ରୂପାନ୍ତରିତ ହୋଇଛି । ବିଜ୍ଞାନର ଅଗ୍ରଗତି, ବୈଜ୍ଞାନିକମାନଙ୍କ ନିରବଚ୍ଛିନ୍ନ ପ୍ରୟାସ ଓ ଆଧୁନିକ ଜ୍ଞାନ କୌଶଳ ବଳରେ ଆଜି ମଣିଷ ଚନ୍ଦ୍ରପୃଷ୍ଠରେ କେବଳ ପହଞ୍ଚି ନାହିଁ ସେଠାରେ ଜମି ମଧ୍ୟ କିଣିଛି । ଦିନେ ଯାହା ଜହ୍ନମାମୁଁର ଗପ ଥିଲା ଆଜି ସେଠାରେ ମଣିଷ ରହିବା ପାଇଁ ସଜବାଜ ହେଉଛି । ଓଡିଶାରୁ ଆସିଛି ଏଭଳି ଏକ ଖବର । ଜଗତସିଂହପୁର କୁଜଙ୍ଗ ବ୍ଲକ ବଡଙ୍ଗ ଅଞ୍ଚଳର ପ୍ରବୀର ପ୍ରଧାନ ନାମକ ସମାଜସେବୀ ତାଙ୍କ ପତ୍ନୀ ଓ ଝିଅକୁ ଚନ୍ଦ୍ରରେ ଦୁଇଟି ଜାଗା କିଣି ଭେଟି ଦେଇଛନ୍ତି ।

ଜହ୍ନ
ପ୍ରବୀର ଆମେରିକାର ଲୁନାର ସୋସାଇଟିରୁ ଝିଅ ପାଇଁ ପତ୍ନୀଙ୍କ ପାଇଁ ଜାଗା କିଣିଛନ୍ତି । ଜାନୁଆରୀ 17 ତାରିଖରେ ଝିଅ ପାଇଁ ଅପ୍ରେଲ 27 ତାରିଖରେ ପତ୍ନୀ ପାଇଁ ସେ ଚନ୍ଦ୍ରରେ ଜାଗା କିଣିଛନ୍ତି । ଝିଅ ପାଇଁ Lake Of Happiness ଏବଂ ପତ୍ନୀଙ୍କ ପାଇଁ Sea of Serenityର ଦୁଇଟି ଜାଗା କିଣିଛନ୍ତି ପ୍ରବୀର ।

'ଦିନେ ଝିଅ ଯିବ'

ଚନ୍ଦ୍ରରେ ଏହି ଜମି ଦୁଇଟି କିଣିବା ପାଇଁ ତାଙ୍କୁ ହାରାହାରି 124 ଡଲାର ଖର୍ଚ୍ଚ କରିବାକୁ ପଡିଥିଲା । ପ୍ରବୀର ଇଫକୋରେ ଜଣେ କର୍ମଚାରୀ ଭାବରେ କାମ କରୁଛନ୍ତି । ଜମି କିଣିବା ବାବଦରେ ସେ କହିଛନ୍ତି ଗୋଟିଏ ନିଆରା ଉପହାର ଦେବା ପାଇଁ ଝିଅ ସବୁବେଳେ କହୁଥିଲା । ଝିଅ ସବୁବେଳେ ମହାକାଶ, ଚନ୍ଦ୍ର ଓ ତାରା ବିଷୟରେ ପଢାପଢି କରେ । ଏଥିପାଇଁ ଏହି ଜାଗା କିଣିଛି । ଦିନେ ଝିଅ ସେଠାକୁ ଯିବ ଦେଖିବା ପାଇଁ ନହେଲେ ତାର ପର ପିଢି ଯିବେ ସେଠାକୁ । ଜାଗା କିଣିଛି ବୋଲି ଝିଅର ଆଶା ରହିବ ଓ ସେ ଅଧିକ ପରିଶ୍ରମ କରିବ ବୋଲି କହିଛନ୍ତି ପ୍ରବୀର । ସେହିପରି ବାହାଘର ଆନିଭର୍ସରୀରେ ପତ୍ନୀଙ୍କୁ ଏହି ଉପହାର ଦେଇଥିବା ସେ କହିଛନ୍ତି ।

ଚନ୍ଦ୍ର
'କେବେ ଭାବି ନଥିଲି ମୋ ପାଇଁ ଜାଗା କିଣା ହେବ'
ସ୍ୱାମୀ ପ୍ରବୀର ଚନ୍ଦ୍ରରେ ଜାଗା ଉପହାରରେ ନିଜର ଖୁସି ଜାହିର କରିଛନ୍ତି ପତ୍ନୀ ଦେବଶ୍ରୀ ପ୍ରଧାନ । କୌଣସି ଦାମୀ ଅଳଙ୍କାର ଆଗରେ ଏହା କିଛି ନୁହେଁ । ପ୍ରଥମେ ମୁଁ ବିଶ୍ୱାସ କରୁନଥିଲି ହେଲେ ଯେବେ ଡାକ ଆସିଲା ସେବେ ଜାଣିଳି ସ୍ୱାମୀ ମୋ ପାଇଁ ଜମି କିଣିଛନ୍ତି ବୋଲି କହିଛନ୍ତି ଦେବଶ୍ରୀ ।
'ବଡହେଲେ ରକେଟରେ ଯିବି'
ବାପା ମୋ ପାଇଁ ଚନ୍ଦ୍ରରେ ଜାଗା କିଣିଛନ୍ତି । ବଡ ହେଲେ ମୁଁ ସେଠାକୁ ଯିବି । ବଡ ହେଲେ ଭଲ ପାଠ ପଢି ରକେଟରେ ସେଠାକୁ ଯିବି ବୋଲି କହିଛନ୍ତି ପ୍ରବୀରଙ୍କ ଝିଅ ପ୍ରଦ୍ୟାଶା ପ୍ରଧାନ । ପ୍ରବୀରଙ୍କ ଚନ୍ଦ୍ରରେ ଜାଗା କିଣିଥିବା ନେଇ 'ଓଡିଶା ସମ୍ବାଦ' ଏକ ସ୍ୱତନ୍ତ୍ର ଖବରରେ ପ୍ରକାଶ କରିଛି । ଇଚ୍ଛା ଶକ୍ତିଥିଲେ ସବୁ ଅସମ୍ବବ ସମ୍ବବ ହୋଇ ପାରେ । ଯେଉଁ ଚହ୍ନକୁ ଦେଖି ଅନେକ କବିତା ଅନେକ ଗପ ଓ ଗୀତ ସେଠାରେ ମଣିଷ ଜାଗା କିଣିପାରେ ତାହା ଏଥିରୁ ସ୍ପଷ୍ଟ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+