ମାର୍ଚ୍ଚ ସୁଦ୍ଧା ସବୁ ଗାଡ଼ିରେ ଲାଗିବ ପ୍ୟାନିକ୍ ବଟନ ଓ ଟ୍ରାକିଂ ଡିଭାଇସ୍
ଏଣିକି ସବୁ ଗାଡିରେ ଲାଗିବ ପ୍ୟାନିକ୍ ବଟନ ଓ ଟ୍ରାକିଂ ଡିଭାଇସ୍ । ଗାଡ଼ିର ବେଗ ଠାରୁ ଆରମ୍ଭ କରି ପରମିଟ୍ ପର୍ଯ୍ୟନ୍ତ ସବୁ କିଛି ଜାଣିହେବ। ଭୁବନେଶ୍ୱରରେ ରହିବ ଏହାର କମାଣ୍ଡ କଣ୍ଟ୍ରୋଲ ରୁମ୍ । ତିନି ଚକିଆ ଯାନକୁ ଛାଡି ଅନ୍ୟ ସମସ୍ତ ଯାତ୍ରୀବାହୀ ଓ ମାଲବାହୀ ଗା
ଭୁବନେଶ୍ୱର: ଏଣିକି ସବୁ ଗାଡିରେ ଲାଗିବ ପ୍ୟାନିକ୍ ବଟନ ଓ ଟ୍ରାକିଂ ଡିଭାଇସ୍ । ଗାଡ଼ିର ବେଗ ଠାରୁ ଆରମ୍ଭ କରି ପରମିଟ୍ ପର୍ଯ୍ୟନ୍ତ ସବୁ କିଛି ଜାଣିହେବ। ଭୁବନେଶ୍ୱରରେ ରହିବ ଏହାର କମାଣ୍ଡ କଣ୍ଟ୍ରୋଲ ରୁମ୍ । ତିନି ଚକିଆ ଯାନକୁ ଛାଡି ଅନ୍ୟ ସମସ୍ତ ଯାତ୍ରୀବାହୀ ଓ ମାଲବାହୀ ଗାଡିରେ ରହିବ ଏହି ବ୍ୟବସ୍ଥା । ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ଗାଡିର ଅବସ୍ଥିତି ନେଇ ଏହି ଟ୍ରାକିଂ ଡିଭାଇସ ସୂଚନା ଦେବ। ପାନିକ୍ ବଟନ୍ ମଧ୍ୟ ଚାଳକଙ୍କୁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଦେବ। କୌଣସି ଦୁର୍ଘଟଣା ଘଟିଲେ କିମ୍ବା ଯାତ୍ରୀଙ୍କର କୌଣସି ଯଦି ଅସୁବିଧା ହୁଏ, ତେବେ ଯାତ୍ରୀ ପାନିକ୍ ବଟନ୍ ଦବାଇବା ଦ୍ୱାରା ଏହା କଣ୍ଟ୍ରୋଲ ରୁମ୍କୁ ଜଣାପଡି ଯିବ।
୨୦୨୨ ଡିସେମ୍ବର ୩୧ ପୂର୍ବରୁ କିଣା ଯାଇଥିବା ଗାଡିଗୁଡିକ ପାଇଁ ଡେଡ୍ଲାଇନ୍ ଧାର୍ଯ୍ୟ କରାଯାଇଛି । ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଗାଡିରେ ଏହି ଡିଭାଇସ୍ ଲଗାଇବାକୁ ଚାଲକ ବାଧ୍ୟ ବୋଲି ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ।












Click it and Unblock the Notifications