ଓଡିଶା ପଞ୍ଚାୟତ ନିର୍ବାଚନ: ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ
ଭୁବନେଶ୍ବର: ପଞ୍ଚାୟତି ରାଜ ଅନୁଷ୍ଠାନ ଗୁଡିକ ପାଇଁ ଆଜି ହେଉଛି 4ର୍ଥ ପର୍ଯ୍ୟାୟ ନିର୍ବାଚନ । ରାଜ୍ୟର ୨୭ଟି ଜିଲ୍ଲାର ୬୪ ଗୋଟି ବ୍ଲକରେ ନିର୍ବାଚନ ହେଉଛି। ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଯଥାକ୍ରମେ ଫେବୃଆରୀ ୧୬, ୧୮ ଏବଂ ୨୦ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୨୦୦ଟି, ଦ୍ଵିତୀୟ ପର୍ଯ୍ୟାୟରେ ୧୮୬ ଟି ଏବଂ ତୃତୀୟ ପର୍ଯ୍ୟାୟରେ ୧୭୧ ଗୋଟି ଜିଲ୍ଲାପରିଷଦ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି। ୪ର୍ଥ ପର୍ଯ୍ୟାୟରେ ୧୨୫୪ ଗୋଟି ଗ୍ରାମ ପଞ୍ଚାୟତରେ ୧୬୩ ଟି ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନ ହେଉଛି। ସମୁଦାୟ ୬୬୭ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏହି ପର୍ଯ୍ୟାୟରେ ୧୭୦୮୯ ଗୋଟି ବୁଥ ରହିଛି। ଏହି ରାଜ୍ୟର ପ୍ରାୟ ୫୧ ଲକ୍ଷ ୩୧ ହଜାର ୭୨୭ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ ।

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ବ୍ୟାପକ ହିଂସା କାଣ୍ଡ ହୋଇଥିଲା। ଯାଜପୁର ଜିଲ୍ଲାରେ ବିଞ୍ଝାରପୁରରେ ଦୁବୃତମାନେ ବାଲାଟ ବାକ୍ସ ଲୁଟ କରି ନେଇଥିଲେ । ଏହି ଲୁଟ କାର୍ଯ୍ୟରେ ଭିଜୁଆଲ ନେବା ସମୟରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ କରିଥିଲେ ଦୁବୃତ । ଯଦିଓ ପୋଲିସ ପକ୍ଷରୁ ଏହାପରେ ବ୍ୟାପକ ଗିରଫଦାରୀ କରଯାଇଥିଲା, ତେବେ ଏହି ଘଟଣା ପରେ ବ୍ୟାପକ ଉତ୍ତେଜନା ସୃଷ୍ଟି ହୋଇଥିଲା । ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ମତଦାନ କେନ୍ଦ୍ରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଜି ମତଦାନ ପୂର୍ବରୁ ବିଭିନ୍ନ ସଂବେଦନଶୀଳ ବୁଥ ଚିହ୍ନଟ କରାଯାଇ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।












Click it and Unblock the Notifications