Get Updates
Get notified of breaking news, exclusive insights, and must-see stories!

ପଞ୍ଚାୟତ ନିର୍ବାଚନ: ଆଜି ୪୫ ବୁଥରେ ଚାଲିଛି ସାନି ମତଦାନ

ଚଳିତ ପଞ୍ଚାୟତ ନିର୍ବାଚନର ଚାରୋଟି ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଆଜି କିଛି ସ୍ଥାନରେ ଚାଲିଛି ସାନି ମତଦାନ ପ୍ରକ୍ରିୟା । ବିଭିନ୍ନ କାରଣରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟଦାନ ହୋଇପାରିନଥିବା ୪୫ଟି ବୁଥରେ ଆଜି ସାନି ମତଦାନ ହେଉଛି ।

ଭୁବନେଶ୍ୱର: ଚଳିତ ପଞ୍ଚାୟତ ନିର୍ବାଚନର ଚାରୋଟି ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଆଜି କିଛି ସ୍ଥାନରେ ଚାଲିଛି ସାନି ମତଦାନ ପ୍ରକ୍ରିୟା । ବିଭିନ୍ନ କାରଣରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟଦାନ ହୋଇପାରିନଥିବା ୪୫ଟି ବୁଥରେ ଆଜି ସାନି ମତଦାନ ହେଉଛି । ସକାଳ ୯ଟାରୁ ୩ଟା ମଧ୍ୟରେ ଏହି ଭୋଟଦାନ ହେବ । ଏହି ବୁଥଗୁଡିକରେ ଗଣ୍ଡଗୋଳ ଓ ଅନିୟମିତତା ଅଭିଯୋଗ ଆସିବା ପରେ ସାନି ମତଦାନ ପାଇଁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ନିର୍ବାଚନ କମିଶନ ।

odisha panchayat election

ପ୍ରଥମ ପର୍ଯ୍ୟାୟରେ ବନ୍ଦ ହୋଇଥିବା ୨୫ଟି ବୁଥ୍ ରହିଛି। ସବୁଠାରୁ ଅଧିକ ଯାଜପୁର ଜିଲ୍ଲାର ୧୧ଟି ବୁଥ୍ ରହିଛି। ପ୍ରଥମ ପର୍ଯ୍ୟାୟରେ ପୁରୀ ଓ ଭଦ୍ରକରେ ୫ଟି ଲେଖାଏ ବୁଥ୍, ଢେଙ୍କାନାଳରେ ୪ଟି ବୁଥ୍‌ରେ ରି-ପୋଲ୍‌ ହେଉଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ବିଭ୍ରାଟ ଘଟିଥିବା ୨୪ଟି ବୁଥରେ ଆଜି ପୁନଃ ମତଦାନ ଚାଲିଛି। ଯାଜପୁର ଜିଲ୍ଲାର ସର୍ବାଧିକ ୧୩ଟି, ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାର ୩ଟି ଲେଖାଏ ସହ ବାଲେଶ୍ୱର, ଭଦ୍ରକ, ବୌଦ୍ଧ, ବଲାଙ୍ଗିର ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏ ଲେଖାଏ ବୁଥରେ ପୁନଃ ମତଦାନ ଚାଲିଛି।

ଉଭୟ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବନ୍ଦ ଥିବା ଯାଜପୁର ଜିଲ୍ଲାର ସର୍ବାଧିକ ୨୪ଟି ବୁଥ୍‌ରେ ଆଜି ପୁନଃ ମତଦାନ ଚାଲିଛି। ସକାଳ ୯ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ଚାଲିବ।

ସେପଟେ ଆସନ୍ତାକାଲି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ଭୋଟ ହେବ । ଏହି ପର୍ଯ୍ୟାୟରେ ୨୫ ଜିଲ୍ଲାରେ ୪୮ଟି ବ୍ଲକର ୧୩୧ ଜିଲ୍ଲାପରିଷଦ ଜୋନରେ ଭୋଟଗ୍ରହଣ ହେବ । ୯୭୫ ଗ୍ରାମ ପଞ୍ଚାୟତର ୧୩ ହଜାର ୫୧୪ ବୁଥରେ ଭୋଟ ପଡିବ । ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+