Get Updates
Get notified of breaking news, exclusive insights, and must-see stories!

ରାସ୍ତାକଡ଼ରୁ ମିଳିଲା ଲୁଟ ହୋଇଥିବା ଭୋଟ୍‌ ବାକ୍ସ

ଜଗତସିଂହପୁର: ପଞ୍ଚାୟତ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଭୋଟ ବାକ୍ସ ଚୋରୀ ହୋଇଥିଲା । ଆଜି ରାସ୍ତାକଡ଼ରୁ ଲୁଟ ହୋଇଥିବା ଭୋଟ୍‌ ବାକ୍ସ ମିଳିଛି। ସୂଚନା ଯୋଗ୍ୟ ଯେ, ଗତକାଲି ଜଗତସିଂହପୁର ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳ ଭୋଟ୍ ବାକ୍ସ ଚୋରି ହୋଇଯାଇଥିଲା। କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ବୁଥକୁ କବଜା କରି ନେଇଥିବା ବେଳେ ଆତଙ୍କରାଜ ଖେଳାଇଥିଲେ। ୩୫ରୁ ୪୦ ଦୁର୍ବୃତ୍ତ ପଟସରା ପଞ୍ଚାୟତର ଢୋଲବନ୍ଧ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ୨ ନମ୍ବର ବୁଥରେ ପଶି ଆତଙ୍କରାଜ ଖେଳାଇଥିଲେ ।

Panchayat elections odisha

ଲୁହା ରଡ଼, ଜିଆଇ ପାଇପ ଓ ମାରଣାସ୍ତ୍ର ଧରି ନିର୍ବାଚନ ଦାୟିତ୍ୱରେ ଥିବା ସମସ୍ତଙ୍କୁ ଆକ୍ରମଣ କରି ଭୋଟ ବକ୍ସ ଲୁଟି ନେଇଥିଲେ । ସେଠାରୁ ଯାଇ ଡିହ-ପଟସରା ସ୍କୁଲରେ ଗଣ୍ଡଗୋଳ କରି ଟ୍ରଙ୍କରୁ ଭୋଟ ବକ୍ସ ନେଇ ଯାଇଥିଲେ । ଯାହାଫଳରେ ଦୁଇଟି ଯାକ ବୁଥରେ ଭୋଟ ବନ୍ଦ ହୋଇଥିଲା । ତେବେ ଆଜି ସେହି ବୁଥ ନିକଟରୁ ୫ ଶହ ମିଟର ଦୂର କୁଳ ପଟସରା ୩ ନମ୍ବର ବୁଥ ନିକଟ ରାସ୍ତା କଡ଼ରୁ ଭୋଟ୍ ବାକ୍ସ ଉଦ୍ଧାର ହୋଇଛି । ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ପୋଲିସ ସୁରକ୍ଷା ବଢାଇ ଦିଆଯାଇଛି। ତେବେ ଏହି ହିଂସାକାଣ୍ଡ ପରେ ସମ୍ପୃକ୍ତ ଆଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+