ସରିଲା ପଞ୍ଚାୟତ ନିର୍ବାଚନ: ପଞ୍ଚମ ପର୍ଯ୍ୟାୟରେ ୭୦ ପ୍ରତିଶତ ମତଦାନ, ୨୬ରୁ ଗଣତି

ଶେଷ ହେଲା ପଞ୍ଚାୟତ ନିର୍ବାଚନ । ପଞ୍ଚମ ତଥା ଶେଷ ପର୍ଯ୍ୟାୟରେ ହାରାହାରି ୭୦ ପ୍ରତିଶତ ମତଦାନ ହୋଇଥିବାବେଳେ ଆଜି ଅନେକ ସ୍ଥାନରେ ହିଂସାକାଣ୍ଡ, ବୁଥ ରିଗିଂ ଆଦି ପାଇଁ ମତଦାନ ପ୍ରଭାବିତ ହୋଇଛି।

ଭୁବନେଶ୍ୱର: ଶେଷ ହେଲା ପଞ୍ଚାୟତ ନିର୍ବାଚନ । ପଞ୍ଚମ ତଥା ଶେଷ ପର୍ଯ୍ୟାୟରେ ହାରାହାରି ୭୦ ପ୍ରତିଶତ ମତଦାନ ହୋଇଥିବାବେଳେ ଆଜି ଅନେକ ସ୍ଥାନରେ ହିଂସାକାଣ୍ଡ, ବୁଥ ରିଗିଂ ଆଦି ପାଇଁ ମତଦାନ ପ୍ରଭାବିତ ହୋଇଛି। ଆସନ୍ତା ୨୬ରୁ ୨୮ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଭୋଟଗଣତି ଅନୁଷ୍ଠିତ ହେବ।

 odisha panchayat election

ପ୍ରଥମ ୩ଟି ପର୍ଯ୍ୟାୟରେ ହିଂସାକାଣ୍ଡ ପରେ ଆଜି ୫ମ ପର୍ଯ୍ୟାୟରେ ନିଆଳି ଓ ଭଦ୍ରକରେ ଗଣ୍ଡଗୋଳ ଦେଖିବାକୁ ମିଳିଛି । ଭଦ୍ରକରେ ବୁଥରେ ପଶି ବାଲାଟ ପେପର ଲୁଟ ହୋଇଥିବା ବେଳେ ନିଆଳିରେ ଏକାଧିକ ସ୍ଥାନରେ ଭୋଟ ବାକ୍ସ ଲୁଟ ସହ ସରକାରୀ ଅଧିକାରୀଙ୍କୁ ଲୋକେ ଅଟକ ରଖିଥିଲେ । ବ୍ରହ୍ମଗିରିରେ ନିର୍ବାଚନୀ ହିଂସାକାଣ୍ଡକୁ ନେଇ ଆଜି ପୁଣି ବୋମା ଫିଙ୍ଗିବା ପରି ଘଟଣା ଘଟିଛି ।

ସୂଚନାଯୋଗ୍ୟ, ରାଜ୍ୟର ମୋଟ ୨.୭୯ କୋଟି ଭୋଟର ୯୧୯୧୩ଟି ବୁଥ୍ ମାଧ୍ୟମରେ ୧ଲକ୍ଷ ୬ହଜାର ୩୫୩ଟି ବିଭିନ୍ନ ପଦବୀ ନିମନ୍ତେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ମତଦାନ ହାର ବେଶ୍ ଉତ୍ସାହଜନକ ରହିଛି। ପାଂଚ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ୧୬ରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୭.୨%, ଦ୍ୱିତୀୟ ପର୍ଯ୍ୟାୟରେ ୭୮.୩%, ତୃତୀୟ ପର୍ଯ୍ୟାୟରେ ୭୮.୬% ଓ ଚତୁର୍ଥ ପର୍ଯ୍ୟାୟରେ ୭୯% ମତଦାନ ରେକର୍ଡ କରାଯାଇଛି । ମାତ୍ର ଚଳିତ ପଂଚାୟତ ନିର୍ବାଚନରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯେଭଳି ହିଂସକାଣ୍ଡ, ବୁଥ ରିଗିଂ ଓ ଅନ୍ୟାନ୍ୟ କାରଣରୁ ନିର୍ବାଚନ ପ୍ରଭାବିତ ହୋଇଛି, ତାହା ଓଡ଼ିଶା ନିର୍ବାଚନ ଇତିହାସରେ ପୂର୍ବରୁ କେବେ ହୋଇନଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+