For Quick Alerts
Turn On Notification  
For Daily Alerts
Oneindia App Download

ନିର୍ବାଚନ ଡ୍ୟୁଟିରେ ଯାଉଥିବା କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ SEC

ରାଜ୍ୟ ନିର୍ବାଚନ କମିଶନର କରିଥିବା ଘୋଷଣା ଅନୁଯାୟୀ, ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ମୃତ୍ୟୁ ହେଲେ ୩୦ ଲକ୍ଷର ଅନୁକମ୍ପା ରାଶି ମିଳିବ । ଏହାବାଦ ହିଂସା, ଅସାମାଜିକଙ୍କ ଆକ୍ରମଣ ଓ ବୋମା ବିସ୍ଫୋରଣ ମୃତ୍ୟୁ ପାଇଁ ମଧ୍ୟ ମିଳିବ ଅନୁକମ୍ପା । ଡ୍ୟୁଟିରେ ଥାଇ

|

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ ହେବାକୁ ଥିବା ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ପୂର୍ବରୁ ଲାଗୁଥିବା ମୃତ୍ୟୁଜନିତ ଅନୁକମ୍ପା ରାଶିକୁ ବଢ଼ାଇ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

Odisha Panchayat Election

ରାଜ୍ୟ ନିର୍ବାଚନ କମିଶନର କରିଥିବା ଘୋଷଣା ଅନୁଯାୟୀ, ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ମୃତ୍ୟୁ ହେଲେ ୩୦ ଲକ୍ଷର ଅନୁକମ୍ପା ରାଶି ମିଳିବ । ଏହାବାଦ ହିଂସା, ଅସାମାଜିକଙ୍କ ଆକ୍ରମଣ ଓ ବୋମା ବିସ୍ଫୋରଣ ମୃତ୍ୟୁ ପାଇଁ ମଧ୍ୟ ମିଳିବ ଅନୁକମ୍ପା । ଡ୍ୟୁଟିରେ ଥାଇ ଅନ୍ୟ କାରଣରୁ ମୃତ୍ୟୁ ହେଲେ ୧୫ ଲକ୍ଷର ଅନୁକମ୍ପା ରାଶି ମିଳିବ ।

ଫେବୃଆରୀ ୧୬ରୁ ରାଜ୍ୟରେ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ପଞ୍ଚାୟତ ନିର୍ବାଚନ । ମୋଟ୍ ୫ଟି ପର୍ଯ୍ୟାୟରେ ହେବ ମତଦାନ । ଏହା ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି । ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ମଧ୍ୟ ଆରମ୍ଭ ହୋଇସାରିଛି । କରୋନା କାଳରେ ଏହି ନିର୍ବାଚନ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପଞ୍ଚାୟତ ନିର୍ବାଚନ ଠିକ୍ ଭାବରେ କରିବା ପାଇଁ ବହୁ ସଂଖ୍ୟାରେ ସରକାରୀ କର୍ମଚାରୀ ନିୟୋଜିତ ହେବେ ।

ତେବେ ନିର୍ବାଚନ ଡ୍ୟୁଟି ସମୟରେ ହିଂସାକାଣ୍ଡ ଘଟି ଏଥିରେ ନିୟୋଜିତ କର୍ମଚାରୀଙ୍କ ଆଖି ସମ୍ପୂର୍ଣ୍ଣ ନଷ୍ଟ ହେଲେ ୧୫ ଲକ୍ଷର ଅନୁକମ୍ପା ରାଶି ମିଳିବ । ନିର୍ବାଚନ ଡ୍ୟୁଟିରେ ଥାଇ ଦୁର୍ଘଟଣାରେ ଆଖି, ଅଙ୍ଗହାନୀ ହେଲେ ୭.୫ ଲକ୍ଷ ମିଳିବ। ଡ୍ୟୁଟିରେ ଥାଇ ଗୁରୁତର ଆହତ ହେଲେ ମିଳିବ ୨ ଲକ୍ଷର ଅନୁକମ୍ପା । ସେହିପରି ଡ୍ୟୁଟିରେ ଥାଇ କୋଭିଡରେ ମୃତ୍ୟୁ ହେଲେ ୩୦ ଲକ୍ଷର ସହାୟତା ରାଶି ମିଳିବ । ଏହି ସୁବିଧା ସରକାରୀ ଓ ପ୍ରାଇଭେଟ ଗାଡ଼ି ଡ୍ରାଇଭର ଓ ହେଲପର ବି ପାଇବେ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Panchayat Election: SEC Announced Ex-Gratia Compensation For Poll Duty Staff
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X