Get Updates
Get notified of breaking news, exclusive insights, and must-see stories!

ଦେଲେନି ଆବାସ୍ ଘର, ହକ୍ ପାଇଁ ଜିଦିରେ ହେଲେ ସରପଞ୍ଚ ପ୍ରାର୍ଥୀ

ଚର୍ଚ୍ଚାରେ ଏବେ କେନ୍ଦୁଝର ପଦ୍ମପୁର ସରପଞ୍ଚ ପ୍ରାର୍ଥୀନି ଦେବଶ୍ରୀ ନାଏକ । ଅନ୍ୟାୟ, ଅନିମିୟତତା ଓ ପିସି କାରବାରର ଶୀକାର ହୋଇ ଜିଦିରେ ନିଜ ହକ୍ ପାଇଁ ଲଢିବାକୁ ମୈଦାନକୁ ଓହ୍ଲାଇଲେ ଦେବଶ୍ରୀ ।

କେନ୍ଦୁଝର: ଚର୍ଚ୍ଚାରେ ଏବେ କେନ୍ଦୁଝର ପଦ୍ମପୁର ସରପଞ୍ଚ ପ୍ରାର୍ଥୀନି ଦେବଶ୍ରୀ ନାଏକ । ଅନ୍ୟାୟ, ଅନିମିୟତତା ଓ ପିସି କାରବାରର ଶୀକାର ହୋଇ ଜିଦିରେ ନିଜ ହକ୍ ପାଇଁ ଲଢିବାକୁ ମୈଦାନକୁ ଓହ୍ଲାଇଲେ ଦେବଶ୍ରୀ । ତେବେ ଏଥର କେବଳ ନିଜ ପାଇଁ ନୂହେଁ ବରଂ ନିଜ ହକ୍ ସହ ଗରିବ ଲୋକଙ୍କ ପାଇଁ ଲଢିବି ବୋଲି କହିଛନ୍ତି ଜିଲ୍ଲା ପଦ୍ମପୁର ସରପଞ୍ଚ ପ୍ରାର୍ଥୀନି ଦେବଶ୍ରୀ ନାଏକ ।

Odisha Panchayat Election

ଘଟଣା ଏମିତି... ବହୁବାର ଆବାସ ଖଣ୍ଡିଏ ପାଇଁ ସରପଞ୍ଚଙ୍କୁ ଗୁହାରି କରିଥିଲେ। କେବଳ ଯେ ସରପଞ୍ଚଙ୍କ ପାଖରେ ଗୁହାରି କରିଥିଲେ ତାହା ନୁହେଁ, ବ୍ଲକ୍ ପ୍ରଶାସନ ପାଖରେ ଦରଖାସ୍ତ କରିଥିଲେ। ମାତ୍ର କିଛି ସୁଫଳ ମିଳିଲା ନାହିଁ। ପାଞ୍ଚ ବର୍ଷ ବିତିଗଲା ସିନା ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ମିଳି ପାରିଲା ନାହିଁ। ଫଳରେ ନିଜ ହକ୍ ଓ ଗରିବଙ୍କ ଅଧିକାର ପାଇଁ ଚଳିତ ପଞ୍ଚାୟତ ନିର୍ବାଚନ ଲଢୁଛନ୍ତି ବୋଲି କହିଛନ୍ତି ଦେବଶ୍ରୀ ।

"ମତେ ତ ଘର ମିଳିଲାନି...ଏବେ ମୁଁ ସରପଞ୍ଚ ହେବି, ସରକାରୀ ଘର ଗରିବ ଲୋକଙ୍କୁ ଦେବି।"

ସ୍ୱାମୀ ରମାକାନ୍ତ ପାତ୍ର, ଶ୍ୱଶୁର ଈଶ୍ୱରୀ ପାତ୍ର, ଶାଶୁ ଯାତ୍ରୀ ପାତ୍ରଙ୍କ ସମେତ ଦୁଇ ଝିଅଙ୍କକୁ ନେଇ ପରିବାର। ସ୍ୱାମୀ ଗାଁ ଛକରେ ଅଟୋ ଚଳାଇ ପରିବାର ପୋଷନ୍ତି। ମାତ୍ର ଅଟୋ ଚଳାଇ ଯେତିକି ରୋଜଗାର କରନ୍ତି, ସେତିକିରେ ପରିବାର ଚଳେ ନାହିଁ। ସେଥିରେ ପୁଣି ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ତୋଳିବା କଷ୍ଟ କର।

ଦେବଶ୍ରୀଙ୍କ ଶ୍ୱଶୁର ଈଶ୍ୱରୀ ପାତ୍ର ସାଇକଲ ଦୋକାନରେ ଶ୍ରମିକ ଭାବେ କାମ କରନ୍ତି। ସେ ବର୍ଷ ବର୍ଷ ଧରି ସରପଞ୍ଚ ଏବଂ ବ୍ଲକ୍‌ ପ୍ରଶାସନକୁ ଗୁହାରି କରି ସରକାରୀ ଯୋଜନାରେ ଘରଟିଏ ପାଇ ପାରିଲେ ନାହିଁ। ଦେବଶ୍ରୀ ନିଜ ସ୍ବାମୀଙ୍କ ସହିତ ସରପଞ୍ଚଙ୍କ ପାଖକୁ ଦୌଡ଼ିଦୌଡ଼ି ଘରଟିଏ ପାଇଁ ଯେତେ ନେହୁରା ହେଲେ ମଧ୍ୟ ଘରଟିଏ ମଳିଲା ନାହିଁ। ଏଥିପାଇଁ ‌ ବ୍ଲକ୍‌ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ସମେତ ସମସ୍ତ ଗଣମାଧ୍ୟମର ସହଯୋଗ ଲୋଡ଼ିଥିଲେ। ଏ ସମ୍ପର୍କରେ 'ସମ୍ବାଦ'ରେ ୨୦୨୦ ମସିହା ଜୁନ୍‌ ୨୬ ତାରିଖରେ ଏକ ବିସ୍ତୃତ ଖବର ପ୍ରକାଶ ପାଇଥିଲା। ଯାହାର ଶୀର୍ଷକ ଥିଲା- 'ଭଙ୍ଗା କୁଡ଼ିଆରେ ଜୀବନ'। ‌ତେବେ ଏତେ ସତ୍ତ୍ବେ ଦେବଶ୍ରୀଙ୍କୁ ଘର ମିଳିଲା ନାହିଁ।

ତେବେ ଘରଟିଏ ନ ପାଇବାରୁ ସେ ଚଳିତ ପଞ୍ଚାୟତ ନିର୍ବାଚନରେ ନିଜେ ସରପଞ୍ଚ ହୋଇ ଘର ବାଣ୍ଟିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଏବେ ସରପଞ୍ଚ ପ୍ରାର୍ଥୀରେ ନାମାଙ୍କନ ବି ଭରିଛନ୍ତି । ଆଉ ମାଛ ଚିହ୍ନରେ ଭୋଟ୍‌ ଦେଇ ତାଙ୍କୁ ଜୟଯୁକ୍ତ କରାଇବା ପାଇଁ ଲୋକଙ୍କୁ କହୁଛନ୍ତି। କେବଳ ଏତିକି ନୁହେଁ ବରଂ ନିଜେ ଯେମିତି ଘର ଖଣ୍ଡିଏ ପାଇଁ ହଇରାଣ ହୋଇଥିଲେ ସେମିତି ଅନ୍ୟ କୌଣସି ଲୋକ ହଇରାଣ ନହୁଅନ୍ତୁ ବୋଲି କହୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+