For Quick Alerts
Turn On Notification  
For Daily Alerts
Oneindia App Download

କୋଟିଆରେ ହାର ମାନିଲା ସର୍ବଦଳ, ଜିତିଲେ ଟିକାଇ ଗେମେଲ

କୋରାପୁଟରେ ହାର ମାନିଲା ସର୍ବଦଳ । ଚଳିତ ପଞ୍ଚାୟତ ନିର୍ବାଚନରେ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନୀଙ୍କୁ ହରାଇଛନ୍ତି ସ୍ୱାଧୀନ ପ୍ରାର୍ଥୀନି ଟିକାଇ ଗେମେଲ ।

|

କୋରାପୁଟ: କୋରାପୁଟରେ ହାର ମାନିଲା ସର୍ବଦଳ । ଚଳିତ ପଞ୍ଚାୟତ ନିର୍ବାଚନରେ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନୀଙ୍କୁ ହରାଇଛନ୍ତି ସ୍ୱାଧୀନ ପ୍ରାର୍ଥୀନି ଟିକାଇ ଗେମେଲ । ସବୁ କଳ୍ପନା ଜଲ୍ପନାକୁ ଅନ୍ତ ଘଟାଇ ସେ ୩୭୦୦ ଭୋଟରେ ବିଜୟ ଲାଭ କରିଛନ୍ତି । ଏହାସହ କୋରାପୁଟ ଜିଲ୍ଲା ପଟାଙ୍ଗି ଜୋନ-୧ରେ ଚିତ୍‌ପାଟାଙ୍ଗ ମାରିଛି ସର୍ବଦଳ । ଟିକାଇ ୧୦୩୫୪ ଭୋଟ ପାଇଥିବା ବେଳେ ମମତା ୬୬୫୪ଟି ଭୋଟ ପାଇଛନ୍ତି ।

Kotia

ଏହି ଜୋନରେ କୋଟିଆରେ ୫୧୯୭ ଭୋଟର, ଗାଙ୍ଗରାଜପୁରରେ ୨୧୦୪, ଦେଓ ପଟାଙ୍ଗୀରେ ୨୦୯୫, ନୂଆଗାଁରେ ୧୬୮୮, ପଟାଙ୍ଗିରେ ୪୪୬୧, ପୁକାଲିରେ ୩୯୮୩, ମାଲିପୁଟରେ ୨୭୯୦ ଭୋଟରଙ୍କୁ ମିଶାଇ ମୋଟ ୨୨୩୧୮ ଭୋଟର ରହିଥିବାବେଳେ ୧୭୧୦୮ଟି ଭୋଟ ପଡିଥିଲା । ସେଥିରୁ ଟିକାଇ ୧୦ ହଜାର୩୫୪ରୁ ଅଧିକ ଭୋଟ ପାଇଥିବାବେଳେ ୬୬୫୪ ଭୋଟ ପାଇଥିଲେ ମମତା ଜାନି ।

ତେବେ ଏହାକୁ ନେଇ ଜୟପୁର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନିପତି କହିଛନ୍ତି ଯେ, ଆମେ ଯେପରି ଭାବେ ପ୍ରଚାର ପ୍ରସାର କରିବା କଥା ଆମେ କରିପାରୁଲୁନାହିଁ । ନିଜ ନିଜ କାମରେ ରହିଯାଇ ଏହାକୁ ଅଣଦେଖା କରିଦେବାରୁ ପରାଜୟର ସମ୍ମୁଖୀନ ହୋଇଛୁ । ଆମେ ଜନମତକୁ ସ୍ୱାଗତ କରୁଛୁ, ଜନତା ଜନାର୍ଦ୍ଧନ ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ଆମେ ସ୍ୱାଗତ କରୁଛୁ ବୋଲି ସେ କହିଛନ୍ତି ।

ବିଜେଡି ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ କହିଛନ୍ତି ଯେ, ଯେଉଁ ଭାବେ ଆମେ ଧ୍ୟାନ ଦେବା କଥା ଦେଇପାରିଲୁ ନାହିଁ । ସମନ୍ୱୟର ଅଭାବ ରହିବା ସର୍ବଦଳର ପ୍ରାର୍ଥୀ ପରାଜିତ ହେଲା । ଟିକାଇଙ୍କ ବିଜୟ ଓଡ଼ିଶାର ବିଜୟ । ଆମର ଆନ୍ଧ୍ର ସହ ଲଢେଇଥିଲା, ଟିକାଇଙ୍କୁ ଆମେ ଶୁଭେଚ୍ଛା ଜଣାଉଛୁ ବୋଲି ସେ କହିଛନ୍ତି ।

ସେହିପରି ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗୀ କହିଛନ୍ତି ଯେ, ଜନମତକୁ ଆମେ ସ୍ୱାଗତ କରୁଛୁ । ଢୋଲ ଭିତରେ ମୁଷା ରହି ଆତ୍ମଘାତି କାମ କରିଛନ୍ତି । ନାଁକୁ କେବଳ ସର୍ବଦଳୀୟ ହୋଇଥିଲେ । ଦଳ ପାଇଁ କେଉଁ ଦଳ ପ୍ରଚାର କରିଲାନି । ଫଳରେ ସର୍ବଦଳୀୟ ପ୍ରାର୍ଥୀ ପରାଜିତ ହେଲା ବୋଲି ସେ କହିଛନ୍ତି ।

ଅନ୍ୟପଟେ ବିଜୟ ପରେ ଟିକାଇ ଗେମେଲ କହିଛନ୍ତି ଯେ, ଏହି ବିଜୟ ମୋର ବିଜୟ ନୁହେଁ ପଟାଙ୍ଗିର ୭ଟି ପଞ୍ଚାୟତବାସୀଙ୍କ ବିଜୟ । ଲୋକଙ୍କ ପାଇଁ ମୁଁ କାମ କରିବି । ପଟାଙ୍ଗି ଜୋନ-୧ରେ ବିକାଶ ପାଇଁ ମୁଁ ସବୁବେଳେ ରହିବି ବୋଲି ସେ କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha Panchayat Election Result: Independent Candidate Tikai Gamel Won in Kotia
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X