Get Updates
Get notified of breaking news, exclusive insights, and must-see stories!

ପଞ୍ଚାୟତ ଫଳାଫଳ: ପ୍ରଥମ ଦିନର ଗଣତିରେ ବିଜେଡିର ବାଜିମାତ, ଢେର ପଛରେ କଂଗ୍ରେସ-ବିଜେପି

୩୧୫ରୁ ଘୋଷଣା ହୋଇଥିବା ୩୧୪ଟି ଆସନରେ ବଡ ବ୍ୟବଧାନରେ ବାଜି ମାରି ନେଇଛି ବିଜେଡି । ୩୧୪ ଜୋନରୁ ୨୮୧ରେ ବିଜେଡି, ବିଜେପି ୧୫, କଂଗ୍ରେସ ୧୪ ସ୍ୱାଧୀନ ୨ ଓ ଅନ୍ୟାନ ୨ଟି ଜୋନରେ ବିଜୟୀ ହୋଇଛନ୍ତି ।

ଭୁବନେଶ୍ବର: ରାଜ୍ୟରେ ଆଜି ଦ୍ୱିତୀୟ ଦିନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟଗଣତି ଜାରି ରହିଛି । ଗତକାଲି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନର ଭୋଟଗଣତି କରାଯାଇଥିଲା । ପ୍ରଥମ ଦିନର ଭୋଟ ଗଣତିରେ ବିଜେଡିକୁ ମିଳିଛି ବିପୁଳ ସଫଳତା ।

 odisha panchayat election result

୩୧୫ରୁ ଘୋଷଣା ହୋଇଥିବା ୩୧୪ଟି ଆସନରେ ବଡ ବ୍ୟବଧାନରେ ବାଜି ମାରି ନେଇଛି ବିଜେଡି । ୩୧୪ ଜୋନରୁ ୨୮୧ରେ ବିଜେଡି, ବିଜେପି ୧୫, କଂଗ୍ରେସ ୧୪ ସ୍ୱାଧୀନ ୨ ଓ ଅନ୍ୟାନ ୨ଟି ଜୋନରେ ବିଜୟୀ ହୋଇଛନ୍ତି । ତେବେ ଗୋଟିଏ ଜିଲ୍ଲା ପରିଷଦ ଘୋଷଣା ହୋଇନାହିଁ ।

 odisha panchayat election result

ଆଜି ୩୦୬ଟି ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି କରାଯାଉଛି । ବର୍ତ୍ତମାନ ସୁଦ୍ଧା ବଜେଡି ଆଗୁଆ ଥିବା ବେଳେ ବିଜେପି ଓ କଂଗ୍ରେସ ପଛରେ ଅଛନ୍ତି । ଆସନ୍ତାକାଲି ଅବଶିଷ୍ଟ ୨୩୦ଟି ଜୋନର ଭୋଟଗଣତି କରାଯିବ । ରାଜ୍ୟରେ ମୋଟ୍‌ ୮୫୩ ଜିଲ୍ଲା ପରିଷଦ ଜୋନ ଥିବା ବେଳେ ୮୫୧ଟି ଜୋନ ପାଇଁ ଭୋଟ୍‌ ଗ୍ରହଣ କରାଯାଇଥିଲା । ଜଣେ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିବା ବେଳେ ଗୋଟିଏ ଜୋନରେ ପ୍ରାର୍ଥୀଙ୍କ ପରଲୋକ ଯୋଗୁ ନିର୍ବାଚନ ହୋଇନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+