Get Updates
Get notified of breaking news, exclusive insights, and must-see stories!

ଧରାଶାୟୀ ବିରୋଧୀ: ଏହି ୪ ଜିଲ୍ଲା ପୋଛିନେଲା ବିଜେଡି, ଖାତା ଖୋଲି ପାରିଲାନି ବିଜେପି-କଂଗ୍ରେସ

୪ ଜିଲ୍ଲାରେ ଜିଲ୍ଲା ପରିଷଦ ଆସନ କ୍ଲିନ ସୁଇପ କରିଛି ବିଜେଡ଼ି । ଏହି ଜିଲ୍ଲା ଗୁଡିକ ହେଲା ଭଦ୍ରକ (୨୮/୨୮) ଦେବଗଡ଼ (୭/୭) ଝାରସୁଗୁଡା (୯/୯) ଯାଜପୁର (୩୯/୩୯) ।

ଭୁବନେଶ୍ବର: ଜାରି ରହିଛି ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗଣତି ପ୍ରକ୍ରିୟା । ଆଜି ଗଣତିର ଶେଷ ଦିନ ହୋଇଥିବା ବେଳେ ଫଳାଫଳ ଆସି ସାରିଥିବା ଆସନରେ ବହୁ ଆଗରେ ରହିଛି ବିଜେଡି । ଏପରିକି ୪ ଜିଲ୍ଲାରେ ଜିଲ୍ଲା ପରିଷଦ ଆସନ କ୍ଲିନ ସୁଇପ କରିଛି ବିଜେଡ଼ି । ଏହି ଜିଲ୍ଲା ଗୁଡିକ ହେଲା ଭଦ୍ରକ (୨୮/୨୮) ଦେବଗଡ଼ (୭/୭) ଝାରସୁଗୁଡା (୯/୯) ଯାଜପୁର (୩୯/୩୯) ।

Odisha Panchayat Election Result

ସେହିପରି ବିଜେପି ୧୦ଟି ଜିଲ୍ଲାରେ ଖାତା ଖୋଲି ପାରିନାହିଁ। ଭଦ୍ରକ, ଦେବଗଡ଼, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର ଓ ରାୟଗଡ଼ାରେ ବିଜେପିର ନେତା କୌଣସି ଜୋନ୍‌ରେ ବିଜୟୀ ହୋଇପାରି ନାହାନ୍ତି। ସେହିପରି କଂଗ୍ରେସର ପ୍ରାର୍ଥୀମାନେ ୧୮ଟି ଜିଲ୍ଲାରେ କୌଣସି ଜିଲ୍ଲା ପରିଷଦ ଜୋନ୍‌କୁ ନିଜ ଅଧିନକୁ ଆଣିପାରି ନାହାନ୍ତି। ଏଥିରେ ଅନୁଗୁଳ, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଦେବଗଡ଼, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼‌ ସାମିଲ ରହିଛି।

ପୂର୍ବରୁ ପଶ୍ଚିମ, ଉତରରରୁ ଦକ୍ଷିଣ । ଉପକୂଳରୁ ଉପାନ୍ତ । ମାଲକାନଗିରିରୁ ମୟୂରଭଞ୍ଜ, କଳାହାଣ୍ଡିରୁ କେନ୍ଦ୍ରାପଡା ସବୁଠି ସାଂଘାତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି ବିରୋଧୀ । କେବଳ ବିପର୍ଯ୍ୟୟ ନୁହେଁ କୋରାପୁଟକୁ ଛାଡି ରାଜ୍ୟର ଅନ୍ୟ କୌଣସି ଜିଲ୍ଳାରେ ଜିଲ୍ଲାପରିଷଦ ଆସନ ଦଖଲ କରିବାରେ ଦୁଇ ଅଙ୍କ ଟପି ପାରି ନାହାଁନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । କେବଳ କୋରାପୁଟ ଜିଲ୍ଲାପରିଷଦ ଆସନରେ କଂଗ୍ରେସ ଦୁଇ ଅଙ୍କ ଟପିଛି ।

ମୟୂରଭଞ୍ଜରେ ଗତଥର ବିଜେପି ୪୯ଟି ଜିଲ୍ଲାପରିଷଦ ଆସନ ଦଖଲ କରିଥିବାବେଳେ ଏଥର ଖାତା ଖୋଲିପାରିନି । ସେହିପରି ଝାରସୁଗୁଡାରେ ଗତଥର କଂଗ୍ରେସ ଦବଦବା ଦେଖାଇଥିବାବେଳେ ଏଥର ସମ୍ପୂର୍ଣ୍ଣ ବିଜେଡି ଖାତାକୁ ଚାଲି ଯାଇଛି । ବିଶେଷକରି ବିଜେପିର ଗଡ କୁହାଯାଉଥିବା ପଶ୍ଚିମ ଓଡିଶାର ୧୦ ଜିଲ୍ଲାରେ ସମସ୍ତଙ୍କୁ ଚମକାଇ ଦେବା ଭଳି ପ୍ରଦର୍ଶନ କରିଛି ବିଜେଡି । ଆଉ ବିରୋଧୀ ଏହି ସବୁ ଜିଲ୍ଲାରେ ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନର ଫଳାଫଳକୁ ଦୋହରାଇବାରେ ବିଫଳ ହୋଇଛନ୍ତି ।

Odisha Panchayat Election Result

ଦେବଗଡ଼ରେ ବିଜେପିର ଗଡ଼ ଭାଙ୍ଗିଛି। ୨୦୧୭ ବିଜେଡିକୁ କେବଳ ଗୋଟିଏ ଜୋନ ମିଳିଥିଲା। ଏଠାରେ ବିଜେପି ୬ଟି ଜୋନକୁ ହାତେଇଥିଲା। ଏଥର କିନ୍ତୁ ବିଜେଡି ହାତରେ ମୋଟ ୭ଟି ଜୋନ୍‌ ରହିବାକୁ ଯାଉଛି। ଏପର୍ଯ୍ୟନ୍ତ ମୋଟ ୬ଟି‌ ଜୋନ୍‌ରେ ବିଜେଡି ଜିତି ସାରିଥିବା ବେଳେ ବାରକୋଟ ଜୋନ୍‌-୩ରେ ବିଜେଡି ପ୍ରାର୍ଥିନୀ ଆଗୁଆ ଅଛନ୍ତି। ଯେତେହୁ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ଓ ବିଜେପି ବିଧାୟକ ସୁଭାଷ ଚନ୍ଦ୍ର ପାଣିଗ୍ରାହୀ ନିଜର ଗଡ଼ ସୁରକ୍ଷା କରିବାରେ ଫେଲ ମାରିଛନ୍ତି।

ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ବିଜେଡିକୁ ବଡ଼ ସଫଳତା ମିଳିଛି। ଏଠାରେ ୯ଟି ଜିଲ୍ଲା ପରିଷଦ ଜୋନ୍‌ରେ ବିଜେଡି କ୍ଲିନ ସୁଇପ୍‌ କରିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଝାରସୁଗୁଡ଼ାରେ ବିଜେଡି ଖାତା ଖୋଲି ନଥିଲା। ବିଜେପିକୁ ଗୋଟିଏ ଓ ବାକି ୮ଟି ଜୋନ୍‌ କଂଗ୍ରେସ ହାତକୁ ଯାଇଥିଲା। ମନ୍ତ୍ରୀ ନବଦାସ ଦାସଙ୍କ ଅଞ୍ଚଳ ହୋଇଥିବାରୁ ଏଠାରେ ବିଜେଡି ଉପରେ ଭରସା କରି ମତଦାତା ଭୋଟ ଦେଇଛନ୍ତି।

ବିଜୁ ଜନତା ଦଳ ଯାଜପୁର ଜିଲ୍ଲାରେ ଅନ୍ୟତମ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି। ଏହି ଜିଲ୍ଲାରେ ୩୯ ଜଣ ଜିଲ୍ଲା ପରିଷଦ ସଭ୍ୟ ମୂଳପୋଛ କରିଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଯାଜପୁରରେ ବିଜେଡିକୁ ୩୩ ଜୋନ୍‌ ମିଳିଥିଲା। ଅପରପକ୍ଷେ ବିଜେପିକୁ ୬ଟି ଜୋନରେ ବିଜୟ ମିଳିଥିଲା।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+