ଭୋଟ ଗଣତି ପାଇଁ ଗାଇଡଲାଇନ: ଡବଲ ଡୋଜ ଟିକା ଓ RT-PCR ରିପୋର୍ଟ ବାଧ୍ୟତାମୂଳକ
ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ପାଇଁ ଆସିଲା ଗାଇଡଲାଇନ । ଭୋଟ ଗଣତି କେନ୍ଦ୍ରକୁ ଯିବାକୁ ଥିବା ସମସ୍ତ ବ୍ୟକ୍ତିଙ୍କର ହେବ ଥର୍ମାଲ ସ୍କ୍ରିନିଂ । ଡବଲ ଡୋଜ୍ ଟିକା ନେଇଥିବା ବ୍ୟକ୍ତି ହିଁ ଭୋଟ ଗଣତି କେନ୍ଦ୍ରକୁ ଯାଇପାରିବେ ।
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ପାଇଁ ଆସିଲା ଗାଇଡଲାଇନ । ଭୋଟ ଗଣତି କେନ୍ଦ୍ରକୁ ଯିବାକୁ ଥିବା ସମସ୍ତ ବ୍ୟକ୍ତିଙ୍କର ହେବ ଥର୍ମାଲ ସ୍କ୍ରିନିଂ । ଡବଲ ଡୋଜ୍ ଟିକା ନେଇଥିବା ବ୍ୟକ୍ତି ହିଁ ଭୋଟ ଗଣତି କେନ୍ଦ୍ରକୁ ଯାଇପାରିବେ । ଡବଲ ଡୋଜ ଟିକା ନେଇଥିଲେ ମଧ୍ୟ ଗଣତିର ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ରିପୋର୍ଟ ଜରୁରୀ । ସେହିଭଳି ଟିକା ନେଇଥିଲେ ମଧ୍ୟ କୋଭିଡ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଭୋଟ ଗଣତି କେନ୍ଦ୍ର ଯିବାକୁ ମିଳିବନି ଅନୁମତି ।

ଆଉ ଦୁଇଟି ପର୍ଯ୍ୟାୟ ମତଦାନ ପରେ ରାଜ୍ୟରେ ଶେଷ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏହାପରେ ଆରମ୍ଭ ହେବ ଭୋଟ ଗଣତି।
ଗଣତିର ୪୮ ଘଣ୍ଟା ପୂର୍ବର କୋଭିଡ୍ ନେଗେଟିଭ ରିପୋର୍ଟ ଦେବେ। ଏଥିସହ ଡବଲ ଡୋଜ ଟିକା ନେଇଥିବା ବ୍ୟକ୍ତିଙ୍କୁ ହିଁ କେବଳ ଗଣତି ପାଇଁ ଅନୁମତି ମିଳିବ। ଯେଉଁମାନଙ୍କ କରୋନା ଲକ୍ଷଣ ଥିବ ସେମାନଙ୍କୁ ଭୋଟ ଗଣତି ପାଇଁ ଅନୁମତି ମିଳିବ ନାହିଁ। ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ବାଚନ ଆୟୋଗ ସଚିବଙ୍କ ପକ୍ଷରୁ ଚିଠି ଲେଖି ଜଣାଇ ଦିଆଯାଇଛି।












Click it and Unblock the Notifications