ପଞ୍ଚାୟତ ନିର୍ବାଚନ ଲାଗି ଚୁଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ: ଜାଣନ୍ତୁ, କାହା ପାଇଁ କେତେ ଆସନ ସଂରକ୍ଷିତ ?

ଆଜି ଆଜି ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ।

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜୋର ସୋରରେ ଚାଲିଛି ପ୍ରସ୍ତୁତି । ଏତି ମଧ୍ୟରେ ଆଜି ଆଜି ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଏଥର ୭ଟି ପଞ୍ଚାୟତ ଓ ୧୧୧ଟି ଓ୍ୱାର୍ଡକୁ ବାଦ୍ ଦିଆଯାଇଛି । ୫୦ ପ୍ରତିଶତ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ କିଛି ସ୍ଥାନରେ ପଛୁଆ ବର୍ଗ ସଂରକ୍ଷଣ କମିଥିବା ଜଣାପଡିଛି ।

Odisha Panchayat Election

ଆଜି ବିଭିନ୍ନ ଜିଲ୍ଲାର ନିର୍ବାଚନ ଅଧିକାରୀମାନେ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ରାଜ୍ୟ ନିର୍ବାଚନ କମିଶନରକୁ ପ୍ରଦାନ କରିଛନ୍ତି । ସେହିପରି ଜିଲ୍ଲା ପରିଷଦ ସଭ୍ୟ ସଂରକ୍ଷଣ ତାଲିକା ପଞ୍ଚାୟତିରାଜ ବିଭାଗ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନରଙ୍କୁ ପ୍ରଦାନ କରାଯାଇଛି ।

ତେବେ ଚୁଡାନ୍ତ ତାଲିକା ଅନୁଯାଇ, ରାଜ୍ୟର ମୋଟ ୮୫୩ ଜିଲ୍ଲା ପରିଷଦ ସଭ୍ୟ ପଦ ମଧ୍ୟରୁ ଅନୁସୂଚିତ ଜାତି ବର୍ଗଙ୍କ ଲାଗି ୬୪ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜାତି ମହିଳାଙ୍କ ଲାଗି ୮୪ଟି ସ୍ଥାନ ସଂରକ୍ଷିତ ରହିଛି । ସେହିଭଳି ଅନୁସୂଚିତ ଜନଜାତି ବର୍ଗଙ୍କ ଲାଗି ୧୦୦ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ୧୧୮ଟି ସ୍ଥାନ ସଂରକ୍ଷିତ ରହିଛି । ପଛୁଆ ବର୍ଗଙ୍କ ଲାଗି ୪୯ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ପଛୁଆବର୍ଗ ମହିଳାଙ୍କ ଲାଗି ୫୫ଟି ସ୍ଥାନ ସଂରକ୍ଷିତ ରହିଛି । ସେହିପରି ଅଣ ସଂରକ୍ଷିତ ବର୍ଗରେ ୨୦୭ଟି ସ୍ଥାନ ଏବଂ ମହିଳାଙ୍କ ଲାଗି ୧୭୬ଟି ସ୍ଥାନ ସଂରକ୍ଷିତ ରହିଛି ।

ରାଜ୍ୟର ମୋଟ ୬୭୯୪ ଗୋଟି ସରପଞ୍ଚ ପଦ ମଧ୍ୟରୁ ୪୨୬ ଗୋଟି ଅନୁସୂଚିତ ଜାତି ଓ ୫୨୫ ଗୋଟି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଅନୁସୂଚିତ ଜନଜାତିଙ୍କ ଲାଗି ୧୨୩୭ଟି ସ୍ଥାନ ସଂରକ୍ଷିତ ଥିବା ବେଳେ ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ୧୩୭୬ଟି ସଂଖ୍ୟକ ସରପଞ୍ଚ ସ୍ଥାନ ସଂରକ୍ଷିତ ରହିଛି । ପଛୁଆବର୍ଗଙ୍କ ଲାଗି ୩୪୯ ଏବଂ ପଛୁଆବର୍ଗ ମହିଳାଙ୍କ ଲାଗି ୪୨୯ଟି ସରପଞ୍ଚ ସ୍ଥାନ ସଂରକ୍ଷିତ ରହିଛି । ଅଣ ସଂରକ୍ଷିତ ବର୍ଗରେ ୧୨୮୨ ଏବଂ ମହିଳାଙ୍କ ପାଇଁ ୧୧୭୦ଟି ସ୍ଥାନ ସଂରକ୍ଷିତ ରହିଛି । ୬୭୯୩ ଗୋଟି ସମିତି ସଭ୍ୟ ମଧ୍ୟରୁ ଅନୁସୂଚିତ ଜାତି ବର୍ଗରେ ୫୧୫ଟି ସ୍ଥାନ ସଂରକ୍ଷିତ ଥିବା ବେଳେ ଅନୁସୂଚିତ ଜାତି ମହିଳା ବର୍ଗରେ ୬୮୨ଟି ସ୍ଥାନ ସଂରକ୍ଷିତ ରହିଛି । ଅନୁସୂଚିତ ଜନଜାତି ବର୍ଗରେ ୮୨୪ଟି ସ୍ଥାନ ସଂରକ୍ଷିତ ଥିବା ବେଳେ ଅନୁସୂଚିତ ଜନଜାତି ମହିଳା ବର୍ଗରେ ୧୦୩୩ଟି ସ୍ଥାନ ସଂରକ୍ଷିତ ରହିଛି । ପଛୁଆ ବର୍ଗଙ୍କ ଲାଗି ୩୯୫ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ପଛୁଆ ବର୍ଗ ମହିଳାଙ୍କ ଲାଗି ୫୧୮ଟି ସ୍ଥାନ ସଂରକ୍ଷିତ
ରହିଛି । ଅଣ ସଂରକ୍ଷିତ ବର୍ଗରେ ୧୫୨୧ଟି ସ୍ଥାନ ରହିଥିବା ବେଳେ ମହିଳାଙ୍କ ଲାଗି ୧୩୦୫ଟି ସ୍ଥାନ ସଂରକ୍ଷିତ ରହିଛି ।

ସେହିପରି ୯୧୯୧୬ଟି ଓ୍ୱାର୍ଡମେମ୍ବର ମଧ୍ୟରୁ ଅନୁସୂଚିତ ଜାତିଙ୍କ ଲାଗି ୬୩୩୬ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜାତି ମହିଳାଙ୍କ ଲାଗି ୧୦୧୩୪ଟି ସ୍ଥାନ ସଂରକ୍ଷିତ ରହିଛି । ଅନୁସୂଚିତ ଜନଜାତିଙ୍କ ଲାଗି ୧୦୫୫୯ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ୧୪୨୩୬ ସ୍ଥାନ ସଂରକ୍ଷିତ ରହିଛି । ପଛୁଆ ବର୍ଗଙ୍କ ଲାଗି ୪୮୦୪ଟି ସ୍ଥାନ ସଂରକ୍ଷିତ ରହିଥିବା ବେଳେ ପଛୁଆ ବର୍ଗ ମହିଳାଙ୍କ ଲାଗି ୭୨୨୭ଟି ସ୍ଥାନ ସଂରକ୍ଷିତ ରହିଛି । ଅଣ ସଂରକ୍ଷିତ ବର୍ଗରେ ୨୦୭୪୮ଟି ଏବଂ ମହିଳାଙ୍କ ଲାଗି ୧୭୮୭୨ ସ୍ଥାନ ସଂରକ୍ଷିତ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+