ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି: ଏଥର ୭ଟି ପଞ୍ଚାୟତରେ ହେବନି ନିର୍ବାଚନ

୨୦୨୨ରେ ୬ହଜାର ୭୯୪ଟି ପଞ୍ଚାୟତରେ ହେବ ନିର୍ବାଚନ। ୨୦୧୭ ତୁଳନାରେ ଚଳିତଥର ୭ଟି କମ୍ ପଞ୍ଚାୟତରେ ନିର୍ବାଚନ ହେବ।

ଭୁବନେଶ୍ୱର: ୨୦୨୨ରେ ୬ହଜାର ୭୯୪ଟି ପଞ୍ଚାୟତରେ ହେବ ନିର୍ବାଚନ। ୨୦୧୭ ତୁଳନାରେ ଚଳିତଥର ୭ଟି କମ୍ ପଞ୍ଚାୟତରେ ନିର୍ବାଚନ ହେବ। ଏହି ୭ଟି ପଞ୍ଚାୟତ ବିଭିନ୍ନ ଏନ୍ଏସିରେ ବିଲୀନ ହୋଇଥିବାରୁ ସେସବୁରେ ଏଥର ପଞ୍ଚାୟତ ନିର୍ବାଚନ କରାଯିବ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୦୧୭ରେ ୬ ହଜାର ୮୦୧ଟି ପଞ୍ଚାୟତରେ ନିର୍ବାଚନ ହୋଇଥିଲା।

 Odisha Panchayat Election

ତେବେ ଏହି ପଞ୍ଚାୟତ ଗୁଡିକ ହେଲା ବାଲେଶ୍ଵର ଜିଲ୍ଲା ରେମୁଣା ଏନଏସିର ୪ଟି ପଞ୍ଚାୟତ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସିରେ ୨ଟି ଏବଂ ବରଗଡ଼ ବିଜେପୁର ଏନ୍‌ଏସିର ଗୋଟିଏ ପଞ୍ଚାୟତ । ସେହିପରି ୧୧୧ଟି ଓ୍ୱାର୍ଡରେ ନିର୍ବାଚନ ହେବନାହିଁ। ମୋଟ୍‌ ୯୧ ହଜାର ୯୧୬ ଓ୍ୱାର୍ଡରେ ନିର୍ବାଚନ ହେବ।

ଗତଥର ୯୨ ହଜାର ୨୭ଟି ଓ୍ୱାର୍ଡରେ ନିର୍ବାଚନ ହୋଇଥିଲାବେଳେ ଏଥର ୯୧ ହଜାର ୯୧୬ଟି ଓ୍ୱାର୍ଡରେ ମତଦାନ ହେବ। ସେହି ଅନୁସାରେ ତ୍ରି ସ୍ତରୀୟ ପଞ୍ଚାୟତ ର୍ନିବାଚନରେ ମହିଳାଙ୍କ ପାଇଁ ୪୯ ହଜାର ୪୬୯ଟି ଓ୍ୱାର୍ଡମେମ୍ବର ପଦ ସଂରକ୍ଷିତ ରଖାଯାଇଛି। ପଛୁଆ ବର୍ଗଙ୍କ ପାଇଁ ୧୨ ହଜାର ୩୧ଟି ଓ୍ୱାର୍ଡ ସଂରକ୍ଷିତ ରଖାଯାଇଛି।

ସେପଟେ ବଢ଼ିଲା ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ସମୟ। ସକାଳ ୭ରୁ ଦିନ ଗୋଟାଏ ଯାଏଁ ହେବ ଭୋଟ ଗ୍ରହଣ। ଏଥିସହ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ମଧ୍ୟ ବଢାଯାଇଛି। ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ନିର୍ବାଚନ ଖର୍ଚ୍ଚ ସୀମା ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୮୦ ହଜାର ଟଙ୍କା ଥିଲା। ଏଥିସହ ଜିଲ୍ଲା ପରିଷଦ ସଭ୍ୟଙ୍କ ଖର୍ଚ୍ଚ ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+