ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ, ବାଲଟ ବକ୍ସ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କୁ ଚିଠି

ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଏବେ ଠାରୁ ଆରମ୍ଭ ହେଲାଣି ପ୍ରସ୍ତୁତି । ବାଲଟ୍ ବକ୍ସ ସମ୍ପର୍କରେ ସୂଚନା ଦେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଏବେ ଠାରୁ ଆରମ୍ଭ ହେଲାଣି ପ୍ରସ୍ତୁତି । ବାଲଟ୍ ବକ୍ସ ସମ୍ପର୍କରେ ସୂଚନା ଦେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେତେ ପରିମାଣର ବାଲଟ୍ ବକ୍ସ ଅଛି ଜଣାଇବା ପାଇଁ ରାଜ୍ୟ ନିର୍ବାଚନ କମିଶନର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ କେତେ ପରିମାଣର ବାଲଟ୍ ବକ୍ସ ଅଛି ୨୬ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Odisha panchayat election

ନିର୍ବାଚନର ଯଥେଷ୍ଟ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ ନିର୍ବାଚନ ଆୟୋଗ । ରାଜ୍ୟରେ ଆସନ୍ତା ବର୍ଷ ଅର୍ଥାତ ୨୦୨୨ ମସିହା ଫେବୃୟାରୀ ମାସରେ ପଞ୍ଚୟତ ନିର୍ବାଚନ ହେବାକୁ ଥିବାବେଳେ ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ।

ଏନେଇ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନର । ବାଲାଟ୍ ବକ୍ସ ପ୍ରସ୍ତୁତ ରଖିବା ପାଇଁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି କମିଶନର । ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଜ୍ୟ ସରକାର ପଞ୍ଜାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି ଗତ ୨୯ ତାରିଖରେ ନିର୍ବାଚନ କମିଶନରଙ୍କୁ ଜଣାଇଥିଲେ । ସେଥି ପାଇଁ ସମସ୍ତ ଜିଲ୍ଲାପାଳଙ୍କିୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+