ଆସନ୍ତାକାଲି ଘୋଷଣା ହେବ ପଞ୍ଚାୟତ ନିର୍ବାଚନ ତାରିଖ !
ଆସନ୍ତାକାଲି ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ । କାଲି ୧୧ଟା ୩୦ରେ ଘୋଷଣା କରିପାରନ୍ତି ରାଜ୍ୟ ନର୍ବାଚନ କମିଶନ । ଏନେଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ନିର୍ବାଚନ କମିଶନ ଆଦିତ୍ୟ ପାଢୀ ।
ଭୁବନେଶ୍ୱର: ଆସନ୍ତାକାଲି ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ । କାଲି ୧୧ଟା ୩୦ରେ ଘୋଷଣା କରିପାରନ୍ତି ରାଜ୍ୟ ନର୍ବାଚନ କମିଶନ । ଏନେଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ନିର୍ବାଚନ କମିଶନ ଆଦିତ୍ୟ ପାଢୀ । ପୋଲିସ ଡିଜି ଓ ପୋଲିସ ବିଭାଗର ଅନ୍ୟ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ନିର୍ବାଚନ କମିଶନ ।

ସେପଟେ ପଞ୍ଚାୟତ ଭୋଟ ନେଇ ପୋଲିସ ଡିଜି, ଆଇଜି ଓ ଡିଆଇଜିଙ୍କ ସହ ନିର୍ବାଚନ ଆୟୋଗ ଆଲୋଚନା କରିଛନ୍ତି । ଭିସିରେ ଅନୁଷ୍ଠିତ ଏହି ବୈଠକରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଓ କୋଭିଡ ଗାଇଡ଼ଲାଇନ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱାରୋପ ଦିଆଯାଇଛି । ଯେହେତୁ କେନ୍ଦ୍ର ନିର୍ବାଚନ ଆୟୋଗ ୫ ରାଜ୍ୟରେ କୋଭିଡ କଟକଣା ଭିତରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି । ତେଣୁ ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ କଟକଣା ଭିତରେ ପଞ୍ଚାୟତ ନିର୍ବାଚନ ପରିଚାଳନା କରିବାକୁ ଚାହୁଁଛନ୍ତି ।
ସେପଟେ ନିର୍ବାଚନ ଦାୟିତ୍ୱରେ ରହିଥିବା ଅଫିସରମାନଙ୍କ ଟିକାକରଣ ଓ ସେମାନେ କିପରି ସଂକ୍ରମଣରୁ ଦୂରେଇ ରହିବେ ସେଥପ୍ରତି ଅଧିକ ଧ୍ୟାନ ଦିଆଯାଇପାରେ । ଏହାସହ ରାଲି, ଶୋଭାଯାତ୍ରା, ସଭାସମିତି ଉପରେ ମଧ୍ୟ କଟକଣା ଲଗାଯାଇପାରେ । ବୁଥ ଗୁଡିକରେ ସାମାଜିକ ଦୂରତା ରକ୍ଷା କରାଯିବା ସହ ମାସ୍କ ମଧ୍ୟ ବାଧ୍ୟତାମୂଳକ ରହିପାରେ । ତେବେ କରୋନା ମହାମାରୀ ବେଳେ ପଞ୍ଚାୟତ ନିର୍ବାଚନ ନିହାତି ଭାବେ ପୋଲିସ ଓ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଚ ହେବ ।
ଅନ୍ୟପଟେ ପଞ୍ଚାୟତ ନିର୍ବାଚନ ନେଇ ଆଜି ଶେଷ ହୋଇଛି ସର୍ବଦଳୀୟ ବୈଠକ । ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ବୈଠକ ସରିବା ପରେ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ପଞ୍ଚାୟତ ନିର୍ବାଚନ ଲାଗି ଆମେ ଗାଇଡଲାଇନ୍ ପ୍ରସ୍ତୁତ କରୁଛୁ । ଅନ୍ୟପଟେ କୋଭିଡ କଟକଣା ଭିତରେ ନିର୍ବାଚନ ପରିଚାଳନା ନେଇ ରାଜ୍ୟପାଳଙ୍କୁ ଅବଗତ କରିଛନ୍ତି ନିର୍ବାଚନ ଆୟୋଗ ।












Click it and Unblock the Notifications