କୋଟିଆରେ ରେକର୍ଡ ମତଦାନ, ଭାଗନେଲେ ୬୫ ପ୍ରତିଶତ ଭୋଟର
କୋଟିଆରେ ରେକର୍ଡ ମତଦାନ । ୧୩ଟି ବୁଥରେ ଶାନ୍ତି ଶୃଙ୍କଳା ସହ ଭୋଟ ଦେଇଥିଲେ କୋଟିଆବାସୀ । ଆଜି କୋଟିଆରେ ୬୫% ମତଦାନ ହୋଇଥିବା ସୂଚନା ମିଳିଛି ।
ଭୁବନେଶ୍ବର: କୋଟିଆରେ ରେକର୍ଡ ମତଦାନ । ୧୩ଟି ବୁଥରେ ଶାନ୍ତି ଶୃଙ୍କଳା ସହ ଭୋଟ ଦେଇଥିଲେ କୋଟିଆବାସୀ । ଆଜି କୋଟିଆରେ ୬୫% ମତଦାନ ହୋଇଥିବା ସୂଚନା ମିଳିଛି ।

ଅପରପକ୍ଷରେ ମତଦାନ ପରେ ପଟାଙ୍ଗୀ ବିଧାୟକ ପ୍ରତିକିୟା ରଖି କହିଛନ୍ତି, ପଡୋଶୀ ରାଜ୍ୟ ଆନ୍ଧ୍ରର ଷଡଯନ୍ତ୍ର ବିଫଳ ହୋଇଛି। ସରକାର ଓ ସ୍ଥାନୀୟ ପ୍ରଶାସନ ପାଇଁ ଏହି ମତଦାନ ସଫଳ ହୋଇଛି।
ଓଡିଶା ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳା ଦୃଷ୍ଟିରୁ ଆନ୍ଧ୍ର ସୀମାକୁ ସିଲ୍ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲା। ଗତବର୍ଷ ଆନ୍ଧ୍ର ଏଠାରେ ଏକତରଫା ନିର୍ବାଚନ କରିଥିଲା ।
ବର୍ଷକ ଭିତରେ କୋଟିଆ ଦୁଇଟି ପଞ୍ଚାୟତ ନିର୍ବାଚନ ଦେଖିଛି । ୨୦୨୧ ଫେବ୍ରୁଆରୀ ମାସରେ ଅଗଣତାନ୍ତ୍ରିକ ଭାବେ ଆନ୍ଧ୍ର ନିର୍ବାଚନ କରିଥିଲା । ସବୁଠୁ ବଡ଼ କଥା ହେଉଛି, ଆନ୍ଧ୍ର ସରକାର ଯେଉଁ ନିର୍ବାଚନ କରିଥିଲେ, ସେଥିରେ ମାତ୍ର ୧୭ ପ୍ରତିଶତ ଭୋଟିଂ ହୋଇଥିଲା । ହେଲେ ଓଡ଼ିଶାର ନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି । ଜିଲ୍ଲା ପରିଷଦ ଜୋନ୍ ପାଇଁ ସର୍ବଦଳୀୟ ପ୍ରାର୍ଥୀ ଦେଇଥିଲେ । ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ୍ ।












Click it and Unblock the Notifications