Get Updates
Get notified of breaking news, exclusive insights, and must-see stories!

ପଞ୍ଚାୟତ ନିର୍ବାଚନ: ଆସନ୍ତାକାଲି ଶେଷ ପର୍ଯ୍ୟାୟ ମତଦାନ

କାଲି ଶେଷ ପର୍ଯ୍ୟାୟ ମତଦାନ । ଶେଷ ହେବ ପଞ୍ଚାୟତ ଭୋଟ୍ । ବାଲଟ୍ ବକ୍ସରେ ସିଲ୍ ହୋଇସାରିଛି ପ୍ରାର୍ଥୀଙ୍କ ଭାଗ୍ୟ । ତେବେ ଅନ୍ତିମ ପର୍ଯ୍ୟାୟରେ ୨୫ ଜିଲ୍ଲାର ୧୩୧ ଜିଲ୍ଲା ପରିଷଦ ଜୋନରେ ଅନୁଷ୍ଠିତ ହେବ ନିର୍ବାଚନ ।

ଭୁବନେଶ୍ୱର: କାଲି ଶେଷ ପର୍ଯ୍ୟାୟ ଅର୍ଥାତ ପଞ୍ଚମ ପର୍ଯ୍ୟାୟ ମତଦାନ । ଶେଷ ହେବ ପଞ୍ଚାୟତ ଭୋଟ୍ । ବାଲଟ୍ ବକ୍ସରେ ସିଲ୍ ହୋଇସାରିଛି ପ୍ରାର୍ଥୀଙ୍କ ଭାଗ୍ୟ । ତେବେ ଅନ୍ତିମ ପର୍ଯ୍ୟାୟରେ ୨୫ ଜିଲ୍ଲାର ୧୩୧ ଜିଲ୍ଲା ପରିଷଦ ଜୋନରେ ଅନୁଷ୍ଠିତ ହେବ ନିର୍ବାଚନ । ୯୭୫ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଭୋଟ ଦେବେ ଭୋଟର । ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୫ ଜିଲ୍ଲାରେ ୧୩ ହଜାର ୫୧୪ ବୁଥ ପ୍ରସ୍ତୁତ କରାଯାଇଥିବା ବେଳେ ମୋଟ ୪୧ ଲକ୍ଷରୁ ଅଧିକ ଭୋଟର ମତାଧିକାର ସାବ୍ୟସ୍ତ କରି ନିଜର ପ୍ରିୟ ନେତାଙ୍କୁ ବାଛିବେ ।

odisha panchayat election

ସେପଟେ ଆସନ୍ତାକାଲି ଲାଲ ଗଡ଼ରେ ହେବ ମତଦାନ । ପଞ୍ଚମ ପର୍ଯ୍ୟାୟରେ ସ୍ୱାଭିମାନ ଅଞ୍ଚଳର ୯ଟି ପଞ୍ଚାୟତରେ ମତଦାନ ଲାଗି ବ୍ୟାପକ ପ୍ରସ୍ତୁତି ଚଳାଇଛି ଜିଲ୍ଲା ପ୍ରଶାସନ । ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏଠାରେ ସୁରୁଖୁରୁରେ ନିର୍ବାଚନ କରାଇବା ଏବେ ବଡ଼ ଚ୍ୟାଲେଂଜ । ମାଓ ପ୍ରବଣ ଯନ୍ତ୍ରୀ ପଂଚାୟତର ସମସ୍ତ ପୁଲିଂ ପାର୍ଟି ସହ ବିଭିନ୍ନ ପଂଚାୟତର ୧୫ଟି ଟିମ୍ ଆଜି ଜଳପଥରେ ନିଜ ନିଜ ବୁଥ୍ ଅଭିମୁଖେ ଯାତ୍ରା କରିବେ ।

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସବୁ ବୁଥରେ ପହଞ୍ଚିଛନ୍ତି ପୋଲିଂ କର୍ମଚାରୀ । ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ହିଂସାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହେଉଛନ୍ତି । ପ୍ରତି ବୁଥ୍ ଉପରେ ନଜର ରଖାଯାଇଛି । ଅନେକ ସ୍ଥାନରେ ଭ୍ରାମ୍ୟମାଣ ପୋଲିସ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି ।

ସୂଚନା ଅନୁସାରେ ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ପାଇଁ ଘୋଷଣା ହୋଇଥିଲା । ଚାରୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆସନ୍ତାକାଲି ଅନୁଷ୍ଠିତ ହେବ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ । ଆସନ୍ତାକାଲି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ୨୬, ୨୭ ଓ ୨୮ ଫେବ୍ରୁଆରୀରେ ଭୋଟ ଗଣତି ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+