ପଞ୍ଚାୟତ ନିର୍ବାଚନ: ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ, ୨ଟି ସ୍ଥାନରେ ବାଲାଟରେ ତ୍ରୁଟି
ଶାନ୍ତିଶୃଙ୍ଖଳାର ସହ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ । ଦିନ ୧୨ଟା ସୁଦ୍ଧା ହୋଇଛି ୪୫ ପ୍ରତିଶତ ଭୋଟଦାନ ।
ଭୁବନେଶ୍ୱର: ଶାନ୍ତିଶୃଙ୍ଖଳାର ସହ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ । ଦିନ ୧୨ଟା ସୁଦ୍ଧା ହୋଇଛି ୪୫ ପ୍ରତିଶତ ଭୋଟଦାନ । ଯାଜପୁରରେ ମୁତୟନ ହୋଇଥିଲେ ୪ ପ୍ଲାଟୁନ ଅଧିକ ଫୋର୍ସ । ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି । ୧୭ ହଜାର ୮୯ଟି ବୁଥରେ ମତଦାନ କରିଛନ୍ତି । ସେଥିରୁ ୨ହଜାର ୫୬୩ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଥିଲା । ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ କୌଣସି ସ୍ଥାନରେ ହିଂସା ଦେଖା ଦେଇନଥିବା ବେଳେ ୨ଟି ସ୍ଥାନରେ ବାଲାଟ ପେପରରେ ତ୍ରୁଟି କାରଣରୁ ନିର୍ବାଚନ ସ୍ଥଗିତ ରହିଛି । କେନ୍ଦ୍ରାପଡ଼ାରେ ଗୋଟିଏ ସ୍ଥାନରେ ସରପଞ୍ଚ ଓ ଯାଜପୁରରେ ଓ୍ବାର୍ଡ ମେମ୍ବର ଭୋଟ ସ୍ଥଗିତ ରଖାଯାଇଛି।
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଅନେକ ହେବିୱେଟ୍ ନେତା ମାନେ ସେମାନଙ୍କ ମତଦାନ କରିଛନ୍ତି । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ପିପିଲି ବିଧାୟକ ରୁଦ୍ର ମହାରଥୀ ସେମାନଙ୍କ ମତଦାନ କରିଛନ୍ତି । ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଲହୁଣିପଡ଼ା ବ୍ଲକର କେନ୍ଦୁଡ଼ିହି ଗାଁରେ ପହଞ୍ଚି ମତଦାନ କରିଛନ୍ତି । ସେହିପରି ନିଳଗିରି ବ୍ଲକ ଧୋବଶିଳା ଗାଁର ୧୦ ନମ୍ବର ୱାର୍ଡ଼ରେ ମତଦାନ କରିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ସେହିପରି ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ତାଙ୍କ ନିଜ ଗାଁ ବାଉସେନମୁରା ଗାଁର ୭ନମ୍ବର ବୁଥରେ ଭୋଟ୍ ଦେଇଛନ୍ତି । ପିପିଲି ବିଧାୟକ ରୁଦ୍ର ମହାରଥୀ ପାଣିଦୋଳ ପଂଚାୟତର ୫ନମ୍ବର ବୁଥରେ ପହଂଚି ତାଙ୍କର ମତଦାନ କରିଛନ୍ତି ।
ସେପଟେ ଆସନ୍ତାକାଲି ୪୫ଟି ବୁଥରେ ରି-ପୋଲିଂ ହେବ। ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି ନିର୍ବାଚନ କମିଶନ। ରି-ପୋଲିଂ ଭୋଟ୍ ପରେ ବାଲଟ ବାକ୍ସକୁ ରଖିବାକୁ ମୁଖ୍ୟ ଷ୍ଟ୍ରଙ୍ଗରୁମ୍ ଖୋଲାଯିବ ନାହିଁ । ଅନ୍ୟ ଏକ ଷ୍ଟ୍ରଙ୍ଗରୁମ୍ କରି ଏସବୁକୁ ସୁରକ୍ଷିତ ରଖାଯିବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅନ୍ୟପଟେ ତୃତୀୟ ପର୍ଯ୍ୟାୟରେ ଭୋଟିଂ ହୋଇପାରିନଥିବା ୩୦ଟି ବୁଥରେ ୨୫ ତାରିଖରେ ପୁଣି ଥରେ ନିର୍ବାଚନ ହେବ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications