For Quick Alerts
For Daily Alerts
Panchayat Election Result Live: ଆସିଲା ସମ୍ପୂର୍ଣ୍ଣ ଫଳାଫଳ, ବିଜେଡି ହାତେଇଲା ୭୬୫ ସିଟ୍, ବିଜେପି-୪୨ ଓ କଂଗ୍ରେସ-୩୭
Panchayat Election 2022 Result Live: ଓଡିଶା ପଞ୍ଚାୟତ ନିର୍ବାଚନ ଫଳାଫଳ ଲାଇଭ ଅପଡେଟକୁ ଆପଣଙ୍କୁ ସ୍ବାଗତ୍ । ଭୋଟ୍ ଗଣନାଠୁ ଚୁଡାନ୍ତ ଫଳାଫଳ ଅବା ବିଭିନ୍ନ ଜୋନରେ ଲିଡିଂ... ପ୍ରତି ଅପଡେଟ୍ ଆମେ ଦେବୁ ଆପଣଙ୍କୁ । ପଞ୍ଚାୟତ ଫଳାଫଳର ଟିକିନିକି ଅପଡେଟ୍ ପାଇଁ "ୱାନଇଣ୍ଡିଆ ଓଡ଼ିଆ" ପେଜ୍ କୁ ରିଫ୍ରେସ କରନ୍ତୁ ।

Newest First Oldest First
ଶେଷ ହେଲା ଭୋଟ୍ ର ମହାପର୍ବ
ଶେଷ ହେଲା ଓଡିଶା ପଞ୍ଚାୟତ ନିର୍ବାଚନ । ଚଳିତ ମାସ 16 ତାରିଖରୁ ଆରମ୍ଭ ହୋଇ 5ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ସେହିପରି ଗତ 26 ତାରିଖରୁ 3ଟି ପର୍ଯ୍ୟାୟରେ ଗଣନା ହୋଇଥିଲା । ଭାରତୀୟ ରାଜନୀତି ଇତିହାସରେ ରେକର୍ଡ କଲା ବିଜେଡିର ବିଜୟ । ରାଜ୍ୟ 90 ପ୍ରତିଶତ ଫଳାଫଳ କରି ସଭିଙ୍କୁ ଚକିତ କରିଛି ସରକାରୀ ଦଳ । ଅନ୍ୟପଟେ ବିରୋଧୀଙ୍କ ଏପରି ଶୋଚନୀୟ ଅବସ୍ଥା ମଧ୍ୟ ସହୁ ଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ପଞ୍ଚାୟତ ଫଳାଫଳ: କାହାକୁ ମିଳିଲା କେତେ ଭୋଟ୍ ?
ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ କାହାକୁ ମିଳିଛି କେତେ ଭୋଟ୍ ? ବିଜେଡିକୁ ମିଳିଛି ସର୍ବାଧିକ #୫୨.୭୩% ଭୋଟ୍ । ବିଜେପିକୁ ମିଳିଛି ୩୦.୦୭% ଏବଂ କଂଗ୍ରେସକୁ ମିଳିଛି ୧୩.୫୭% ଭୋଟ । ୩୦ ଜିଲ୍ଲାର ୩୧୪ ବ୍ଲକରେ ମତଦାତା କରିଥିଲେ ମତଦାନ । ମୋଟ ୨ କୋଟି ୧୦ ଲକ୍ଷ ୨୮ ହଜାର ୪୦୩ ବୈଧ ଭୋଟ୍ ପଡ଼ିଥିଲା। ସେଥିରୁ ବିଜେଡି ୧ କୋଟି ୧୦ ଲକ୍ଷ ୮୯ ହଜାର ୭୧୨ ଖଣ୍ଡ ପାଇଥିଲା। ବିଜେପି ୬୩ ଲକ୍ଷ ୨୩ ହଜାର ୭୪୬ଟି ଭୋଟ୍ ପାଇଥିବା ବେଳେ କଂଗ୍ରେସକୁ ମିଳିଥିଲା ୨୮ ଲକ୍ଷ ୫୪ ହଜାର ୩୯୮ ଖଣ୍ଡ ଭୋଟ୍। ସେହିପରି ସ୍ୱାଧୀନ ପ୍ରାର୍ଥୀଙ୍କୁ ୨ ଲକ୍ଷ ୮୧ ହଜାର ୨୧୩ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ପାଇଥିଲେ ୪ ଲକ୍ଷ ୭୯ ହଜାର ୩୩୪ ଖଣ୍ଡ ଭୋଟ୍।
କଟକ
-ଆଠଗଡ଼-୩ରେ ବିଜେଡିର ବଳଭଦ୍ର ବାଘ ଆଗୁଆ
-କଟକ ସଦର-୭ରେ ବିଜେଡିର ସୁଭଦ୍ରା ଦାସ ଆଗୁଆ
-ଟାଙ୍ଗୀ ଚୌଦ୍ୱାର-୧୩ରେ ବିଜେଡିର ଜୟଶ୍ରୀ ପ୍ରଧାନ ଆଗୁଆ
-ନରସିଂହପୁର-୧୮ରେ ବିଜେଡିର ଅଜୟ ପଣ୍ଡା ଆଗୁଆ
-ନରସିଂହପୁର-୧୯ରେ ବିଜେଡିର କିଶୋର ମିଶ୍ର ଆଗୁଆ
-ନିଆଳି-୨୩ରେ ବିଜେଡିର ସୂର୍ଯ୍ୟକାନ୍ତ ମହାନ୍ତି ଆଗୁଆ
-ବଡମ୍ବା-୩୧ରେ ବିଜେଡିର ନାରାୟଣ ସାହୁ ଆଗୁଆ
-ମାହାଙ୍ଗା-୪୧ରେ ବିଜେଡିର ଜଗବନ୍ଧୁ ସେଠୀ ଆଗୁଆ
-ମାହାଙ୍ଗା-୪୨ରେ ବିଜେଡିର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଆଗୁଆ
-ସାଲେପୁର-୪୫ରେ ବିଜେଡିର ହରେକୃଷ୍ଣ ବେହେରା ଆଗୁଆ
-ସାଲେପୁର-୪୬ରେ ବିଜେଡିର ନମିତା ସେଠୀ ଆଗୁଆ
-ଟାଙ୍ଗୀ ଚୌଦ୍ୱାର-୧୨ରେ ବିଜେଡିର ଚିତ୍ତରଂଜନ ସାମଲ ଆଗୁଆ
-ନିଶ୍ଚିନ୍ତକୋଇଲି-୨୮ରେ ବିଜେଡିର ଶୁଭଶ୍ରୀ ମହାନ୍ତି ଆଗୁଆ
-ନିଶ୍ଚିନ୍ତକୋଇଲି-୨୭ରେ ବିଜେଡିର ନୃପତି ଭୂଷଣ ଷଣ୍ଢ ଆଗୁଆ
-ନିଆଳି-୨୨ରେ ବିଜେଡିର ଦେବାଶିଷ ଷଡ଼ଙ୍ଗୀ ଆଗୁଆ
-ବାଙ୍କୀ-୩୬ରେ ବିଜେଡିର ରଶ୍ମୀରେଖା ପଣ୍ଡା ଆଗୁଆ
-କଟକ ସଦର-୬ରେ ବିଜେଡିର ରଶ୍ମିତା ମାହାର୍ଥ ଆଗୁଆ
ଖୋର୍ଦ୍ଧା
-ଭୁବନେଶ୍ୱର-୩୦ରେ ବିଜେଡିର ବବିତା ରାଉତ ବିଜୟୀ
-ଖୋର୍ଦ୍ଧା-୩ରେ ବିଜେଡିର ରୂପଶ୍ରୀ ଗୁମାନସିଂହ ଆଗୁଆ
-ବେଗୁନିଆ-୨୪ରେ ବିଜେଡିର ତନୁଜା ପାଟ୍ଟଶାଣୀ ଆଗୁଆ
-ଚିଲିକା-୬ରେ ବିଜେଡିର ସବିତା ସୁନ୍ଦରାୟ ଆଗୁଆ
-ବୋଲଗଡ଼-୨୭ରେ ବିଜେଡିର ପ୍ରଦୀପ୍ତ ଛୋଟରାୟ ଆଗୁଆ
-ବାଲିଅନ୍ତା-୧୮ରେ ବିଜେଡିର ମଙ୍ଗରାଜ ବେହେରା ଆଗୁଆ
-ଟାଙ୍ଗୀ-୧୨ରେ ବିଜେଡିର ବିଜୟ ପାଲଟାସିଂହ ଆଗୁଆ
-ଟାଙ୍ଗୀ-୧୧ରେ ବିଜେଡିର ଅନସୂୟା ବେହେରା ଆଗୁଆ
-ବାଲିପାଟଣା-୨୧ରେ ବିଜେଡିର ପବିତ୍ର ପଟେଲ ଆଗୁଆ
-ବାଣପୁର-୧୫ରେ ବିଜେଡିର ଗୋପିନାଥ ମହାରଣା ଆଗୁଆ
ପ୍ରଥମ ଦୁଇ ଦିନ ଗଣତି ୬୨୦ ଜିଲ୍ଲା ପରିଷଦ ଆସନର ଫଳାଫଳରେ ୫୫୩ ଆସନ ଅକ୍ତିଆର କରିଛି ବିଜେଡ଼ି । ଯେତେବେଳେ କି ରାଜ୍ୟ ଦୁଇ ପ୍ରମୁଖ ବିରୋଧି ଦଳ ବିଜେପି ଓ କଂଗ୍ରେସର ଆସନ ସଂଖ୍ୟା ମିଶିକରି ମଧ୍ୟ ଶହେ ଅତିକ୍ରମ କରି ପାରି ନାହିଁ । ଫଳାଫଳ ଆସିଥିବା ୬୨୦ ଜିଲ୍ଲା ପରିଷଦ ଆସନରୁ ବିଜେପିକୁ ମାତ୍ର ୩୧ ସିଟ୍ ମିଳିଥିବା ବେଳେ କଂଗ୍ରେସ ଖାତାକୁ ଯାଇଛି ୩୦ଟି ସିଟ୍ ।
ବିଜୁ ଜନତା ଦଳ, ଓଡ଼ିଶାବାସୀଙ୍କ ବଳ pic.twitter.com/LPIysKmkEh
— Biju Janata Dal (@bjd_odisha) February 28, 2022
ବିଜେଡ଼ିର ବିପୁଳ ବିଜୟ ପରେ ପୋଜ୍ ଦେଉଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
#କିଏ କେତେ ଆସନରେ ବିଜୟୀ ?
— Oneindia Odia (@OneindiaOdia) February 28, 2022
ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ👉https://t.co/EMgAU4pQ6F#PanchayatResults #PanchayatElectionResults #ElectionResults #ElectionsWithOI #ପଞ୍ଚାୟତ_ଫଳାଫଳ pic.twitter.com/qlJXYOvRQb
କିଏ କେତେ ଆସନରେ ବିଜୟୀ ?
READ MORE
Comments
English summary
Odisha Panchayat Election 2022 Result Live Updates in Odia