ପଞ୍ଚାୟତ ନିର୍ବାଚନ ୩ ମାସ ସ୍ଥଗିତ ରଖିବାକୁ ବିରୋଧୀଙ୍କ ଦାବି, ଜବାବ ରଖିଲା ବିଜେଡ଼ି
ପଞ୍ଚାୟତ ନିର୍ବାଚନ ନେଇ ସରିଲା ସର୍ବଦଳୀୟ ବୈଠକ । ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ବୈଠକ ସରିବା ପରେ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ପଞ୍ଚାୟତ ନିର୍ବାଚନ ଲାଗି ଗାଇଡଲାଇନ୍ ପ୍ରସ୍ତୁତ କରୁଛୁ ।
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ (odisha panchayat election) ନେଇ ସରିଲା ସର୍ବଦଳୀୟ ବୈଠକ । ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ବୈଠକ ସରିବା ପରେ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ପଞ୍ଚାୟତ ନିର୍ବାଚନ ଲାଗି ଗାଇଡଲାଇନ୍ ପ୍ରସ୍ତୁତ କରୁଛୁ ।

ବୈଠକ ପରେ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ଯେ, ରାଜ୍ୟର ସମସ୍ତ ରାଜନୈତିକ ଦଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନ ଆଲୋଚନା କରିଛନ୍ତି । ରାଜ୍ୟରେ କୋଭିଡ ସ୍ଥିତିରେ ନିର୍ବାଚନ କରାଯିବ କି ନାହିଁ ସେ ବିଷୟରେ ଆଲୋଚନା କରାଯିବ । ଜାତୀୟ ନିର୍ବାଚନ ଆୟୋଗ ୫ ରାଜ୍ୟର ନିର୍ବାଚନ ପାଇଁ ଯେଉଁ ଗାଇଡ଼ ଲାଇନ ଆଣିଛନ୍ତି । ସେହି ଗାଇଡ଼ ଲାଇନକୁ ଅନୁକରଣ କରି ରାଜ୍ୟ ନିର୍ବାଚନ କମିଶନ ଖୁବଶୀଘ୍ର ପଞ୍ଚାୟତ ନିର୍ବାଚନ ନେଇ ଗାଇଡ଼ଲାଇନ ପ୍ରକାଶ କରିବାକୁ ଯାଉଛନ୍ତି ।
ସେପଟେ ପଞ୍ଚାୟତ ନିର୍ବାଚନ ୩ ମାସ ସ୍ଥଗିତ ରଖିବାକୁ ଦାବି କରିଛନ୍ତି ରାଜ୍ୟର ସମସ୍ତ ବିରୋଧୀ ଦଳ। କରୋନାର ତୃତୀୟ ଲହର ଚାଲିଥିବାରୁ ନିର୍ବାଚନ ସ୍ଥଗିତ ରଖିବାକୁ ବିରୋଧୀ ଦଳ ଗୁଡ଼ିକୁ ଦାବି କରିଛନ୍ତି। ଏହା ସହିତ ପଛୁଆ ବର୍ଗ ଓ ଏସ୍ଟି ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ମଧ୍ୟ ସେମାନେ ନିର୍ବାଚନ ସ୍ଥଗିତ ରଖିବାକୁ ଦାବି କରିଛନ୍ତି।
ତେବେ ବିରୋଧିଙ୍କ ଦାବି ଉପରେ ଉତ୍ତର ରଖି ବିଜେଡ଼ି ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଯେ, ପଞ୍ଚାୟତ ପ୍ରତିନିଧିମାନଙ୍କ କାର୍ଯ୍ୟ କାଳ ଶେଷ ହେବାକୁ ଯାଉଛି । ତେଣୁ ତୁରନ୍ତ ନିର୍ବାଚନ କରିବା ପାଇଁ ବିଜେଡି ଦାବି କରିଛୁ । କୋଭିଡ ଗାଇଡ଼ ଲାଇନ ଭିତରେ କିପରି ନିର୍ବାଚନ ହେବ ତାକୁ ଆମେ ସମ୍ପୂର୍ଣ୍ଣ ସହଯୋଗ କରିବୁ ।
ସେହିଭଳି ପଞ୍ଚାୟତ ନିର୍ବାଚନ ବନ୍ଦ କରିବାକୁ ହାଇକୋର୍ଟରେ ମାମଲା ଦାଏର ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାଏର ହୋଇଛି। ଓବିସି ବର୍ଗଙ୍କୁ ସଂରକ୍ଷଣ ଦିଆଯାଇନଥିବାରୁ ନିର୍ବାଚନ ବନ୍ଦ କରିବାକୁ ଦାବି ହୋଇଛି। ସେହିପରି କରୋନା ବଢ଼ିଚାଲିଥିବାରୁ ପଞ୍ଚାୟତ ନିର୍ବାଚନ କିଭଳି ହେବ ବୋଲି ପରିଷଦ ପ୍ରଶ୍ନ କରିଛି।
ତେବେ ଆଜି ବସିଥିବା ବୈଠକରେ ବିଜେଡି ସାଂସଦ ଅମର ପଟ୍ଟନାୟକ, କଂଗ୍ରେସରୁ ଗଶେଶ୍ୱର ବେହେରା ଏବଂ ଶିବାନନ୍ଦ ମାଝୀ ଓ ବିଜେପି ବିଧାୟକ ମୋହନ ମାଝୀ ଏବଂ ପଞ୍ଚାୟତ କମିଟି ଆବାହକ ଶଙ୍କର୍ଷଣ ପରିଡାଙ୍କ ସହିତ ୪ ଜଣିଆ ଟିମ୍ ସାମିଲ ହୋଇଥିଲେ । ସିପିଆଇ, ସିପିଏମ୍ ସମେତ ଅନ୍ୟ ରାଜନୈତିକ ଦଳର ପ୍ରତିନିଧିମାନେ ବୈଠକରେ ଯୋଗ ଦେଇଥିଲେ।












Click it and Unblock the Notifications