ପ୍ରଶାସନିକ ସେବା ନିୟମ ସଂଶୋଧନ ପ୍ରସ୍ତାବକୁ ଓଡ଼ିଶାର ବିରୋଧ

କେନ୍ଦ୍ରର ଆଇଏଏସ କ୍ୟାଡର ରୁଲ ସଂଶୋଧନ ପ୍ରସ୍ତାବକୁ ଓଡିଶା ବିରୋଧ କରିଛି । ସର୍ବଭାରତୀୟ ପ୍ରଶାସନିକ ସେବା କ୍ୟାଡର ରୁଲ୍‌ ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବରେ ଓଡ଼ିଶା ସହମତ ନୁହେଁ ।

ଭୁବନେଶ୍ୱର: କେନ୍ଦ୍ରର ଆଇଏଏସ କ୍ୟାଡର ରୁଲ ସଂଶୋଧନ ପ୍ରସ୍ତାବକୁ ଓଡିଶା ବିରୋଧ କରିଛି । ସର୍ବଭାରତୀୟ ପ୍ରଶାସନିକ ସେବା କ୍ୟାଡର ରୁଲ୍‌ ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବରେ ଓଡ଼ିଶା ସହମତ ନୁହେଁ । ଏନେଇ ଟ୍ୱିଟ୍‌ କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ ।

amar patnaik

ପ୍ରଶାସନିକ ସେବା ନିୟମ ସଂଶୋଧନ କଣ ?

ପ୍ରସ୍ତାବିତ ନିୟମ ଅନୁସାରେ ଏଣିକି ଆଇଏଏସ୍ ଓ ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ନେବା ଲାଗି ଆଉ ରାଜ୍ୟମାନଙ୍କ ଅନୁମତି ଆବଶ୍ୟକ ହେବ ନାହିଁ । ବର୍ତ୍ତମାନର ନିୟମ ଅନୁସାରେ କେଉଁ ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯିବେ, ରାଜ୍ୟମାନେ ତାର ଏକ ତାଲିକା ପ୍ରଦାନ କରନ୍ତି । ମାତ୍ର ଜାନୁଆରୀ ୨୫ ସୁଦ୍ଧା ପକ୍ଷ ରଖିବା ଲାଗି ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ ।

ତେବେ ପୂର୍ବରୁ ଏହି ପ୍ରସ୍ତାବକୁ ନେଇ ମହାରାଷ୍ଟ୍ର, କେରଳ, ତାମିଲନାଡୁ, ପଶ୍ଚିମବଂଗ, ତେଲେଙ୍ଗାନା, ଛତିଶଗଡ଼ ଓ ରାଜସ୍ଥାନ ସରକାର ଆପତ୍ତି ଉଠାଇଥିଲେ।

ଓଡିଶା ସରକାରଙ୍କ ପକ୍ଷ-

ଯଦି ସେଣ୍ଟ୍ରାଲ ଡେପୁଟେସନରେ ଅଫିସରମାନଙ୍କୁ ନିଆଯାଏ । ତେବେ ଉନ୍ନୟନମୂଳକ ଯୋଜନା ବାଧାପ୍ରାପ୍ତ ହେବା ସହ ଯୋଜନା କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ରାଜ୍ୟ ସରକାର କହିଛନ୍ତି । ପୂର୍ବ ପ୍ରଚଳିତ ନିୟମ ଲାଗୁ କରିବା ଓ ଖାଲି ଥିବା ପ୍ରଶାସନିକ ସେବା ପଦ ପୂରଣ କରିବା ଉପରେ ଦାବି କରିଛନ୍ତି ରାଜ୍ୟ ସରକାର।

କେନ୍ଦ୍ର ସରକାରଙ୍କ ଅଧୀନକୁ କୌଣସି କେନ୍ଦ୍ରୀୟ କର୍ମଚାରୀଙ୍କୁ ନେବା ପୂର୍ବରୁ ସେମାନଙ୍କ ସହମତି ଆବଶ୍ୟକ ବୋଲି ମତପ୍ରକାଶ କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ। ଏହାଦ୍ୱାରା ଆଇଏଏସ ଏବଂ ଆଇପିଏସ୍‌ ଅଫିସରଙ୍କ ମନୋବଳ ଓ କାର୍ଯ୍ୟ ଦକ୍ଷତା ପ୍ରଭାବିତ ହେବ ସେ କହିଛନ୍ତି । ଯଦିଓ ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି ସେ ଉଲ୍ଲେଖ କରିଛନ୍ତି, କିନ୍ତୁ ଓଡିଶା ସରକାର ମଧ୍ୟ ସମାନ ଆଭିମୁଖ୍ୟ ରଖି କେନ୍ଦ୍ରକୁ ଚିଠିଲେଖି ଆପତି କରିଥିବା ଜଣାପଡିଛି ।

ତେବେ ଏହି ପ୍ରସ୍ତାବକୁ ରାଜ୍ୟ କଂଗ୍ରେସ ମଧ୍ୟ ବିରୋଧ କରିଛି। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ଯେଉଁ ଅଫିସର୍ ଭାବେ ଦକ୍ଷତା ପୂର୍ଣ୍ଣ ଭାବେ ରାଜ୍ୟରେ କାମ କରୁଛନ୍ତି ଏବଂ ଯେଉଁ ସ୍ଥାନରେ ବିଜେପି ସରକାର ନାହିଁ, ସେହି ସ୍ଥାନରୁ ସେମାନେ ଭଲ ଅଫିସରଙ୍କୁ କେନ୍ଦ୍ରକୁ ନେଇଯିବେ। ଏହା ବଦଳରେ କେନ୍ଦ୍ର ଦୁର୍ନୀତିଖୋର ଅଫିସରଙ୍କୁ ରାଜ୍ୟକୁ ପଠାଇ ଦେବେ। ଯାହା ଫଳରେ ରାଜ୍ୟର ଉନ୍ନତି ହୋଇପାରିବ ନାହିଁ।

ସେପଟେ ପ୍ରସ୍ତାବକୁ ସମର୍ଥନ କରିଛି ରାଜ୍ୟ ବିଜେପି। ବିଜେପି ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଅଫିସରମାନଙ୍କୁ କାମ କରିବାର ସ୍ୱାଧୀନତା ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସେମାନଙ୍କୁ ରାଜନୀତିକ ଚାପରୁ ଊର୍ଦ୍ଧ୍ୱରେ ରଖିବା ପାଇଁ କେନ୍ଦ୍ର ସରକାର ଏହି ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ସ୍ୱାଗତଯୋଗ୍ୟ। ଏହା କାର୍ଯ୍ୟକାରୀ ହେଲେ ଆଗାମୀ ଦିନରେ ଭଲ ଗଭର୍ନାନ୍ସ ଦେଖିବାକୁ ମିଳିବ। ତେଣୁ ଏହି ନିଷ୍ପତ୍ତିକୁ ଯେଉଁମାନେ ବିରୋଧ କରୁଛନ୍ତି, ସେମାନେ ଏହାର ପୁନର୍ବିଚାର କରିବା ଦରକାର ବୋଲି ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+