ରାଜ୍ୟରେ ହ୍ରାସ ପାଉଛି ଋଣ ଭାର: ମୁଣ୍ଡପିଛା ଋଣ ବୋଝ କମାଇବାରେ ଦେଶରେ ଓଡ଼ିଶା ପ୍ରଥମ
ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଉଛି ଋଣ ଭାର । ମୁଣ୍ଡପିଛା ଋଣ ବୋଝ କମାଇବାରେ ଦେଶରେ ଓଡ଼ିଶା ସାରା ଦେଶରେ ଶ୍ରେଷ୍ଠ ଓ ଏକମାତ୍ର ରାଜ୍ୟର ମାନ୍ୟତା ପାଇଛି । ସୋମବାର ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ତଥ୍ୟ ଉପସ୍ଥାପିତ କରିଛନ୍ତି ।
ସୂଚନାନୁସାରେ, ଚଳିତ ଆର୍ଥିକ ବର୍ଷରେ ରାଜ୍ୟ କାର୍ଯ୍ୟକ୍ରମ ଖର୍ଚ୍ଚ ୨୫ ପ୍ରତିଶତ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ, କୃଷି ସହ ଅନେକ ବିଭାଗର ବଜେଟ୍ ବ୍ୟୟ ବରାଦ ୨୦%ରୁ ଅଧିକ ବଢ଼ାଯାଇଛି । କିନ୍ତୁ ଋଣ ବୋଝ ବଢ଼ିବା ପରିବର୍ତ୍ତେ କମିଛି । ୨୦୨୧-୨୨ ବର୍ଷରେ ରାଜ୍ୟର ଋଣ ଭାର ୧ ଲକ୍ଷ ୨୯ ହଜାର କୋଟି ଟଙ୍କା ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୧ ଲକ୍ଷ ୧୩ ହଜାର କୋଟିକୁ ହ୍ରାସ ପାଇଛି ।

ତେବେ ଓଡ଼ିଶାର ପୂର୍ବ ବର୍ଷ ତୁଳନାରେ ଋଣଭାର ୧୨ ପ୍ରତିଶତ କମିଥିବା ସଂସଦରେ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଋଣ ଭାର ହ୍ରାସ ପାଇବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ । ବାକି ଅନ୍ୟ ସମସ୍ତ ରାଜ୍ୟର ଋଣଭାର ପୂର୍ବ ଆର୍ଥିକ ବର୍ଷ ଅର୍ଥାତ୍ ତୁଳନାରେ ବୃଦ୍ଧି ପାଇଥବା କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ତଥ୍ୟ ରଖିଛନ୍ତି ।
କେମିତି ସମ୍ଭବ ହେଉଛି ?
ତେବେ ଓଡ଼ିଶାର ଶୃଙ୍ଖଳିତ ଓ ଉତକୃଷ୍ଟ ବିତ୍ତୀୟ ପରିଚାଳନା ପାଇଁ ଏହା ସମ୍ଭବ ହୋଇପାରିଛି । '୫-ଟି' ଉପକ୍ରମର ଅନୁପାଳନ ସହ ନିୟମିତ ଆର୍ଥିକ ସଂସ୍କାର ଏବଂ ଦୃଢ଼ ପ୍ରଶାସନିକ ନିଷ୍ପତ୍ତି ଯୋଗୁଁ ବିତ୍ତୀୟ ଦୃଷ୍ଟିରୁ ସବଳ ହୋଇଛି ଓଡ଼ିଶା । ରାଜ୍ୟର ଅର୍ଥନୀତି କ୍ରମାଗତ ଭାବେ ସୁଦୃଢ଼ ହୋଇ ଚାଲିଛି । ବିତ୍ତୀୟ ନିଅଣ୍ଟିଆ ରାଜ୍ୟରୁ ଓଡ଼ିଶା ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି ।
ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ତଥ୍ୟ ଅନୁସାରେ ୨୦୧୯ରେ ଓଡ଼ିଶାର ମୋଟ ଋଣ ପରିମାଣ ଥିଲା ୧ ଲକ୍ଷ ୫ ହଜାର କୋଟି । କୋଭିଡ୍ରେ ଅର୍ଥନୀତି ସଙ୍କୁଚିତ ହେବାରୁ ଋଣ ବୋଝ ୩୬% ବଢ଼ିଗଲା ୧ ଲକ୍ଷ ୪୪ ହଜାର କୋଟିକୁ । ୨୦୨୧ରେ ୨% ଖସିଲା ୧ ଲକ୍ଷ ୪୧ ହଜାର କୋଟିକୁ । ୨୨ରେ ୮.୪% ହ୍ରାସ ପାଇଲା ମୋଟ ଋଣ ପରିମାଣ ୧ ଲକ୍ଷ ୨୯ ହଜାର କୋଟିକୁ । ୨୦୨୩ରେ ପୁଣି ୧୨% ହ୍ରାସ ପାଇଛି ।

ଏପିରିକି ବିଗତ ୨ ଟି ଆର୍ଥିକ ବର୍ଷରେ ରାଜ୍ୟ ସରକାର ଖୋଲା ବଜାରରୁ ଋଣ ଉଠାଇ ନାହାନ୍ତି । ସେହିପରି ଗତ ଜାନୁଆରୀରେ ପ୍ରକାଶିତ ପିଆରଏସ ଲେଜିସସେଟିଭ ରିସର୍ଚ୍ଚର ଏକ ରିପୋର୍ଟ ଅନୁଯାୟୀ ଦେଶର ହାତ ଗଣତି କିଛି ରାଜ୍ୟ ଯେଉଁମାନଙ୍କର ରାଜସ୍ୱ ବଳକା ରହିଛି, ତନ୍ମଧ୍ୟରେ ଓଡ଼ିଶା ରହିଛି । ଦେଶର ବହୁ ବଡ଼ ବଡ଼ ରାଜ୍ୟ କ୍ରମାଗତ ଭାବେ ରାଜସ୍ୱ ନିଅଣ୍ଟିଆ ପରିସ୍ଥିତିର ସାମ୍ନା କରି ଆସୁଥିବା ବେଳେ ଏ କ୍ଷେତ୍ରରେ କିନ୍ତୁ ଓଡ଼ିଶା ବେଶ୍ ଅନୁକୂଳ ସ୍ଥିତିରେ ରହିଛି । ଏପରିକି କେନ୍ଦ୍ର ସରକାରଙ୍କ ଅନୁଦାନ ଉପରେ ରାଜ୍ୟର ନିର୍ଭରଶୀଳତା ଧିରେ ଧିରେ ହ୍ରାସ ପାଉଛି ।
କେଉଁ ରାଜ୍ୟର ଋଣ କେତେ ?
ଲୋକସଭାରେ ଦିଆଯାଇଥିବା ତଥ୍ୟ ଅନୁସାରେ କୋଭିଡ୍ ମହାମାରୀ ପରେ ରାଜ୍ୟ ସମୂହର ମୋଟ ଋଣ ବୋଝ ୫୪ ଲକ୍ଷ କୋଟିରୁ ୭୫ ଲକ୍ଷ କୋଟି ଟଙ୍କାକୁ ଲମ୍ଫ ମାରିଛି । ୨୦୧୯ ତୁଳନାରେ ଆସାମର ମୋଟ ଋଣ ପରିମାଣ ୧୦୨% ବୃଦ୍ଧି ପାଇଛି । ମଧ୍ୟ ପ୍ରଦେଶର ୯୪%, ତେଲେଙ୍ଗାନାର ୯୩, ତାମିଲନାଡ଼ୁର ୮୮, କର୍ଣାଟକର ୮୭, ରାଜସ୍ଥାନର ୭୨, ବିହାରର ୬୯, ଆନ୍ଧ୍ରପ୍ରଦେଶ ୬୭, କେରଳର ୬୦, ମହାରାଷ୍ଟ୍ରର ୫୫ ଓ ପଶ୍ଚିମବଙ୍ଗର ମୋଟ ଋଣ ବୋଝ ୫୦ ପ୍ରତିଶତ ବଢ଼ିଛି ।

ତଥ୍ୟ ଅନୁଯାୟୀ ଦେଶରେ ସର୍ବାଧିକ ଋଣଗ୍ରସ୍ତ ରାଜ୍ୟ ଭାବେ ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ତାମିଲନାଡୁର ଋଣଭାର ୭ ଲକ୍ଷ ୫୩ ହାଜର ୮୬୦ କୋଟିରେ ପହଞ୍ଚିଛି । ଏହାତଳକୁ ଉତ୍ତର ପ୍ରଦେଶର ଋଣଭାର ୭ ଲକ୍ଷ ୧୦ ହାଜର ୨୧୦ କୋଟି ରହିଛି । ସେହିପରି ମହାରାଷ୍ଟ୍ରର ଋଣଭାର ୬ ଲକ୍ଷ ୮୦ ହଜାର ୩୫୭ କୋଟି ରହିଥିବା ବେଳେ ପଶ୍ଚିମବଙ୍ଗର ଋଣଭାର ୬ ଲକ୍ଷ ୦୮ ହଜାର ୩୧୩ କୋଟି ଏବଂ ପଞ୍ଚମ ସର୍ବାଧିକ ଭାବେ ରାଜସ୍ଥାନର ଋଣଭାର ୫ ଲକ୍ଷ ୩୭ ହଜାର ୦୧୩ କୋଟି ରହିଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications