ରାଜ୍ୟରେ ଏଣିକି ମନ୍ଦିର ଦର୍ଶନ ପାଇଁ ହେବ ଅନଲାଇନ୍ ବୁକିଂ

ଏଣିକି ରାଜ୍ୟର ପ୍ରସିଦ୍ଧ ମନ୍ଦିର ଗୁଡିକ ପାଇଁ ଅନଲାଇନରେ ହୋଇପାରିବ ଟିକେଟ । ଏକ ସ୍ୱତନ୍ତ୍ର ପୋର୍ଟାଲ ଆଣିବେ ସରକାର । ଦର୍ଶନ, ପୂଜା ଓ ପ୍ରସାଦ ସେବନ ପାଇଁ ଏହି ପୋର୍ଟଲ ଜରିଆରେ ଟିକେଟ କରିପାରିବେ ଦେଶବିଦେଶର ଭକ୍ତ ।

ଭୁବନେଶ୍ୱର: ଏଣିକି ରାଜ୍ୟର ପ୍ରସିଦ୍ଧ ମନ୍ଦିର ଗୁଡିକ ପାଇଁ ଅନଲାଇନରେ ହୋଇପାରିବ ଟିକେଟ । ଏକ ସ୍ୱତନ୍ତ୍ର ପୋର୍ଟାଲ ଆଣିବେ ସରକାର । ଦର୍ଶନ, ପୂଜା ଓ ପ୍ରସାଦ ସେବନ ପାଇଁ ଏହି ପୋର୍ଟଲ ଜରିଆରେ ଟିକେଟ କରିପାରିବେ ଦେଶବିଦେଶର ଭକ୍ତ । ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।

 Odisha

ତାମିଲନାଡୁ ଓ କର୍ଣ୍ଣାଟକ ଢାଞ୍ଚାରେ ଅନଲାଇନ୍ ଟିକେଟ୍ ପାଇଁ ବ୍ୟବସ୍ଥା କରୁଛନ୍ତି ସରକାର । ପ୍ରଥମ ପର୍ଯ୍ୟାୟରେ କେଉଁ କେଉଁ ମନ୍ଦିର ସାମିଲ ହେବ, ତାର ତାଲିକା ପ୍ରସ୍ତୁତ କରିବ ଦେବୋତ୍ତର କମିଶନ । ଦେବୋତ୍ତର କମିଶନଙ୍କୁ ଆଇନ୍ ବିଭାଗର ଚିଠିରୁ ବଡ ସୂଚନା ମିଳିଛି ।

ଆଇନ ବିଭାଗ ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ମିଳିତ ଭାବେ ଏହି ଅନଲାଇନ୍ ବ୍ୟବସ୍ଥା ଲାଗୁ କରିବେ । ଅନଲାଇନ ବ୍ୟବସ୍ଥାରେ ମନ୍ଦିରର ଐତିହ୍ୟ ଓ ସଂସ୍କୃତି ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯିବ । ଏନଆଇସି ଏହି ଆଇଟିଏମଏସ ବ୍ୟବସ୍ଥାର ଡିଜାଇନ ପ୍ରସ୍ତୁତ କରିବ। ଧାର୍ମୀୟ ଭାବନାକୁ ସମ୍ମାନ ଦେଇ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+