ଆଲୋଚନା ପରେ ଆନ୍ଦୋଳନରୁ ଓହରିଲା ଅଟୋ ସଂଘ

ପ୍ରତ୍ୟାହୃତ ହେଲା ଅଟୋ ଆନ୍ଦୋଳନ । ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ ପକ୍ଷରୁ କରାଯାଇଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

Auto Union Strike

ଭୁବନେଶ୍ୱର: ପ୍ରତ୍ୟାହୃତ ହେଲା ଅଟୋ ଆନ୍ଦୋଳନ । ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ ପକ୍ଷରୁ କରାଯାଇଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ପୋଲିସ କମିଶନରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଛି ସଂଘ । ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା ନେଇ ସଭାପତି ଦୀନବନ୍ଧୁ ନାୟକ ସୂଚନା ଦେଇଛନ୍ତି ।

ସଂଘ କହିଛି, ଷ୍ଟିଅରିଂ ଛାଡ ଆନ୍ଦୋଳନ ବେଳେ ଧର୍ମଘଟ ନାଁରେ ଆନ୍ଦୋଳନକାରୀ ବିଶୃଙ୍ଖଳା କରୁଛନ୍ତି । ଅନଲାଇନ କ୍ୟାବ୍ ଓ ଅଟୋ ମହାସଂଘ ଆନ୍ଦୋଳନକୁ ସମର୍ଥନ କରୁନାହାନ୍ତି । କିଛି ସ୍ଥାନରେ ଅଟୋ ରିକ୍ସା ଚାଳକମାନେ ଦୁର୍ବ୍ୟବହାରର ଶିକାର ହେଉଛନ୍ତି । ଏହାର ପ୍ରତିବାଦରେ ମାଷ୍ଟରକ୍ୟାଣ୍ଟିନରୁ ଲୋୟର ପିଏମଜି ଓ ଜନପଥରେ ଅଟୋରିକ୍ସା ରଖି ଚାଳକମାନେ ଧାରଣାରେ ବସିଥିଲେ ।

ସୂଚନାଯୋଗ୍ୟ ଗତକାଲି ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନରେ ସାମିଲ ହୋଇ ନଥିଲେ ଅନଲାଇନ୍ ଅଟୋ ଡ୍ରାଇଭର । ତେଣୁ କେଉଁଠି ସେମାନଙ୍କୁ ଫୁଲ ମାଳ ପିନ୍ଧା ଯାଇଥିଲା ତ କେଉଁଠି ମୁଁ ଡ୍ରାଇଭର ଜାତି ପାଇଁ କଳଙ୍କ ଲେଖା ଥିବା ପ୍ଲେଟ୍ ଧରାଇ ଫଟୋ ଉଠା ଯାଇଥିଲା । ଏଭଳି ଘଟଣାକୁ ଅପମାନିତ ବୋଧ କରି ଏବଂ ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗରେ ଅନଲାଇନ୍ ଅଟୋ ଡ୍ରାଇଭର ଆନ୍ଦୋଳନ ଡାକରା ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+