ଦିଲ୍ଲୀରେ ବିସ୍ଫୋରଣ ପରେ ଓଡ଼ିଶାରେ ହାଇ ଆଲର୍ଟ, ମନ୍ତ୍ରୀ କଲେ ସମସ୍ତ ବିପଦର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ
ଦିଲ୍ଲୀରେ ବିସ୍ଫୋରଣ ପରେ ଓଡ଼ିଶାରେ ହାଇ ଆଲର୍ଟ। ପୋଲିସ ବିଭାଗ ସହ ଆଲୋଚନା କରି ସବୁ ସ୍ଥାନରେ ସୁରକ୍ଷା କଡ଼ାକଡ଼ି ।ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ଭାବରେ ସୁରକ୍ଷାକୁ ଅଧିକ ମାତ୍ରାରେ ବୃଦ୍ଧି କରାଯାଇଛି । ରାଜ୍ୟର ସମସ୍ତ ରେଲୱେ ଷ୍ଟେସନ, ବିମାନବନ୍ଦରରେ ମଧ୍ୟ ସୁରକ୍ଷା ବୃଦ୍ଧି । ସମସ୍ତ ପର୍ଯ୍ୟଟନସ୍ଥଳୀ ଏବଂ ସ୍ଥପତି ନିକଟରେ ମଧ୍ୟ ସୁରକ୍ଷା ବଢ଼ାଯିବ । ସ୍ଥାନୀୟ ଜ଼ିଲ୍ଲା ପ୍ରଶାସନକୁ ଚେକିଂ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା ଉପରେ ବିପଦ ନାହିଁ, ଆମେମାନେ ସୁରକ୍ଷିତ ଅଛୁ । ସମସ୍ତ ବିପଦର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।













Click it and Unblock the Notifications