ଆଜିଠୁ ସପ୍ତାହବ୍ୟାପୀ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ; ପ୍ରଥମ ଦିନରୁ ଗଲାଣି ୯ ଜୀବନ

ଆଜିଠୁ ସପ୍ତାହବ୍ୟାପୀ ଜିରୋ ଫାଟାଲିଟି ୱିକ ବା ମୃତ୍ୟୁ ଶୂନ୍ୟ ସପ୍ତାହ ପାଳିତ ହେଉଛି । ଅମାନିଆ ଗାଡ଼ି ଚାଳକ ହେବେ ସାବାଡ । ବିଶେଷକରି ଡ୍ରଙ୍କ ଆଣ୍ଡ ଡ୍ରାଇଭ୍, ନାବାଳକ ଡ୍ରାଇଭିଂ, ବେଆଇନ ପାର୍କିଂ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ବଢ଼ି ଚାଲିଥିବାରୁ ଡିସେମ୍ବର ପ୍ରଥମ ସପ୍ତାହରେ ପାଳନ ହେଉଛି ଜିରୋ ଫାଟାଲିଟି ୱିକ ବା ମୃତ୍ୟୁ ଶୂନ୍ୟ ସପ୍ତାହ ପାଳିତ ହେଉଛି ।

ଆଜିଠୁ ଜୋରଦାର ହେବ ଟ୍ରାଫିକ ଚେକିଂ। ନିୟମ ଭାଙ୍ଗିଲେ ମୋଟାଅଙ୍କର ଫାଇନ୍ ଗଣିବେ । ଆଜିଠୁ ସପ୍ତାହେବ୍ୟାପୀ ସାରା ରାଜ୍ୟରେ ଶୂନ୍ୟ ମୃତ୍ୟ ସପ୍ତାହ ପାଳନ ହେଉଛି ।

ନାବାଳକ ଗାଡ଼ିଚଳାକ ଧରାପଡିଲେ ଅଭିଭାବକଙ୍କ ନାଁରେ କଟିବ ଚାଲାଣ। ସେହିପରି ମଦ୍ୟପାନ, ରଙ୍ଗରୁଟ, ବିନା ହେଲମେଟ, ବିନା ସିଟବେଲ୍ଟରେ ଗାଡ଼ି ଚଳାଇଲେ ଜବତ ହୋଇପାରେ ଗାଡ଼ି । ଅମାନିଆକୁ ସାବାଡ଼ କରିବ ପୋଲିସ।

ଗତ ଏପ୍ରିଲ ମାସରେ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ବେଳେ ବୌଦ୍ଧ, ରାୟଗଡ଼ା, ସୋନପୁର, ଭଦ୍ରକ, ମାଲକାନଗିରି, ନୟାଗଡ଼ ଏବଂ ସମ୍ବଲପୁର ଜିଲ୍ଲା ଗୁଡିକରେ କୌଣସି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇନାହିଁ ।

 zero road fatality week

ସେପଟେ ପ୍ରଥମ ଦିନରେ ହିଁ ଭୟଙ୍କର ଦୁର୍ଘଟଣା ଘଟି ଯାଇଛି । ତାରିଣୀ ଦର୍ଶନ ଯିବା ସମୟରେ ଟ୍ରକ ପଛକୁ ଧକ୍କା ଦେଲା ଟ୍ରାଭେଲର । ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜନ ଗୁରୁତର ଆହତ ହୋଇଛନ୍ତି । ତାରିଣୀ ଦର୍ଶନ ପାଇଁ ଦିଗପହଣ୍ଡି ପୋଡାମାରିରୁ ୧୯ ଜଣ ଆସିଥିଲେ ।

ସେହିଭଳି ଭଦ୍ରକ ଗେଲପୁର ଛକ ନିକଟରେ ଭୟଙ୍କର ଦୁର୍ଘଟଣା ହୋଇଛି । ଟ୍ରକକୁ ପଛପଟୁ କାର ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଗେଲପୁର ଛକ ଠାରେ ଏହି ଦୁର୍ଘଟଣା ଘଟିଛି । ପ୍ରଥମ ଦିନରୁ ହିଁ ଦୁଖଦ ଘଟଣା ଦେଖିବାକୁ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+