ଆଜି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ; ଭାଷା ଆମ ଗୌରବ, ଆମ ବୈଭବ, ଆମ ପରିଚୟକୁ କରିଛି ସମୃଦ୍ଧ

ଭାଷା ଆମ ଗୌରବ, ଆମ ବୈଭବ । ଭାଷା ଆମ ପରିଚୟକୁ କରିଛି ସମୃଦ୍ଧ । ଆମ ଭାଷାର ଗରିମା ଅକ୍ଷୁର୍ଣ୍ଣ ରଖି ମର୍ଯ୍ୟଦା ସ୍ୱରୂପ ଆଜି ଆମେ ପାଳନ କରୁଛେ 'ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ ।

ଭାରତର ସମ୍ବିଧାନରେ ସ୍ବୀକୃତିପ୍ରାପ୍ତ ୨୨ଟି ଭାଷା ମଧ୍ୟରୁ ଏହା ଅନ୍ୟତମ। ଓଡ଼ିଆ, ଷଷ୍ଠ ଭାରତୀୟ ଭାଷା ଭାବରେ ଏକ ସ୍ବତନ୍ତ୍ର ଓ ଅନ୍ୟଭାଷା ଦ୍ବାରା ପ୍ରଭାବିତ ହୋଇ ନଥିବା ଭାଷା ଭାବରେ ଶାସ୍ତ୍ରୀୟ ମାନ୍ୟତା ପାଇଛି। ତାମିଲ୍‌, ସଂସ୍କୃତ, କନ୍ନଡ଼, ତେଲୁଗୁ ଓ ମାଲାୟାଲମ୍ ପରେ ଭାରତବର୍ଷର ଷଷ୍ଠ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିଲା ଆମ ଭାଷା, ଓଡ଼ିଆ ଭାଷା ।

ଆମ ଭାଷାର ଗୌରବ ଗାଥା ଗାନ କରୁଥିବା ଏହି ଦିନ ଆମକୁ ଆମର ଗୌରବମୟ ଅତୀତର କଥା ସ୍ମରଣ କରାଇଦିଏ । ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀର ଧଉଳି ଓ ଜଉଗଡ଼ ଶିଳାଲେଖ, ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ଉଦୟଗିରି ହାତୀଗୁମ୍ଫା ଶିଳାଲେଖରୁ ଆରମ୍ଭ କରି ୧୦୫୧ ଖ୍ରୀଷ୍ଟାବ୍ଦର ପ୍ରଥମ ପୂର୍ଣ୍ଣାଙ୍ଗ ଓଡ଼ିଆ ଶିଳାଲେଖ ଉର୍‌ଜାମ ଆମକୁ ଆମ ଲିପି ଓ ଭାଷାର କ୍ରମବିକାଶ କଥା ସୂଚାଇ ଦେଇଥାଏ । ଆମ ରାଜ୍ୟ ଓଡିଶା, ସମଗ୍ର ଭାରତବର୍ଷରେ ଏକମାତ୍ର ରଜ୍ୟା ଯେଉଁଠି ପ୍ରାକ୍ ବ୍ରାହ୍ମୀ, ବ୍ରାହ୍ମୀ ଓ ପରବର୍ତ୍ତୀ ବ୍ରାହ୍ମୀ ଲିପିର ସନ୍ଧାନ ମିଳିଛି ।

shastriya odia bhasa divas

୨୦୧୪ ମସିହା ମାର୍ଚ୍ଚ ୧୧ରେ ଓଡ଼ିଆ ଭାଷାକୁ କେନ୍ଦ୍ର ସରକାର ଶାସ୍ତ୍ରୀୟ ଭାଷାକୁ ମାନ୍ୟତା ଦେଇଥିଲେ । ତେଣୁ ପ୍ରତିବର୍ଷ ମାର୍ଚ୍ଚ ୧୧ ତାରିଖରେ ରାଜ୍ୟ ବ୍ୟାପୀ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ ।

ଶାସ୍ତ୍ରୀୟ ଭାଷା ଉପଦେଷ୍ଟା କମିଟିର ବୈଠକରେ ଏକ ନିଷ୍ପତ୍ତି ନିଆଯାଇଥିଲା । ଏହି ଅବସରରେ ଓଡ଼ିଆ ଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସଂସ୍କୃତି ବିଭାଗ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଥିଲା ।

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ ଅବସରରେ ଜିଲ୍ଲା ଓ ରାଜ୍ୟସ୍ତରରେ ଉଚ୍ଚବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତା ଆୟୋଜନ କରାଯାଏ । ଓଡ଼ିଆ ଭାଷା, ଆମର ଅସ୍ମିତା ଏବଂ ଓଡ଼ିଆ ଭାଷାର ଶାସ୍ତ୍ରୀୟତାକୁ ପ୍ରତିପାଦନ କରିବା ପାଇଁ ବିଭିନ୍ନ ପ୍ରତିଯୋଗିତା ସହିତ ଜିଲ୍ଲା ଓ ରାଜ୍ୟସ୍ତରରେ ସଭାସମିତି ଆୟୋଜନ, ଆଲୋଚନା ଚକ୍ର ଓ ପୁସ୍ତକ ଉନ୍ମୋଚନ ଇତ୍ୟାଦିର କାର୍ଯ୍ୟକ୍ରମ ଆୟୋଜନ ହୁଏ । ଏପରି ଆୟୋଜନ ଫଳରେ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ବାବଦରେ ଓଡ଼ିଶାବାସୀ ବିଶେଷ ଭାବରେ ସଚେତନ ହେବା ସହିତ ରାଜ୍ୟରେ ଓଡ଼ିଆ ପ୍ରଚଳନର ବ୍ୟାପକତା ପ୍ରତି ଉତ୍ସାହଜନକ ପରିବେଶ ସୃଷ୍ଟି କରିବାର ପ୍ରୟାସ କରାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+