Sambidhan Hatya Diwas: ରାଜ୍ୟ ସରକାର ପାଳିବେ ସମ୍ବିଧାନ ହତ୍ୟା ଦିବସ
ଆଜି କମ୍ପିବ ରାଜଧାନୀ ଭୁବନେଶ୍ବର । ରାଜ୍ୟ ସରକାର ପାଳିବେ ସମ୍ବିଧାନ ହତ୍ୟା ଦିବସ । ୧୯୭୫ ମସିହାରେ ହୋଇଥିବା ଜରୁରୀକାଳୀନ ପରିସ୍ଥିତିର ୫୦ ବର୍ଷକୁ ମନେପକାଇ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନଗୁଡିକରେ ପାଳନ ହେବ ସମ୍ବିଧାନ ହତ୍ୟା ଦିବସ । ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀ ଏଥିରେ ସାମିଲ ହେବେ ।
ସରକାରଙ୍କ ପକ୍ଷରୁ ସଚେତନତା ଶୋଭାଯାତ୍ରା ସହିତ ବିତର୍କ, କର୍ମଶାଳା ଓ ବକ୍ତୃତା ଆୟୋଜନା ହେବ । ଅନଲାଇନ, ଅଫଲାଇନରେ ପ୍ୟାନେଲ ଆଲୋଚନା ହେବ । ରେଳ ଅଡିଟୋରିୟମରେ ବି ରାଜ୍ୟସ୍ତରୀୟ ଉତ୍ସବ ହେବ ।

ଜ-ରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିବା ଗଣତନ୍ତ୍ର ସେନାନୀମାନଙ୍କୁ କାର୍ଯ୍ୟକ୍ରମରେ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ | ସେ ସମୟରେ ଗିରଫ ହୋଇଥିବା ୫୬ଜଣଙ୍କୁ ସରକାର ପେନସନ ଦେଉଛନ୍ତି | ଆହୁରି ୫୨ଜଣଙ୍କୁ ନାମ ମଧ୍ୟ ସାମିଲ କରାଯାଇଛି | ଏହାସହ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଉଚ୍ଚ ଶିକ୍ଷା ବିଭାଗର ଅନେକଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି | ୧୯୭୫ ମସିହା ଜୁନ ୨୫ ତାରିଖରେ ସମ୍ବିଧାନ ହତ୍ୟା ହୋଇଥିଲା | ଜରୁରୀକାଳୀନ ପରିସ୍ଥିତି ଲାଗୁ ହେଇଥିଲା | ତାହାର ୫୦ ବର୍ଷ ପୂର୍ତ୍ତି ପାଳନ ହେବ। ସମ୍ବିଧାନର ସାର୍ବଭୌମତ୍ୱ ପାଇଁ ଯାହା କରିବା କଥା କରାଯିବ | ପୂର୍ବରୁ ଯାହା ଭୁଲ ହୋଇଛି ତାକୁ ସୁଧାରିବାର ଅବସର ଆସିଛି |
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ, ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିବା ଗଣତନ୍ତ୍ର ସେନାନୀମାନଙ୍କୁ କାର୍ଯ୍ୟକ୍ରମରେ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ | ସେ ସମୟରେ ଗିରଫ ହୋଇଥିବା ୫୬ଜଣଙ୍କୁ ସରକାର ପେନସନ ଦେଉଛନ୍ତି | ଆହୁରି ୫୨ଜଣଙ୍କୁ ନାମ ମଧ୍ୟ ସାମିଲ କରାଯାଇଛି | ଏହାସହ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଉଚ୍ଚ ଶିକ୍ଷା ବିଭାଗର ଅନେକଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି | ୧୯୭୫ ମସିହା ଜୁନ ୨୫ ତାରିଖରେ ସମ୍ବିଧାନ ହତ୍ୟା ହୋଇଥିଲା | ଜରୁରୀକାଳୀନ ପରିସ୍ଥିତି ଲାଗୁ ହେଇଥିଲା | ତାହାର ୫୦ ବର୍ଷ ପୂର୍ତ୍ତି ପାଳନ ହେବ। ସମ୍ବିଧାନର ସାର୍ବଭୌମତ୍ୱ ପାଇଁ ଯାହା କରିବା କଥା କରାଯିବ | ପୂର୍ବରୁ ଯାହା ଭୁଲ ହୋଇଛି ତାକୁ ସୁଧାରିବାର ଅବସର ଆସିଛି | ତାକୁ ଯେଉଁମାନେ ବିରୋଧ କରୁଛନ୍ତି, ଏହା ସମ୍ବିଧାନ ପ୍ରତି ସମ୍ମାନ ନୁହେଁ।












Click it and Unblock the Notifications