ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ; ଛାତ୍ରୀଙ୍କୁ ନିଶା ଦ୍ରବ୍ୟ ଦେଇ ଦୁଷ୍କର୍ମ ଅଭିଯୋଗ

ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ । ଜଣେ ଛାତ୍ରୀଙ୍କୁ କୋଲ୍ଡଡ୍ରିଙ୍କ୍‌ସ୍‌ରେ ନିଶା ଦ୍ରବ୍ୟ ଦେଇ ଏକ ହୋଟେଲରେ ବଳ ପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗରେ ବନ୍ଧା ହେଲେ ଉଦିତ । ଏନେଇ ଛାତ୍ରୀ ଜଣକ ମଞ୍ଚେଶ୍ୱର ଥାନାରେ FIR ଦେଇଛନ୍ତି ।

Odisha nsui President Udit Pradhan arrested

ଏତଲା ମୁତାବକ, ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ତାଙ୍କୁ ଥଣ୍ଡା ପାନୀୟରେ ମଦ ମିଶାଇ ପିଇବାକୁ ଦେଇଥିଲେ । ଏହାପରେ ତାଙ୍କ ସହ ଏକ ହୋଟେଲ ରୁମ୍‌ରେ ଦୁଷ୍କର୍ମ କରିଛନ୍ତି । ଏହି ଅଭିଯୋଗ ଆଧାରରେ ମଞ୍ଚେଶ୍ୱର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି ଓ ଅଭିଯୁକ୍ତ ଉଦିତ ପ୍ରଧାନଙ୍କୁ ଗିରଫ କରିଛି ।

ମାର୍ଚ୍ଚ ୧୮ ତାରିଖରେ ପୀଡ଼ିତା ଜଣଙ୍କ ତାଙ୍କ ବାନ୍ଧବୀ ଓ ସହପାଠୀଙ୍କ ସହ ମିଶି ମାଷ୍ଟରକ୍ୟାଣ୍ଟିନ ଛକକୁ ବୁଲିବାକୁ ଯାଇଥିଲେ । ସେଠାରେ ସହପାଠୀ ଜଣଙ୍କ ଉଦିତ ପ୍ରଧାନଙ୍କୁ ସେମାନଙ୍କ ସହ ପରିଚିତ କରାଇଥିଲେ । ଏହାପରେ ଉଦିତଙ୍କ ଗାଡ଼ିରେ ନୂଆପଲ୍ଲୀ ସ୍ଥିତ ଏକ ହୋଟେଲକୁ ଯାଇଥିଲେ ।

ସେଠାରେ ଉଦିତ୍ ତାଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଅଚେତ କରିବା ପରେ ହୋଟେଲର ଏକ ରୁମରେ ଦୁଷ୍କର୍ମ କରିଥିଲେ । ଏପରିକି, ଏ ସମ୍ପର୍କରେ କାହାରିକୁ କିଛି ନକହିବା ପାଇଁ ଉଦିତ ଧମକ ଦେଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ଅଭିଯୋଗ ପରେ ମଞ୍ଚେଶ୍ବର ଥାନା ପୋଲିସ ଉଦିତଙ୍କୁ ରାତିରେ ଉଠାଇ ନେଇଥିଲେ ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+