Get Updates
Get notified of breaking news, exclusive insights, and must-see stories!

ପଞ୍ଚାୟତ ନିର୍ବାଚନରେ ରହିବନି ଓବିସି ସଂରକ୍ଷଣ, ଆସନ୍ତା ୨୭ରେ ପ୍ରକାଶ ପାଇବ ସାନି ବିଜ୍ଞପ୍ତି ଚିଠା

ଚଳିତ ପଞ୍ଚାୟତ ନିର୍ବାଚନରେ ରହିବନି ଓବିସି ସଂରକ୍ଷଣ । ଏନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସଂରକ୍ଷଣ ସମ୍ପର୍କିତ ବିଜ୍ଞପ୍ତି ପ୍ରତ୍ୟାହାର ହେବ । ଆସନ୍ତା ଡିସେମ୍ବର ୨୭ ସୁଦ୍ଧା ପ୍ରକାଶ ପାଇବ ସାନି ବିଜ୍ଞପ୍ତି ।

ଭୁବନେଶ୍ବର: ଚଳିତ ପଞ୍ଚାୟତ ନିର୍ବାଚନରେ ରହିବନି ଓବିସି ସଂରକ୍ଷଣ । ଏନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସଂରକ୍ଷଣ ସମ୍ପର୍କିତ ବିଜ୍ଞପ୍ତି ପ୍ରତ୍ୟାହାର ହେବ । ଆସନ୍ତା ଡିସେମ୍ବର ୨୭ ସୁଦ୍ଧା ପ୍ରକାଶ ପାଇବ ସାନି ବିଜ୍ଞପ୍ତି । ହାଇକୋର୍ଟ ଆସନ୍ତା ୨୭ ତାରିଖ ସୁଦ୍ଧା ସଂରକ୍ଷଣ ନେଇ ସାନି ଚିଠା ପ୍ରସ୍ତୁତ କରି ବିଜ୍ଞପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Odisha High Court

ଯେଉଁଠି ଜିଲ୍ଲାପରିଷଦ, ସରପଞ୍ଚ, ସମିତି ସଭ୍ୟଙ୍କ ପାଇଁ ଆସନ ଓବିସିଙ୍କ ପାଇଁ ସଂରକ୍ଷଣ ହୋଇଛି ତାହାକୁ ପରିବର୍ତନ କରାଯାଇ ସେହି ଆସନ ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ରହିବ । ଏ ନେଇ ହାଇକୋର୍ଟଙ୍କ ରାୟ ଆସିବା ପରେ ସଂରକ୍ଷଣ ତାଲିକାକୁ ପ୍ରତ୍ୟାହାର କରାଯିବ ବୋଲି ସରକାର କହିଛନ୍ତି ।

୩ ତାରିଖରେ ସଂରକ୍ଷଣକୁ ନେଇ ବ୍ଲକ ଓ ଜିଲ୍ଲା ସ୍ତରରେ ଆପତି ଅଭିଯୋଗ ଶୁଣାଣି କରାଯିବ । ୫ ତାରିଖରେ ଶୁଣାଣିର ସମାଧାନ କରାଯିବ ଏବଂ ୭ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ୮ ତାରିଖରେ ପଂଚାୟତରାଜ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚୂଡାନ୍ତ ତାଲିକା ଦିଆଯିବ । ତେବେ କେବେ ନିର୍ବାଚନ ହେବ ଏ ନେଇ ରାଜ୍ୟ ନିର୍ବାଚନ କମିଶନ ଘୋଷଣା କରିବେ । ୨୦୨୨ ମାର୍ଚ୍ଚ ୮ ସୁଦ୍ଧା ଶେଷ ହେବ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ।

panchayat election

ସଂରକ୍ଷଣକୁ ନେଇ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ରୁଜୁ ହୋଇଥିଲା ମାମଲା । ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଓ ଜିଲ୍ଲାପାଳଙ୍କ ଦ୍ୱାରା ସଂରକ୍ଷଣ ତାଲିକା ପ୍ରକାଶ ପାଇଥିଲା । କେତେକ ନିର୍ଦ୍ଦିଷ୍ଟ ଆସନରେ ସଂରକ୍ଷଣକୁ ସଂଶୋଧନ କରିବା ନିମନ୍ତେ ହାଇକୋର୍ଟରେ କିଛି ରିଟ୍ ପିଟିସନ ଦାଖଲ ହୋଇଥିଲା । ରିଟରେ ସମ୍ପୃକ୍ତ ଜିଲ୍ଲାପାଳ, ରାଜ୍ୟ ନିର୍ବାଚନ କମିଶନ ଓ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା । ସେହି ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ, ଯଦି କୌଣସି ଅଞ୍ଚଳରେ ପଛୁଆ ବର୍ଗଙ୍କ ଜନସଂଖ୍ୟାର ନିର୍ଦ୍ଦିଷ୍ଟ ତଥ୍ୟ ଉପଲବ୍ଧ ନଥିବ ସେ ଅଞ୍ଚଳରେ ପଛୁଆ ବର୍ଗଙ୍କ ପାଇଁ ଥିବା ସଂରକ୍ଷଣ ଅଣସଂରକ୍ଷିତ ରହିବ ।

ତେଣୁ ହାଇକୋର୍ଟ ଆଜି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ଥିବା ଆସନଗୁଡ଼ିକ ଅଣସଂରକ୍ଷିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସରପଞ୍ଚ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ନିମନ୍ତେ ରାଜ୍ୟର ଜନସଂଖ୍ୟା ପ୍ରତିଶତ ଅନୁଯାୟୀ ଏସସି ଓ ଏସଟିଙ୍କ ନିମନ୍ତେ ସଂରକ୍ଷଣ ସୀମିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ଜିଲ୍ଲାପାଳମାନଙ୍କୁ ସଂରକ୍ଷଣର ସାନି ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+