ଆଗ ପଛ ହୋଇ ଚାଲିଗଲେ ବାପା-ମା', ଘର ବାରଣ୍ଡାରେ କଇଁ କଇଁ ହୋଇ କାନ୍ଦୁଛି କୁନି ଝିଅ ଜ୍ୟୋତି

ମା-ବାପାଙ୍କ ଦେହାନ୍ତ ପରେ ଏବେ ସମ୍ପୂର୍ଣ୍ଣ ଏକୁଟିଆ ହୋଇପଡିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ପଞ୍ଚାୟତର ନୟାବାଲି ଗ୍ରାମର ୯ ବର୍ଷର ଝିଅ ଜ୍ୟୋତି ପରିଡା ।

ବାଲେଶ୍ବର: ଆଗ ପଛ ହୋଇ ଆର ପାରିକୁ ଚାଲିଗଲେ ବାପା ମା । ଆଉ ଅଧା ଗଢା ଝୁମ୍ପୁଡି ଘରେ ଛାଡି ଗଲେ ଏକମାତ୍ର ଅଲିଅଳି ଝିଅ ଜ୍ୟୋତିକୁ । ଘର ପିଣ୍ଢାରେ ବସି ଏବେ କଇଁ କଇଁ ହେଇ କାନ୍ଦୁଛି କୁନି ଝିଅ ଜ୍ୟୋତି । କେମିତି ଏତେ ନିଷ୍ଟୁର ହେଲା ଦଇବ ? ମା-ବାପାଙ୍କ ଦେହାନ୍ତ ପରେ ଏବେ ସମ୍ପୂର୍ଣ୍ଣ ଏକୁଟିଆ ହୋଇପଡିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ପଞ୍ଚାୟତର ନୟାବାଲି ଗ୍ରାମର ୯ ବର୍ଷର ଝିଅ ଜ୍ୟୋତି ପରିଡା ।

Baleswar Alone Girl

ମାରାତ୍ମକ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ବାପା ମଧୂସୁଦନ ପରିଡା ପ୍ରଥମେ ଆରପାରିକୁ ଚାରିଗଲେ । ପରେ ଅଙ୍ଗନବାଡି ସହାୟିକା ଭାବରେ କାର୍ଯ୍ୟ କରୁଥିବା ମା' ରେବତୀ ପରିଡା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କଲେ । ଆଉ ବାପା-ମା ଛେଉଣ୍ଡ ଜ୍ୟୋତି ଏବେ ସମ୍ପୂର୍ଣ୍ଣ ଏକା ହୋଇଯାଇଛି । ପାଖରେ ପରିବାରର ଅନ୍ୟ କେହି ସଦସ୍ୟ ନଥିବାରୁ ଏବେ ଭୋକ ଉପାସରେ ଅସହାୟ ଅବସ୍ଥାରେ ବାରଣ୍ଡାରେ ପଡ଼ିରହିଛି କୁନି ଝିଅ। ନିଜର ଜମିବାଡି କିଛି ନଥିବାରୁ ରେବତୀଙ୍କ ସ୍ୱାମୀ ମଧୂସୁଦନ ପରଘରେ ମୂଲ ଲାଗି ଯାହା କିଛି ଆଣୁଥିଲେ ବେଶ ହସ ଖୁସିରେ ସଂସାର ଚଳି ଯାଉଥିଲା। ମାତ୍ର ଦଇବ ସହିଲା ନାହିଁ । ମାରାତ୍ମକ କ୍ୟାନସରରେ ଆକ୍ରାନ୍ତ ହୋଇ ଅର୍ଥାଭାବରୁ ଚିକିତ୍ସା ହୋଇ ନପାରି ଚାଲିଗଲେ ବାପା ମଧୂସୁଦନ ।

ତେବେ ସ୍ୱାମୀ ଚାଲିଯିବା ପରେ ବି ଭାଙ୍ଗି ନପଡି ଝିଅ ଟିକୁ ପାଠ ପଢାଇ ମଣିଷ କରିବା ପାଇଁ ଲାଗି ପଡିଥିଲେ ରେବତୀ। ମହାମାରୀ କରୋନା ସମୟରେ ଛୋଟ ଝିଅ ଟିକୁ ଏକୁଟିଆ ଘରେ ଛାଡି ଦେଇ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ଜଣେ ଆଗ ଧାଡିର କରୋନା ଯୋଦ୍ଧା ଭାବରେ ଦିନରାତି ଲୋକଙ୍କ ସେବା କରୁଥିଲେ ରେବତୀ । ଅଙ୍ଗନବାଡି ସହାୟିକା ଭାବରେ ଯାହା ଅଳ୍ପ କିଛି ପାରିଶ୍ରମିକ ମିଳୁଥିଲା ସେଥିରେ ଝିଅର ପଢା ଖର୍ଚ୍ଚ କରିବା ସହ କଷ୍ଟେମଷ୍ଟେ ଚଳି ଯାଉଥିଲେ ଦୁଇ ପ୍ରାଣୀ। ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା । ଅଦୃଶ୍ୟ ଭୂତାଣୁ କରୋନା ସହିତ ଲଢେଇ କରୁ କରୁ ନିଜେ କରୋନାରେ ଆକ୍ରାନ୍ତ ହେଲେ ରେବତୀ । ଗ୍ରାମବାସୀଙ୍କ ସହାୟତାରେ ଚିକିତ୍ସା ପାଇଁ ବାଲେଶ୍ୱର କୋଭିଡ୍ ହସପିଟାଲରେ ଭର୍ତ୍ତି ହେଲେ । ମାତ୍ର ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଲେ ରେବତୀ।

ଆଉ ବାପା ମା ଛେଉଣ୍ତ ହୋଇଗଲା ୯ ବର୍ଷର ଝିଅ। ମଧୂସୁଦନଙ୍କ ମୃତ୍ୟୁ ପରେ ପୁଣି ରେବତୀଙ୍କ ମୃତ୍ୟୁ ଖବର ପାଇବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। କୁନି ଝିଅଟିର ଏଭଳି ଅବସ୍ଥା ଦେଖି ସାହି ପଡିଶାଙ୍କ ଆଖିରୁ ବି ଲୁହ ଶୁଖୁନି । ସାହି ପଡିଶା ପିଲାଟିକୁ ଖାଇବାକୁ ଦେବା ସହ ଦେଖାଶୁଣା କରୁଛନ୍ତି। ଅନ୍ୟପକ୍ଷରେ ଛୋଟ ଝିଅଟିକୁ କେମିତି ଲାଳନ ପାଳନ କରିବେ ତାକୁ ନେଇ ଏବେ ଗ୍ରାମବାସୀ ଚିନ୍ତିତ ହୋଇପଡିଛନ୍ତି। ତେବେ ସରକାର ତୁରନ୍ତ ଏହି ଅନାଥ ଝିଅର ଲାଳନ ପାଳନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ନିବେଦନ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+