Get Updates
Get notified of breaking news, exclusive insights, and must-see stories!

ଦୁଇଟି ହସ୍ପିଟାଲକୁ ଭେଣ୍ଟିଲେଟର ଯୋଗାଇବେ ବିଧାୟକ : ନିଜସ୍ୱ ପାଣ୍ଠିରୁ ଦେବେ 50 ଲକ୍ଷ ଟଙ୍କା

ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ତାଙ୍କ ନିଜସ୍ୱ ପାଣ୍ଠିରୁ ଦୁଇଟି ହସ୍ପିଟାଲକୁ ଉନ୍ନତମାନର ଭେଣ୍ଟିଲେଟର ପ୍ରଦାନ କରିବେ

ଭୁବନେଶ୍ୱର : କରେନା ଲଢେଇରେ ସମସ୍ତେ ସାମିଲର ହେବାର ଯେଉଁ ଆହ୍ୱାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଏହାକୁ ବାସ୍ତବରେ ପ୍ରତିଫଳନ କରିବାକୁ ଯାଉଛନ୍ତି ବିଧାୟକ । ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ତାଙ୍କ ନିଜସ୍ୱ ପାଣ୍ଠିରୁ ଦୁଇଟି ହସ୍ପିଟାଲକୁ ଉନ୍ନତମାନର ଭେଣ୍ଟିଲେଟର ପ୍ରଦାନ କରିବେ । ଏସମ୍ପର୍କରେ ସେ ଆଜି ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି । ନୀଳଗିରି ଉପଖଣ୍ଡ ହସ୍ପିଟାଲ ଉପରେ ନୀଳଗିରି ବ୍ଲକର 25ଟି ପଞ୍ଚାୟତ, ଏନଏସି ଓ ଔପଦା ବ୍ଲକର 5 ଟି ପଞ୍ଚାୟତ, ରେମୁଣା ବ୍ଲକର ଦୁଇଟି ପଞ୍ଚାୟତ, ବାହାନଗା ବ୍ଲକର ଗୋଟିଏ ପଞ୍ଚାୟତବାସୀ ନିର୍ଭର କରନ୍ତି ।

ନୀଳଗିରି

ତେବେ ଗୁରୁତର ରୋଗୀଙ୍କୁ ଏହି ହସ୍ପିଟାଲ ଆସିଲେ ସେମାନଙ୍କୁ ବାଲେଶ୍ୱର ସ୍ଥାନନ୍ତରିତ କରାଯାଉଛି । ଏପରି ପରିସ୍ଥିତିରେ କରୋନା କାଳରେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଗୁରୁତର ସହିତ ନେଇଛିନ୍ତି ଏହି ଜନ ପ୍ରତିନିଧି । ବାଲେଶ୍ଵର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସହ ଏନେଇ ସେ ଆଲୋଚନା କରିଥିବା ବେଳେ ତାଙ୍କ ପାଣ୍ଠିରୁ ଏଥିପାଇଁ ହେବାକୁ ଥିବା ଖର୍ଚ୍ଚର ଅର୍ଥ ପ୍ରଦାନ କରିବେ ବୋଲି ଜଣାପଡିଛି । ସେହିପରି ଔପଦା ବ୍ଲକ ଅଧିନ ଈଶ୍ୱରପୁର ହସ୍ପିଟାଲକୁ ମଧ୍ୟ ସେ ଆଉ ଏକ ଭେଣ୍ଟିଲେଟର ଯୋଗାଇଦେବେ ବୋଲି ଜଣାପଡିଛି । ଦୁଇଟି ଆଇସିୟୁ ଭେଣ୍ଟିଲେଟରର ଦାମ ଆନୁମାନିକ 50 ଲକ୍ଷ ଟଙ୍କା ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+