ଖସୁଛି ରାତି ତାପମାତ୍ରା, ପଡିଲାଣି ପହିଲି ଶୀତର ପହିଲି କୁହୁଡ଼ି
ପହିଲି ଶୀତର ପହିଲି କୁହୁଡ଼ିରେ ବଦଳୁଛି ପାଗର ମିଜାଜ୍, ତା ସହିତ ବଦଳୁଛି ପ୍ରକୃତିର ଅନ୍ଦାଜ । କୋରାପୁଟ, ଫୁଲବାଣୀ ଓ ଦାରିଙ୍ଗବାଡିରେ ଖସୁଛି ରାତିର ପାରଦ । କୋରାପୁଟରେ ରାତି ତାପମାତ୍ରା ୧୫.୫ ଡିଗ୍ରୀ ରେକର୍ଡ ହୋଇଛି ।
- ଖସୁଛି ରାତି ତାପମାତ୍ରା
- କୋରାପୁଟରେ ତାପମାତ୍ରା ୧୫.୫ ଡିଗ୍ରୀ ରେକର୍ଡ
- ଦାରିଙ୍ଗବାଡିରେ ୧୬ ଓ ଫୁଲବାଣୀରେ ୧୭ ଡିଗ୍ରୀ
- ଫୁଲବାଣୀ ଓ ପାରଳାଖେମୁଣ୍ଡିରେ ଘନ କୁହୁଡ଼ି
ଭୁବନେଶ୍ୱର: ମୌସୁମୀ, ବାତ୍ୟା, ଲଘୁଚାପ ଓ ବର୍ଷା ପରେ ଏବେ ଓଡିଶାରେ ଶୀତର ଆଗମନ । ଓଡିଶା ମାଟିକୁ ଛୁଇଁଲାଣି ପହିଲି ଶୀତ । ଅନେକ ସ୍ଥାନରେ ଖସିବାରେ ଲାଗିଛି ରାତିର ତାପମାତ୍ରା । ସେପଟେ ପହିଲି ଶୀତର ପହିଲି କୁହୁଡ଼ି ମଧ୍ୟ ଧଳା ଚାଦର ହୋଇ ପ୍ରକୃତି ମାଆକୁ ଘୋଡ଼ାଇ ଦେଲାଣି ।

ପହିଲି ଶୀତର ପହିଲି କୁହୁଡ଼ିରେ ବଦଳୁଛି ପାଗର ମିଜାଜ୍, ତା ସହିତ ବଦଳୁଛି ପ୍ରକୃତିର ଅନ୍ଦାଜ । କୋରାପୁଟ, ଫୁଲବାଣୀ ଓ ଦାରିଙ୍ଗବାଡିରେ ଖସୁଛି ରାତିର ପାରଦ । କୋରାପୁଟରେ ରାତି ତାପମାତ୍ରା ୧୫.୫ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଦାରିଙ୍ଗବାଡିରେ ୧୬ ଓ ଫୁଲବାଣୀରେ ରାତି ତାପମାତ୍ରା ୧୭ ଡିଗ୍ରୀ ରେକର୍ଡ ହୋଇଛି । ଅନ୍ୟପଟେ ଫୁଲବାଣୀ ଓ ପାରଳାଖେମୁଣ୍ଡି ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ।
ତେବେ ବାତ୍ୟା ସିତ୍ରାଙ୍ଗ ପ୍ରଭାବରେ ରାଜ୍ୟକୁ ଲଗାତାର ଭାବେ ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଛି। ଯାହାଦ୍ୱାରା ରାଜ୍ୟରେ ପୂର୍ବ ଅପେକ୍ଷା ଥଣ୍ଡା ବଢ଼଼ିଛି। ଅନ୍ୟପଟେ ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବାକୁ ଥିବାରୁ ଥଣ୍ଡା ବଢ଼଼ିବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୩ ଟି ସହରରେ ରାତିର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି। ୧୭ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ଥଣ୍ଡା ସହରରେ ପରିଣତ ହୋଇଥିବା ବେଳେ ସୋନପୁରରେ ରାତିର ତାପମାତ୍ରା ୧୭.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।












Click it and Unblock the Notifications