ଆଜିଠୁ ସହରାଞ୍ଚଳରେ ହଟିଲା ନାଇଟ୍ କର୍ଫ୍ୟୁ
ଆଜିଠୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ହଟିଲା ନାଇଟ କର୍ଫ୍ୟୁ। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ ନାଇଟ୍ କର୍ଫ୍ୟୁ ହଟାଇନେବାକୁ ଘୋଷଣା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।
ଭୁବନେଶ୍ୱର: ଦିନକୁ ଦିନ କରୋନାର କୋପ କମୁଥିବାରୁ କୋହଳ ହେଲା କଟକଣା। ଆଜିଠୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ହଟିଲା ନାଇଟ କର୍ଫ୍ୟୁ। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ ନାଇଟ୍ କର୍ଫ୍ୟୁ ହଟାଇନେବାକୁ ଘୋଷଣା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

କରୋନା ସଂକ୍ରମଣ କାରଣରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ନାଇଟ୍ କଫ୍ୟୁ ଜାରି ରହିବ ବୋଲି କୁହାଯାଇଥିଲା । ହେଲେ ଏବେ କମିଥିବା ଦୈନିକ ସଂକ୍ରମଣକୁ ଦୃଷ୍ଟିରେ ରଖି ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି । ପୂର୍ବ ନିର୍ଦ୍ଦେଶ ମୁତାବକ ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତି ୧୦ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲଗାଯାଇଥିଲା ।
ସୂଚନାଯୋଗ୍ୟ, ଓମିକ୍ରନ ଭାରିଏଣ୍ଟ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ବ୍ୟାପିବା ଆଶଙ୍କା କରି ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଥିଲା । ଜାନୁଆରୀ ମାସରେ ରାତି ୯ଟାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଲାଗୁ ହେଉଥିଲା। ଏହା ସକାଳ ୫ଟା ଯାଏ ବଳବତ୍ତର ରହୁଥିଲା। ଫଳରେ ରାତି ୯ଟାରୁ ସକାଳ ୫ଟା ଯାଏ ଦୋକାନ ବଜାର ଓ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିଥିଲା ।












Click it and Unblock the Notifications