ସହରାଞ୍ଚଳରେ ଜାରି ରହିବ ନାଇଟ କର୍ଫ୍ୟୁ, ଜିରୋ ନାଇଟକୁ ନା
ରାତି ୧୦ଟାରୁ ଭୋର ୫ଟା ଯାଏ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଜାରି ରହିବ । ଭୋର ୫ଟାରରୁ ରାତି ୧୦ ଯାଏ ଦୋକାନ ବଜାର ଖୋଲା ରହିବ ।
ଭୁବନେଶ୍ୱର: ଜାନୁଆରୀ ମାସ ପାଇଁ କଟକଣା କଡାକଡି କରାଯାଇଛି । କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ତେବେ ପୂରା ଜାନୁଆରୀ ମାସରେ ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଜାରି ରହିବ ।

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା କୋଭିଡ ଗାଇଡଲାଇନ ଅନୁଯାୟୀ, ରାତି ୧୦ଟାରୁ ଭୋର ୫ଟା ଯାଏ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଜାରି ରହିବ । ଭୋର ୫ଟାରରୁ ରାତି ୧୦ ଯାଏ ଦୋକାନ ବଜାର ଖୋଲା ରହିବ । ସମସ୍ତ ସାମାଜିକ ଓ ଧାର୍ମିକ ସମ୍ମିଳନୀ ଉପରେ ରୋକ୍ । ସେହିପରି୧୦୦ ଲୋକଙ୍କ ମଧ୍ୟରେ ରାଜନୈତିକ କାର୍ଯ୍ୟକ୍ରମ ସୀମିତ ରହିବ ।
ନାଇଟ କର୍ଫ୍ୟୁ ବେଳେ ଯିବା ଆସିବା ବନ୍ଦ ରହିବ । ସେହିପରି ସକାଳ ୫ଟାରୁ ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ଜରୁରୀକାଳୀନ ସେବାକୁ ଛାଡିଦେଲେ ଅନ୍ୟ ସବୁ ଉପରେ କଟକଣା ଲାଗୁ କରାଯାଇଛି । ସେହିପରି ନୂଆ ବର୍ଷ ପାଳନ ଉପରେ ମଧ୍ୟ କଟକଣା ଜାରି ହୋଇଛି ।
ସହରରେ ଥିବା ସମସ୍ତ କ୍ଲବ, ହୋଟେଲରେ ଜିରୋନାଇଟ୍ ପାଳନ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି ନିର୍ଦ୍ଦେଶକୁ ଅମାନ୍ୟ କରେ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କଟକ ଡିସିପି ପ୍ରତୀକ ସିଂ । ତେବେ ଓମିକ୍ରନ ମାମଲା ରାଜ୍ୟରେ ବଢୁଥିବା ବେଳେ ଏଭଳି କଟକଣା ଲଗାଇଛନ୍ତି ରାଜ୍ୟ ସରକାର ।
ପୂର୍ବରୁ ବଡ଼ଦିନ ପାଇଁ ରାଜ୍ୟ ସରକାର କଟକଣା ଲାଗୁ କରିଥିଲେ । ୫୦ରୁ ଅଧିକ ଲୋକ ଏକତ୍ରୀକରଣ ଏବଂ ବଡଦିନ ସେଲିବ୍ରେସନ , ଭୋଜିଭାତ ଉପରେ SRC ଲାଗୁ କରିଥିଲେ କଟକଣା । ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ ଏସପି କୋଭିଡ଼ କଟକଣା ଅନୁପାଳନ କରିବାକୁ ନେଇ ସୂଚନା ପ୍ରଦାନ କରିଛନ୍ତି ।












Click it and Unblock the Notifications