Get Updates
Get notified of breaking news, exclusive insights, and must-see stories!

ରାଜ୍ୟ ସରକାରଙ୍କ ବଡ ଘୋଷଣା: ବଢିଲା ଉର୍ଦ୍ଦୁ ଶିକ୍ଷକଙ୍କ ଦରମା, ଏଣିକି ମିଳିବ ୧୫ ହଜାର

Odisha News: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ରାଜ୍ୟରେ ଉର୍ଦ୍ଦୁ ଶିକ୍ଷକଙ୍କ ଦରମା ବୃଦ୍ଧି ପାଇଛି । ଏଣିକି ମାସକୁ ମିଳିବ ୧୫ ହଜାର ଟଙ୍କା ଦରମା । ରାଜ୍ୟରେ ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ସ୍କୁଲ ଗୁଡିକରେ କାର୍ଯ୍ୟରତ ଉର୍ଦ୍ଦୁ ଶିକ୍ଷକ ଏବଂ ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂଚନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳରେ କାର୍ଯ୍ୟରତ ଉର୍ଦ୍ଦୁ ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ୭.୪୦୦ ଟଙ୍କାରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Odisha News

୫-ଟି ଅଧ୍ୟକ୍ଷ ଭି.କେ ପାଣ୍ତିଆନ ଜିଲ୍ଲା ଗସ୍ତ କରିବା ସମୟପେ ରାଜ୍ୟର ବିଭିନ୍ନ ଅଞ୍ଚଳର ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଉର୍ଦ୍ଦୁ ଶିକ୍ଷକମାନଙ୍କୁ ଭେଟି ସମସ୍ତ ସୁବିଧା ଅସୁବିଧା ବୁଝିଥିଲେ । ତେବେ ରାଜ୍ୟ ସରକାରଙ୍କ ଏହି ବଡ଼ ଘୋଷଣା ପରେ ରାଜ୍ୟରେ ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୁଡିକରେ ନିୟୋଜିତ ୪୪ ଜଣ ଉର୍ଦ୍ଦୁ ଶିକ୍ଷକ ଏବଂ ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ୪୦ ଉର୍ଦ୍ଦୁ ସମ୍ବଳ ଶିକ୍ଷକ ଉପକୃତ ହେବା ନେଇ ସୂଚନା ରହିଛି । ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ପ୍ରାୟ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଉର୍ଦ୍ଦୁ ପଢୁଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+