ମାଟ୍ରିକ୍‌ ଆଡମିଟ୍‌ କାର୍ଡରେ ତ୍ରୁଟି ଥିଲେ କରିପାରିବେ ସଂଶୋଧନ

Odisha News: ୨୦୨୫ରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଆଡମିଟ୍ କାର୍ଡରେ ଯଦି କୌଣସି ତ୍ରୁଟି ରହି ଯାଇଛି ତେବେ ତୁରନ୍ତ ସଂଶୋଧନ କରିବାର ସୁଯୋଗ ରହିଛି । ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ୧୭ ରୁ ୨୫ ତାରିଖ ପର୍ଯ୍ୟନ୍ତ ସଂଶୋଧନ ପ୍ରକ୍ରିୟା ଚାଲିବ । ଯେଉଁ ଛାତ୍ରଛାତ୍ରୀଙ୍କର ଆଡମିଟ୍ କାର୍ଡରେ ନାମ, ଅଭିଭାବକଙ୍କ ନାଁ, ବୟସ, ସ୍କୁଲ ଆଦିରେ ଭୁଲ୍ ରହିଯାଇଥିବ ସେମାନେ ସ୍କୁଲ ପ୍ରଧାନଶିକ୍ଷକଙ୍କ ମାଧ୍ୟମେ ତ୍ରୁଟିକୁ ଠିକ୍ କରିବା ପାଇଁ ଆବେଦନ କରିପାରିବେ ।

Odisha News

ସ୍କୁଲ କର୍ତ୍ତୃପକ୍ଷ ନିଜ ଛାତ୍ରଛାତ୍ରୀଙ୍କ ଆଡମିଟ୍ କାର୍ଡରେ ଆବଶ୍ୟକ ସଂଶୋଧନ ପାଇଁ ୧୭ ରୁ ୨୫ ତାରିଖ ମଧ୍ୟରେ ରିପୋର୍ଟ ପ୍ରଦାନ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ସାଧାରଣତଃ ମାଟ୍ରିକ ପରୀକ୍ଷା ପୂର୍ବରୁ ଆଡମିଟ୍ କାର୍ଡ ସଂଶୋଧନ ପାଇଁ ସୁଯୋଗ ଦିଆଯାଏ ହେଲେ ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ୍ ପରୀକ୍ଷା ପରେ ମଧ୍ୟ ବୋର୍ଡ ତରଫରୁ ଆଡମିଟ୍ କାର୍ଡ ସଂଶୋଧନ ପାଇଁ ସୁଯୋଗ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+