ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ମିଳିବ ନୂଆ ରାସନ କାର୍ଡ
New Ration Card: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ବଣ୍ଟନ ହେବ ନୂଆ ରାସନ କାର୍ଡ । ଯୋଗ୍ୟ ହିତାଧିକାରୀଙ୍କୁ ମଳିବ ନୂଆ ରସନ କାର୍ଡ । ଏଣିକି ହିତାଧିକାରୀଙ୍କୁ ମିଳିବ ରଙ୍ଗୀନ ରାସନ କାର୍ଡ । ବିଡିଓ ମ୍ୟୁନିସିପାଲ କମିସନର ଇସ୍ୟୁ କରିବେ କାର୍ଡ । ସେହିପରି ୨୦ ଏପ୍ରିଲ ସୁଦ୍ଧା ନୂଆ ରାସନ କାର୍ଡ ପ୍ରସ୍ତୁତ କରିବା ନେଇ ସୂଚନା ରହିଛି ।

ବ୍ଲକ ଓ ୟୁଏଲ ଅଧିକାରୀ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରିବେ । ଯାଞ୍ଚ କରାଯିବା ପରେ ନୂଆ ସଦସ୍ୟଙ୍କୁ ସାମିଲ କରାଯିବ । ଏନେଇ ଖାଦ୍ୟ ବିଭାଗ ଓ ଖାଉଟି କଲ୍ୟାଣବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।
ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଡା ପଦକ୍ଷେପ ନିଆଯାଉଛି । ଇକେୱାଇସି କରି ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇ ସହ ଅଯୋଗ୍ୟଙ୍କୁ ବାଜ ଦିଆଯିବ ପ୍ରକ୍ରିୟା ମଧ୍ୟ ଜାରି ରହିଛି ।












Click it and Unblock the Notifications