Odisha News: ଆଜି ଆପଣ କଟକ ଯାଉଛନ୍ତି କି? ପ୍ରବେଶ ପଥରେ କଡ଼ାକଡ଼ି ଚେକିଂ

କଟକ ସହରର ଜଗିଛନ୍ତି ୬୦ ପ୍ଲାଟୁନ ପୋଲିସ ଫୋର୍ସ । ସେହିପରି ୮ କଂପାନୀ ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରାଯାଇଛି । ରାପିଡ ଆକ୍ସନ ଫୋର୍ସ, ବିଏସଏଫ, ସିଆରପିଏଫ ଓ ଓଡ଼ିଶା ସୁଇଫ୍ଟ ଆକ୍ସନ ଫୋର୍ସ ନିୟୋଜିତ ଅଛନ୍ତି । ବିଭିନ୍ନ ସ୍ଥାନରେ ବ୍ୟାରିକେଡିଂ ସହ କଡ଼ାକଡ଼ି ଚେକିଂ ଚାଲିଛି । ଏହି ସୂଚନା ଦେଇଛନ୍ତି ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ । ସହରବାସୀ ସହଯୋଗ କରୁଛନ୍ତି । ସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିବା ସେ କହିଛନ୍ତି ।

ବିଶୃଙ୍ଖଳାକାରୀମାନଙ୍କୁ ଚିହ୍ନଟ କରାଯାଇଥିବା ନେଇ ପୁଲିସ କମିସନର୍ ଏସ୍ ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି। ଗିରଫଦାରୀ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି। ଏହାଛଡ଼ା ତିନିଟି ମାମଲା ରୁଜୁ ହୋଇଛି। କଟକରେ ୮ କଂପାନି କେନ୍ଦ୍ରୀୟ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି। ପରିସ୍ଥିତି ଶାନ୍ତ ରହିଛି। ଗଣ୍ଡଗୋଳକାରୀଙ୍କ ଉପରେ ‌ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାକୁ ପୁଲିସକୁ କୁହାଯାଇଛି। ତେଣେ ଗୁଜବକୁ ବିଶ୍ବାସ ନ କରିବାକୁ ସେ ନିବେଦନ କରିଛନ୍ତି ।

Are you going to Cuttack today

କଟକରେ କର୍ଫ୍ୟୁ ସତ୍ତ୍ବେ ସ୍ୱାଭାବିକ ରହିଛି ବସ୍‍ ଚଳାଚଳ । ନେତାଜୀ ବସ୍‍ ଟର୍ମିନାଲରେ ବସ ଚଳାଚଳ ସ୍ୱାଭାବିକ ଥିବା ଦେଖିବାକୁ ମିଳିଛି । ପ୍ରତିଦିନ କଟକକୁ ବିଭିନ୍ନ ଜିଲାରୁ ଓ ରାଜ୍ୟ ବାହାରୁ ପ୍ରତିଦିନ ବହୁ ଯାତ୍ରୀ ଯାତାୟାତ କରିଥାନ୍ତି । ଏଥିପାଇଁ କର୍ଫ୍ୟୁ ଲାଗୁ ହୋଇଥିଲେ ମଧ୍ୟ ବସ ଚଳାଚଳ ଜାରି ରହିଛି । ରାଜ୍ୟର ବିଭିନ୍ନ ଜିଲାକୁ ଏଠାରୁ ବସ ଚଳାଚଳ କରୁଛି ।

ସକାଳୁ ସକାଳୁ କଟକର ବିଭିନ୍ନ ସ୍ଥାନରେ କର୍ଫ୍ୟୁକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ ପଇଁତରା ମାରୁଛି। କଟକରେ ଆଜି ସନ୍ଧ୍ୟା ୭ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ। ଭସାଣ ବେଳେ ଗଣ୍ଡଗୋଳରୁ ଲାଗିରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ବାତିଲ୍ କରାଯାଇଥିବା ନେଇ ସୂଚନା ଦେଇଛି ଗୃହ ବିଭାଗ । ଇଣ୍ଟରନେଟ୍ ସର୍ଭିସ୍ ପ୍ରୋଭାଇଡର ଓ ବ୍ରଡବ୍ୟାଣ୍ଡ ଉପରେ ବି କଟକଣା ଲାଗିଛି । ଜିଲ୍ଲାପାଳ କହିଛନ୍ତି, ସହରରେ ସ୍ଥିତି ସ୍ବାଭାବିକ ହେଉଛି ।

ସୂଚନାଯୋଗ୍ୟ ଗତକାଲି ବନ୍ଦ ସପକ୍ଷରେ ବାହାରିଥିବା ଶୋଭାଯାତ୍ରାକୁ ନେଇ ପୁଣି ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଶୋଭାଯାତ୍ରା ଯାଉଥିବା ରାସ୍ତାରେ ଏକାଧିକ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଦରଘାବଜାର ନିକଟରେ ଥିବା ମାର୍କେଟ୍‌ କଂପ୍ଲେକ୍ସ ପରିସରରେ ଗାଡ଼ି ଭଙ୍ଗାରୁଜା, ଦୋକାନ ପୋଡ଼ାଜଳା, ଢେଲା ମାଡ଼ ହୋଇଥିବା ବେଳେ ଡିସିପି ଖିଲାରି ଋଷିକେଶ ଦ୍ୟାନଦେଓଙ୍କୁ ପୁଣି ଆକ୍ରମଣ ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଲାଠିମାଡ଼ କରିବା ସହିତ ଟିୟର ଗ୍ୟାସ୍‌ ପ୍ରୟୋଗ କରିଥିଲା। ଏଥିରେ ଏକାଧିକ ବ୍ୟକ୍ତି ଆହତ ହୋଇଥିଲେ ।

ଏହାକୁ ନେଇ ସହରରେ ଉତ୍ତେଜନା ବଢ଼ିବାରୁ ଆସନ୍ତା ୩୬ ଘଣ୍ଟା ପାଇଁ କଟକର ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ଆଇଜି ପ୍ରବୀଣ କୁମାର ଓ ଡିଆଇଜି ଯୁଗଳ କିଶୋର ବୋନଥଙ୍କୁ କଟକର ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ପୁଲିସ ଡିଜି ୱାଇ ବି ଖୁରାନିଆଙ୍କ ନେତୃତ୍ବରେ ଦରଘାବଜାରରେ ପୁଲିସର ସ୍ବତନ୍ତ୍ର କ୍ୟାମ୍ପ ଅଫିସ ଖୋଲାଯାଇଛି। ଏହି ଗଣ୍ଡଗୋଳ ଘଟଣାରେ ଡିସିପିଙ୍କ ସମେତ ୨୬ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+