ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
Odisha News: ରାଜ୍ୟ ସରକାର ବଢାଇଲେ ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା । କାରାବରମ କରିଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପେନସନ୍ ଦୁଇଗୁଣା ବଢାଯାଇଛି । ପୂର୍ବରୁ ୧୦ ହଜାର ଟଙ୍କା ଭତ୍ତା ମିଳୁଥିଲା ହେଲେ ବର୍ତ୍ତମାନ ୨୦ ହଜାର ଟଙ୍କା ପେନସନ୍ ମିଳିବ । ସେହିପରି ଯେଉଁମାନେ କାରାବରଣ କରି ନାହାଁନ୍ତି ସେମାନଙ୍କୁ ୯ ହଜାର ପରିବର୍ତ୍ତେ ବର୍ତ୍ତମାନ ୧୫ ହଜାର ଟଙ୍କା ମିଳିବ ।

ସୂଚନା ଅନୁସାରେ, ଜାତୀୟ ପେନସନ ପାଉଥିବା ସଂଗ୍ରାମୀ ୮ ହଜାର ବଦଳରେ ଏଣିକି ୧୦ ହଜାର ଟଙ୍କା ପାଇବେ । ଏନଆଇସିଏ ଆଇନରେ ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିଲେ ୨୦ ହଜାର ଟଙ୍କା ପେନସନ୍ ମିଳିବା ନେଇ ସୂଚନା ରହିଛି ।












Click it and Unblock the Notifications